ନିଆରା ଖାଦ୍ୟ ପରମ୍ପରା

ନିଆରା ଖାଦ୍ୟ ପରମ୍ପରା
Ipsita Picture
By: Ipsita
Published On

 

ଇରାନର ହୋର୍ମୁଜ ଆଇଲାଣ୍ଡରେ ଏକ ଅତି ନିଆରା ଖାଦ୍ୟ ପରମ୍ପରା ରହିଛି, ଯେଉଁଠାରେ ଲୋକମାନେ ମାଛ ସହିତ ପାହାଡ଼ର ନାଲି ବାଲି ମିଶାଇ ଏକ ସ୍ୱତନ୍ତ୍ର ଚଟଣି ପ୍ରସ୍ତୁତ କରି ଖାଇଥାନ୍ତି । ଏହି ନାଲି ମାଟିକୁ ସ୍ଥାନୀୟ ଭାଷାରେ ଗେଲକକୁହାଯାଏ, ଯେଉଁଥିରେ ପ୍ରଚୁର ପରିମାଣର ଆଇରନ୍ ଏବଂ ଆଣ୍ଟିମାଇକ୍ରୋବିଆଲ୍ ଗୁଣ ରହିଥିବା ବିଶ୍ୱାସ କରାଯାଏ । ଯାହା ଖାଦ୍ୟକୁ ଗରମରେ ଖରାପ ହେବାରୁ ରକ୍ଷା କରିଥାଏ । ଏହି ଚଟଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସାର୍ଡିନ ମାଛକୁ ଲୁଣ ସହିତ ମାଟି ପାତ୍ରରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଖରାରେ ରଖାଯାଏ ଏବଂ ପରେ ସେଥିରେ ନାଲି ମାଟିର ପ୍ରଲେପ ସହ କମଳା ଚୋପା ଓ ଲେମ୍ବୁ ପତ୍ର ମିଶାଯାଇ ପୁଣି କିଛି ଦିନ ଖରାରେ ରଖାଯାଏ । ପ୍ରସ୍ତୁତ ହେବା ପରେ ଏହି ରାଗ ଓ ଖଟା ସ୍ୱାଦର ଚଟଣିକୁ ସ୍ଥାନୀୟ ଟମଶୀନାମକ ପତଳା ରୁଟି ସହିତ ଜଳଖିଆ ଭାବେ ବହୁତ ଆଗ୍ରହର ସହ ଖିଆଯାଇଥାଏ ।

Tags: