ଅଜବ ସୃଷ୍ଟି
ଚୀନ ସର୍ବଦା ନିଜର ଅଜବ ସୃଷ୍ଟି ପାଇଁ ବିଶ୍ୱରେ ପରିଚିତ । କେତେବେଳେ ନକଲି ସୂର୍ଯ୍ୟ ନିର୍ମାଣ କରି ଚର୍ଚ୍ଚ ସାଉଁଟି ଲାଣି ତ କେତେବେଳେ ସୁଟ୍କେସ୍କୁ ଗାଡି ଭଳି ବ୍ୟବହାର କଲାଣି । ଚୀନର ପ୍ରାଚୀନ କାଳରୁ ଏଭଳି ଅନେକ ଉଦ୍ଭୁାବନ ରହିଛି ଯାହା ତାକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଯେଉଁ ସବୁ ଉଦ୍ଭୁାବନ ନାଁରେ ବିଶ୍ୱ ବାସୀ ଚୀନକୁ ଜାଣନ୍ତି । ଚୀନର ରାସ୍ତାରେ ଏଭଳି ଅନେକ ଅଜବ ଗାଡି ଦେଖିବାକୁ […]
ଚୀନ ସର୍ବଦା ନିଜର ଅଜବ ସୃଷ୍ଟି ପାଇଁ ବିଶ୍ୱରେ ପରିଚିତ । କେତେବେଳେ ନକଲି ସୂର୍ଯ୍ୟ ନିର୍ମାଣ କରି ଚର୍ଚ୍ଚ ସାଉଁଟି ଲାଣି ତ କେତେବେଳେ ସୁଟ୍କେସ୍କୁ ଗାଡି ଭଳି ବ୍ୟବହାର କଲାଣି । ଚୀନର ପ୍ରାଚୀନ କାଳରୁ ଏଭଳି ଅନେକ ଉଦ୍ଭୁାବନ ରହିଛି ଯାହା ତାକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଯେଉଁ ସବୁ ଉଦ୍ଭୁାବନ ନାଁରେ ବିଶ୍ୱ ବାସୀ ଚୀନକୁ ଜାଣନ୍ତି । ଚୀନର ରାସ୍ତାରେ ଏଭଳି ଅନେକ ଅଜବ ଗାଡି ଦେଖିବାକୁ ମିଳେ ଯାହାକୁ କେହି କେବେ କଳ୍ପନା କରି ନଥିବେ । ଏଭଳି କେତେକ ଉଦ୍ଭୁାବନ ଅଛି ଯାହା ଜଣଙ୍କୁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ କରିବାରେ ସକ୍ଷମ । ଆସନ୍ତୁ ପଢିବା ସେହିଭଳି କିଛି ଅଦ୍ଭୁୁତ ଉଦ୍ଭୁାବନ ସମ୍ବନ୍ଧରେ….
ଫ୍ଲାଇଂ ସସ୍ର
କେହି ବୈଜ୍ଞାନିକ ନୁହେଁ ଚୀନର ଜଣେ କୃଷକ ଏକ ଫ୍ଲାଇଂ ଡିଭାଇସ୍ ବନାଇବାରେ ସକ୍ଷମ । ଚୀନର ଜଣେ ସ୍ଥାନୀୟ କୃଷକ ସୁ ମାନ୍ସେଙ୍ଗ ଏହି ଅଦ୍ଭୁୁଦ ଯାନ ତିଆରି କରିଛନ୍ତି । ସେ ଏହାକୁ ଘରେ ବସି ନିର୍ମାଣ କରିଛନ୍ତି । ଏହି ଯାନଟି ତାଙ୍କର ପ୍ରଥମ ମଡେଲ ନୁହେଁ, ସେ ପୂର୍ବରୁ ଏହାର ଆହୁରି ଚାରୋଟି ମଡେଲ୍ର ନିର୍ମାଣ କରିଛନ୍ତି । ଏହି ଯାନକୁ ପ୍ରସ୍ତୁତ କରିବାକୁ ପ୍ରାୟ ୩.୧୩୫ ଡଲାର ଖର୍ଚ୍ଚ ହୋଇଥାଏ । ଏହି ଯାନଟିର ବ୍ୟାସ ୧୮ ଫୁଟ୍ ହୋଇଥିବା ବେଳେ ଏଥିରେ ଆଠଟି ମଟୋରସାଇକେଲ୍ର ଇଞ୍ଜିନ ଫିଟ୍ କରାଯାଇଛି ।
ସୁଟ୍କେସ୍ ସ୍କୁଟର
ଚୀନ୍ର ଜଣେ ବ୍ୟକ୍ତି ଘରେ ପ୍ରସ୍ତୁତ କରିଛନ୍ତି ସୁଟ୍କେସ ସ୍କୁଟର । ଏହାର ନାଁ ଶୁଣିଲେ ଏଭଳି କିଛି ଯାନ ଥିବା କେହି ବିଶ୍ୱାସ କରିବେନି, ହେଲେ ଘଟଣାଟି ସତ । ବ୍ୟକ୍ତି ଜଣଙ୍କୁ ଏହି ସୁଟ୍କେସ୍ ସ୍କୁଟରକୁ ନିର୍ମାଣ କରିବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା । ସ୍କୁଟରଟି ଘଣ୍ଟାରେ ପ୍ରାୟ ୨୦ କିମି ଯାଇପାରିବ । ଏହି ଯାନଟି ଥରେ ଚାର୍ଜ ହେଲେ ପ୍ରାୟ ୫୦ରୁ ୬୦ କିମି ଚାଲି ପାରିବ । ଗାଡିଟିର ଆକାର ବହୁତ ଛୋଟ ହୋଇଥିବାରୁ ଏହା ସବୁ ସ୍ଥାନକୁ ଯାଇପାରିବ, ଯାହା ଲୋକଙ୍କୁ ବେଶ୍ ସହାୟକ ହୋଇଥାଏ ।
କାଠ ଗାଡି
ଚୀନର ରାସ୍ତାରେ ଆଉ ଏକ ଅଜବ ଯାନ ବେଳେବେଳେ ଦେଖିବାକୁ ମିଳିଥାଏ । ଗାଡିଟିର ନାଁ ହେଲା ଉଡେନ୍ ଇେáଟ୍ରିକ୍ ଭେଇକିଲ୍ । ଗାଡିଟିକୁ ସମ୍ପୁର୍ଣ୍ଣ ଭାବେ କାଠରୁ ପ୍ରସ୍ତୁତ କରାଯାଇଛି । ଗାଡିଟିର ଓଜନ ୨୦୦ କେଜି । ସେହିଭଳି ଗାଡିଟି ଘଣ୍ଟାକୁ ପ୍ରାୟ ୩୦ କିମି ଯାଇପାରିବ । ଅନ୍ୟ ଗାଡି ଭଳି ଏହା ମଧ୍ୟ ଚାର୍ଜରେ ଚାଲିଥାଏ । ଏହା ଥରେ ଚାର୍ଜ ହେଲେ ୨୦ କିମି ଯାଇପାରିବ । ଦେଖିବାକୁ ଗାଡିଟି ବେଶ୍ ନିଆରା ।


