ବିସ୍ମୟ ହ୍ରଦ
ଭାରତର ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ ନିଜର ପୌରାଣିକ ମହତ୍ତ୍ୱ ସହ କୋଣ ଅନୁକୋଣରେ ଲୁଚି ରହିଛି ଅନେକ ରହସ୍ୟ । ବରଫ ଚାଦରରେ ଘୋଡ଼ି ହୋଇ ରହିଥିବା ଏହି ରାଜ୍ୟରେ ଏପରି କିଛି ସ୍ଥାନ ରହିଛି ଯାହା ମହାଭାରତ କାଳ ସହ ଯୋଡ଼ା ଯାଏ । ହିମାଚଳପ୍ରଦେଶରେ ଏପରି ଏକ ହ୍ରଦ ରହିଛି, ଯେଉଁଠି କୋଟି କୋଟି ଟଙ୍କାର ଭଣ୍ଡାର ରହିଛି । ହେଲେ ଏପର୍ଯ୍ୟନ୍ତ ଏହି ହ୍ରଦରୁ ଭଣ୍ଡାର ବାହାର କରିବାକୁ ଚେଷ୍ଟା କରାଯାଇନାହିଁ […]
ଭାରତର ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ ନିଜର ପୌରାଣିକ ମହତ୍ତ୍ୱ ସହ କୋଣ ଅନୁକୋଣରେ ଲୁଚି ରହିଛି ଅନେକ ରହସ୍ୟ । ବରଫ ଚାଦରରେ ଘୋଡ଼ି ହୋଇ ରହିଥିବା ଏହି ରାଜ୍ୟରେ ଏପରି କିଛି ସ୍ଥାନ ରହିଛି ଯାହା ମହାଭାରତ କାଳ ସହ ଯୋଡ଼ା ଯାଏ । ହିମାଚଳପ୍ରଦେଶରେ ଏପରି ଏକ ହ୍ରଦ ରହିଛି, ଯେଉଁଠି କୋଟି କୋଟି ଟଙ୍କାର ଭଣ୍ଡାର ରହିଛି । ହେଲେ ଏପର୍ଯ୍ୟନ୍ତ ଏହି ହ୍ରଦରୁ ଭଣ୍ଡାର ବାହାର କରିବାକୁ ଚେଷ୍ଟା କରାଯାଇନାହିଁ । କାରଣ ଯିଏ ବି ଏହି ସୁନା ହୀରା ଅଳଙ୍କାର ଆଣିବାକୁ ଯାଇଛନ୍ତି ସେ କେବେ ବି ସଫଳ ହୋଇନାହାନ୍ତି । ମଣ୍ଡି ଉପତ୍ୟକାରେ ଅବସ୍ଥିତ କାମରୁନାଗ ହ୍ରଦ ରାଜ୍ୟର ପ୍ରମୁଖ ହ୍ରଦ ମଧ୍ୟରେ ଏକ । ଏହାକୁ ନେଇ ବିଶ୍ୱାସ ରହିଛି ଯେ ଭୀମ ଏହି ହ୍ରଦକୁ ସୃଷ୍ଟି କରିଛନ୍ତି ଯାହା ପାତାଳ ସହିତ ସଂଯୁକ୍ତ । ଏହି ହ୍ରହ ନିକଟରେ ବାବା କାମରୁନାଗଙ୍କ ମନ୍ଦିର ରହିଛି, ଯାହାଙ୍କୁ ବର୍ଷାର ଦେବତା ଭାବେ ବିବେଚନା କରାଯାଇଥାଏ । ତେବେ ଏହି ମନ୍ଦିର ନାମ ଅନୁସାରେ ହ୍ରହର ନାମ ରଖାଯାଇଛି । ଏଠାରେ ପ୍ରତି ବର୍ଷ ଜୁନ ମାସରେ ସ୍ୱତନ୍ତ୍ର ମେଳାର ଆୟୋଜନ କରାଯାଇଥାଏ । ପୌରାଣିକ କଥା ଅନୁଯାୟୀ ପ୍ରତିବର୍ଷ ୧୪-୧୫ ଜୁନ୍ରେ ବାବା କାମରୁନାଗ ସମଗ୍ର ଦୁନିଆକୁ ଦର୍ଶନ ଦେଇଥାନ୍ତି । ବାବାଙ୍କୁ ଦର୍ଶନ କରିବା ପାଇଁ ଲୋକମାନେ ରୋହଣ୍ଡା ନାମକ ସ୍ଥାନରୁ ୮ କିଲୋମିଟଚର ଘଞ୍ଚ ଜଙ୍ଗଲ ଏବଂ ପର୍ବତ ଅତିକ୍ରମ କରି ଏଠାକୁ ଆସିଥାନ୍ତି । ରୋହଣ୍ଡା ହିମାଚଳ ପ୍ରଦେଶର ମଣ୍ଡି ନାମକ ସ୍ଥାନଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଛି । କାମରୁନାଗ ହ୍ରଦକୁ ନେଇ ଲୋକଙ୍କ ମଧ୍ୟରେ ବିସ୍ୱାସ ରହିଛି ଯେ ଏଥିରେ ସୁନା, ରୁପା, ଅଳଙ୍କାର ଏବଂ ଟଙ୍କା ଅର୍ପଣ କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏଠାରେ ଲୋକମାନେ ଏଠାରେ ଅଳଙ୍କାର ଏବଂ ଟଙ୍କା ଚଢ଼ାଉଥିବାର ଦେଖିବାକୁ ମିଳିଥାଏ । ବର୍ଷ ବର୍ଷ ଧରି ଲୋକମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଟଙ୍କା ଏବଂ ଅଳଙ୍କାର ଯୋଗୁଁ ଏହି ହ୍ରଦରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିବାର ଅନୁମାନ କରାଯାଏ । କିନ୍ତୁ କେହି ଏହାକୁ ଚୋରି କରିପାରନ୍ତି ନାହିଁ କାରଣ ଏହା ଦେବତାମାନଙ୍କର ଭଣ୍ଡାର, ଯାହାକୁ ସ୍ୱୟଂ ନାଗ ଦେବତାମାନଙ୍କ ଦ୍ୱାରା ସୁରକ୍ଷା ଦିଆଯାଉଛି । ତେଣୁ ଏହାକୁ କୌଣସି ସୁରକ୍ଷାର ଆବଶ୍ୟକତା ନାହିଁ ।


