ନିଆରା ପାଠ୍ୟକ୍ରମ

ନିଆରା ପାଠ୍ୟକ୍ରମ
Ipsita Picture
By: Ipsita
Published On

 

ଆଜିର ବ୍ୟସ୍ତବହୁଳ ଡିଜିଟାଲ୍ ଯୁଗରେ, ଯେଉଁଠାରେ ମଣିଷର ଅଧିକାଂଶ ସମୟ ମୋବାଇଲଫୋନ ଓ କମ୍ପ୍ୟୁଟରରେ ସୀମିତ ରହୁଛି, ସେଭଳି ସମୟରେ ବିଶ୍ୱପ୍ରସିଦ୍ଧ ହାର୍ଭାଡ୍ ବିଶ୍ୱବିଦ୍ୟାଳୟ ଏକ ଅଭିନବ ପାଠ୍ୟକ୍ରମ ଟ୍ରି’  ଆରମ୍ଭ କରିଛି ।  ଏହି ପାଠ୍ୟକ୍ରମର ମୂଳଲକ୍ଷ୍ୟ ହେଉଛି ଜଣେ ମଣିଷ ଏବଂ ଏକ ଗଛ ମଧ୍ୟରେ ଗଭୀର ସମ୍ପର୍କ ସ୍ଥାପନ କରିବା। ଏହି କୋର୍ସ କୌଣସି ବନ୍ଦ କୋଠରୀ, ଲ୍ୟାବ୍ କିମ୍ବା ବଡ଼ ବଡ଼ ବହି ମଧ୍ୟରେ ସୀମିତ ନରହି ହାର୍ଭାଡର ୨୮୧ ଏକର ପରିମିତ ଅର୍ଣ୍ଣୋଲ୍ଡ ଆର୍ବୋରିଟମ୍ବା ବୃକ୍ଷ ସଂଗ୍ରହାଳୟ ପରିସରରେ ପରିଚାଳିତ ହେଉଛି ।  ଏହି ପାଠ୍ୟକ୍ରମରେ ପ୍ରତିବର୍ଷ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଯୋଗ ଦେଇ ସେଠାରେ ଥିବା ପ୍ରାୟ ୧୬ ହଜାର ବୃକ୍ଷ ମଧ୍ୟରୁ ନିଜ ପାଇଁ ଜଣେ ସାଥୀ ବା ବନ୍ଧୁ ବୃକ୍ଷବାଛନ୍ତି, ଯାହା ସେମାନଙ୍କର ସମ୍ପୂର୍ଣ୍ଣ ସେମିଷ୍ଟାରର ଆସାଇନମେଣ୍ଟ ଓ ପ୍ରୋଜେକ୍ଟର ମୁଖ୍ୟ ବିଷୟ ହୋଇଥାଏ। ଏହି ପାଠ୍ୟକ୍ରମକୁ ନେଇ ଛାତ୍ରଙ୍କ ଭିତରେ ଖୁବ ଆଗ୍ରହ ଦେଖିବାକୁ ମିଳୁଛି । ଏହି ପାଠ୍ୟକ୍ରମର ସାରାଂଶ ହେଉଛି ଗଛକୁ କେବଳ ଏକ ବସ୍ତୁ ଭାବେ ନଦେଖି ତାକୁ ନିଜର ଏକ ସତ ସାଥୀଭାବେ ଦେଖିବା, ଯାହା ଏମାନଙ୍କ ଜୀବନଶୈଳୀ ଉପରେ ଖୁବ ଭଲ ପ୍ରଭାବ ପକାଇବ ବୋଲି ସମସ୍ତେ ଆଶା ରଖିଛନ୍ତି । ସୋସିଆଲ ମିଡିଆରେ ଏହି ପାଠ୍ୟକ୍ରମର ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Tags: