ପୃଥିବୀକୁ ନେଇ ନୂଆ ପ୍ରତିଯୋଗିତା
ପୃଥିବୀ ଗୋଲ ବୋଲି ସମସ୍ତେ ଜାଣିଛନ୍ତି । ବିଶ୍ୱରେ ଏଭଳି କେହି ନାହାନ୍ତି ଯେଉଁମାନ ଜାଣିନାହାନ୍ତି ପୃଥିବୀ ଗୋଲ ବୋଲି । ହେଲେ ଆମେରିକାର ଜଣେ ବ୍ୟବସାୟୀ ବୃଥିବୀକୁ ସିଧା ବୋଲି ସାବସ୍ତ୍ୟ କରିପାରୁଥିବା ବ୍ୟକ୍ତିଙ୍କୁ ୨୭ ହଜାର କୋଟି ଟଙ୍କା ଦେବେବୋଲି ଘୋଷଣା କରିଛନ୍ତି । ଏହି ବୈଜ୍ଞାନିକଙ୍କ ନାମ ହେଉଛି ଟିମ ବଏଲ ଯିଏ ପ୍ରସିଦ୍ଧ କମ୍ପାନୀ କଲମ୍ବିଆ ସ୍ପୋର୍ଟ୍ସେଓ୍ୱୟାର ସିଇଓ ଅଟନ୍ତି । ଏନେଇ ବ୍ୟବସାୟୀ ଜଣଙ୍କ ସମସ୍ତଙ୍କୁ ଚାଲେଞ୍ଜ ଦେଇଛନ୍ତି । ୭୬ ବିର୍ଷୀୟ ଏହି ବ୍ୟବସାୟୀ ଏକ ଭିଡିଓ ଜାରି କରି ଏହି ଚାଲେଞ୍ଜ ସମଗ୍ର ବିଶ୍ୱବାସୀଙ୍କୁ ଦେଇଛନ୍ତି । ଯଦି କେହି ବ୍ୟକ୍ତି ପୃଥିବୀର ଗୋଟିଏ କଣରେ ଠିଆ ହୋଇ ଫଟୋ ଉଠାଇ ଦେଖାଇଦେବ ତେବେ ସେ ନିଜର ପୂରା କମ୍ପାନୀ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କରିଦେବେ । ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିନା ଓକିଲରେ, ବିନା କୌଣସି କାଗଜ ପତ୍ର କାମରେ ନିଜ କମ୍ପାନୀ ଦେଇଦେବେ ବୋଲି ଏହି ଘୋଷଣାନାମାରେ ପ୍ରକାଶ କରିଛନ୍ତି । ତେବେ ଏହା କମ୍ପାନୀର ସ୍ମାର୍ଟ ମାର୍କେଟିଂ କ୍ୟାମ୍ପେନ୍ ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି । କମ୍ପାନୀର ସିଇଓ ଜାଣିଛନ୍ତି ପୃଥିବୀ ଗୋଲ ଅଟେ ହେଲେ ସେ ଏଭଳି ଉପାୟ ଆପଣାଇଛନ୍ତି କେବଳ ନିଜ କମ୍ପାନୀର ମାର୍କେଟିଂ ବଢାଇବା ପାଇଁ । ସୋସିଆଲ ମିଡିଆରେ ପୋଷ୍ଟଟି ଖୁବ ଭାଇରାଲ ହେବାରେ ଲାଗିଛି ।


