ନିଆରା ପ୍ରତିବାଦ

ନିଆରା ପ୍ରତିବାଦ
Ipsita Picture
By: Ipsita
Published On

 

ଚୀନ୍ର ସାଂଘାଇ ସହରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା କର୍ମଚାରୀ କମ୍ ଦରମାକୁ ନେଇ ନିଜର ପ୍ରତିବାଦ ଜଣାଇବା ପାଇଁ ଏକ ଅଜବ ଉପାୟ ଆପଣେଇଛନ୍ତି । ମହିଳାଙ୍କ ଅନୁଯାୟୀ ତାଙ୍କ ପରିଶ୍ରମ ତୁଳନାରେ ତାଙ୍କୁ ଦରମା ମିଳୁନଥିବାରୁ ସେ ଅଫିସ୍ ସମୟରେ ହିଁ ୫ ଘଣ୍ଟା ଶୋଇ ରହିଥିଲେ ।  ନିଦରୁ ଉଠିବା ପରେ ବସ୍ଙ୍କ ଟେବୁଲ୍ରୁ ଚକୋଲେଟ୍ ମଧ୍ୟ ଖାଇ ଦେଇଥିଲେ । ମହିଳା ଜଣକ 'ଯେତିକି ପଇସା, ସେତିକି କାମ' ବୋଲି ଯୁକ୍ତି ବାଢ଼ିଥି ଲେ । ହେଲେ ବସଙ୍କର ଗ୍ଲୁକୋଜ୍ ସମସ୍ୟା ଥିବାରୁ ସେହି ଚକୋଲେଟ୍ ଖାଇବା ତାଙ୍କ ପାଇଁ ଜରୁରୀ ଥିଲା, ଯାହାଫଳରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହି ଘଟଣା ପରେ ବସ୍ ତାଙ୍କୁ ଚାକିରିରୁ ବାହାର କରିବାକୁ ଚେତାବନୀ ଦେଇଥିଲେ । ଯାହାକୁ ନେଇ ମହିଳା ଜଣକ କାନ୍ଦି କାନ୍ଦି ସୋସିଆଲ ମିଡିଆରେ ନିଜର ପକ୍ଷ ରଖିଥିଲେ । ତେବେ ଇଣ୍ଟରନେଟ୍ରେ ଅଧିକାଂଶ ଲୋକ ମହିଳାଙ୍କୁ ସମାଲୋଚନା କରି କହିଛନ୍ତି ଯେ କମ୍ ଦରମା ନେଇ ଅଭିଯୋଗ ରହିବା ସ୍ୱାଭାବିକ, କିନ୍ତୁ ଅଫିସ୍ ସମୟରେ ଶୋଇବା ଏବଂ ଅନ୍ୟର ଜିନିଷ ଖାଇବା ଭଳି ବ୍ୟବହାର ସମ୍ପୂର୍ଣ୍ଣ ଭୁଲ୍ ।

Tags: