ନିଆରା ପ୍ରତିବାଦ
ମହାରାଷ୍ଟ୍ରର ନାସିକ୍ରେ ଖରାପ ରାସ୍ତା ସମସ୍ୟାର ପ୍ରତିକାର ଦାବିରେ ଜଣେ ବ୍ୟକ୍ତି ଏକ ନିଆରା ଢଙ୍ଗରେ ପ୍ରତିବାଦ କରି ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବଣ୍ଟି ଶ୍ରୀସାଗର ନାମକ ଏହି ବ୍ୟକ୍ତିଜଣକ ନିଜର 'ରୁଦ୍ର' ନାମକ ମଇଁଷି ପିଠିରେ 'ଯମଦୂତ' ଲେଖି, ତା' ଉପରେ ବସି ଖାଲଖମାରେ ଭରା ବିପଜ୍ଜନକ ରାସ୍ତା ଦେଇ ଯାଇ ନିଜର ବିରୋଧ ଜାହିର କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୈନନ୍ଦିନ ଯିବା ଆସିବାରେ ପ୍ରତିବନ୍ଧକ ସାଜିଥିବା ଏହି ଖରାପ ରାସ୍ତା ଓ ଖାଲ ଯୋଗୁଁ ଅବଧି ମଧ୍ୟରେ ପ୍ରାୟ ୫ ଜଣ ପ୍ରାଣ ହରାଇସାରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ବଣ୍ଟି ଏଭଳି ଅଭିନବ ଉପାୟ ଆପଣାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ପ୍ରଦର୍ଶନର ଭିଡିଓ ବର୍ତ୍ତମାନ ଖୁବ ଟ୍ରେଣ୍ଡରେ ରହୁଥିବା ଦେଖିବାକୁ ମିଳୁଛି ।
Tags:




