ଅଜବ ବିରୋଧ
ଫିନ୍ଲାଣ୍ଡ: ସାଧାରଣତଃ ଜଣେ ଗ୍ରାହକ ଯେତେବେଳେ କୌଣସି ସାମଗ୍ରୀ ନେଇ ଅସନ୍ତୁଷ୍ଟଥାଏ ସେ କମ୍ପାନୀ ବିରୋଧରେ ଅଭିଯୋଗ କରିଥାଏ । କମ୍ପାନୀ ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ହେଲେ ଜଣେ ଗ୍ରାହକଙ୍କର କମ୍ପାନୀ ବିରୋଧରେ ଅଜବ ବିରୋଧ ସାମନାକୁ ଆସିଛି । ଫିନ୍ଲାଣ୍ଡର ଜଣେ ବ୍ୟକ୍ତି ଟେସଲା କାରକୁ ନେଇ ଅସନ୍ତୁଷ୍ଟ ଥିଲେ । ହେଲେ ସେ ଏହାର ବିରୋଧ ଖୁବ ହିଂସ୍ରାତ୍ମକ ଢଙ୍ଗରେ କରିଛନ୍ତି । କାରଟିର ଡ୍ରାଇଭର ସିଟ୍ରେ ଏଲନ୍ ମସ୍କଙ୍କର ଏକ […]
ଫିନ୍ଲାଣ୍ଡ: ସାଧାରଣତଃ ଜଣେ ଗ୍ରାହକ ଯେତେବେଳେ କୌଣସି ସାମଗ୍ରୀ ନେଇ ଅସନ୍ତୁଷ୍ଟଥାଏ ସେ କମ୍ପାନୀ ବିରୋଧରେ ଅଭିଯୋଗ କରିଥାଏ । କମ୍ପାନୀ ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ହେଲେ ଜଣେ ଗ୍ରାହକଙ୍କର କମ୍ପାନୀ ବିରୋଧରେ ଅଜବ ବିରୋଧ ସାମନାକୁ ଆସିଛି । ଫିନ୍ଲାଣ୍ଡର ଜଣେ ବ୍ୟକ୍ତି ଟେସଲା କାରକୁ ନେଇ ଅସନ୍ତୁଷ୍ଟ ଥିଲେ । ହେଲେ ସେ ଏହାର ବିରୋଧ ଖୁବ ହିଂସ୍ରାତ୍ମକ ଢଙ୍ଗରେ କରିଛନ୍ତି । କାରଟିର ଡ୍ରାଇଭର ସିଟ୍ରେ ଏଲନ୍ ମସ୍କଙ୍କର ଏକ କେ„ଇ ରଖିବା ସହିତ ସେଥିରେ ୩୦କେଜିର ଡିନାମାଇଟ୍ ରଖି କାରକୁ ନଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାଇ ବ୍ୟକ୍ତିଜଣଙ୍କ କାରଟିକୁ କିଣିବା ବେଳେ ତାହା ବେଶ୍ ଭଲ ସର୍ଭିସ୍ ଦେଇଥିଲା । ହେଲେ ମାତ୍ର ୧୫,୦୦ କିମି ଗଡିବା ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ସେ କାରଟିକୁ ମରାମତି ପାଇଁ ଟେସଲା ସୋ ରୁମକୁ ପଠାଇଥିଲେ । ପ୍ରାୟ ଏକ ମାସ ପରେ ସେମାନେ କାର୍ର ମରାମତି ହୋଇପାରିବ ନାହିଁ ବୋଲି ବ୍ୟକ୍ତିଙ୍କୁ ସୂ‘ନା ଦେଇଥିଲେ । କେବଳ ଏହାର ବ୍ୟାଟେରିକୁ ବଦଳା ଯାଇପାରିବ, ଯାହାର ମୂଲ୍ୟ୨୦,୦୦୦ ୟୁରୋ ପଡିବ । ଘଟଣାଟି ବ୍ୟକ୍ତିଙ୍କୁ ବ୍ୟଥିତ କରିଥିଲା । ସେ ରାଗିଯାଇ କାରଟିକୁ ଜାଳିଦେବାକୁ ନିଷ୍ପତ୍ତି କରିଥିଲେ । ତେବେ ଏ ସମସ୍ତ ଘଟଣାର ଭିଡିଓକୁ ଏକ ୟୁଟୁ୍ୟବ୍ ‘୍ୟାନେଲ୍ ସୁଟ୍ କରିଥିଲା, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।




