ଏକ ଲକ୍ଷ ଟଙ୍କାର ଛତା
By: Ipsita
ଦୁନିଆରେ ଏଭଳି କୌଣସି ଛତା ନାହିଁ ଯିଏ ବର୍ଷା ରୋକି ନଥାଏ । ଏଭଳି କଥା କହିଲେ କେହି ବିଶ୍ୱାସ ମଧ୍ୟ କରିବେ ନାହିଁ । ହେଲେ ନାମିଦାମୀ କମ୍ପାନୀ ଗୁଚି ନିର୍ମାଣ କରିଛି ଏଭଳି ଛତା ଯାହାକୁ ବର୍ଷାରେ ବ୍ୟବହାର କରାଯାଇପାରିବ ନାହିଁ । କେବଳ ଏହା ନୁହେଁ ଛତାଟି ନିଜ ଦାମ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଛି । ସାଧାରଣତଃ ଗୋଟିଏ ଛତାର ଦାମ ବଢିବଢି ହଜାରେ ପର୍ଯ୍ୟନ୍ତ ପହଞ୍ଚିପାରିବ । ହେଲେ ଏହି ଛତାର ଦାମ ଏକ ଲକ୍ଷ । ଗୁଚି େଓ୍ୱବସାଇଟ୍ରେ ଛତା ନେଇ ଦିଆଯାଇଥିବା ତଥ୍ୟରେ ଲେଖାଯାଇଛି କି ଛତାଟି କେବଳ ଖରାରେ ବ୍ୟବହାର କରିହେବ । ତେବେ ଛତାଟିର ଦାମୟୁଜରର୍ସଙ୍କର ହଜମ ହୋଇନି । କେବଳ ଘରେ ସଜାଇବା ପାଇଁ ଏତେ ଟଙ୍କାର ଛତା କିଏ କଣ ପାଇଁ କିଣିବ ବୋଲି ସୋସିଆଲ ମିଡିଆରେ ମତ ଆସିଛି । ଛତାଟି ବର୍ତ୍ତମାନ ଚାଇନାରେ ବିକ୍ରି ହେଉଛି । ଗୁଚି ସର୍ବଦା ନିଜର ଦାମୀ ଜିନିଷ ପାଇଁ ଚର୍ଚ୍ଚାରେ ରହିଥାଏ । କେତେ ଲୋକ ଏହି ସାମଗ୍ରୀ ଗୁଡିକୁ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ ମଧ୍ୟ କରନ୍ତି ।
Read More ମନପସନ୍ଦ ଖାଇବା ପାଇଁ କୋର୍ଟରେ ଆବେଦନ
Tags:


