ଆସାମରେ ମିଳୁଛି ଜେଲେନ୍ସ୍କି ଚା’
ଆସାମ: ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଚର୍ଚ୍ଚା ବର୍ତ୍ତମାନ ସବୁଠାରେ । ଋଷିଆ ବିରୋଧରେ ତାଙ୍କର ଦମ୍ଭୋକ୍ତିକୁ ଅନେକ ସ୍ଥାନରେ ପ୍ରଂଶସା କରାଯାଉଛି । ତେବେ ଏକ ନିଆରା ଘଟଣା ଭାରତରେ ଦେଖିବାକୁ ମିଳିଛି । ଆସାମରେ ଏକ ଚା’ ବ୍ରାଣ୍ଡ୍ ଜେଲେନ୍ସ୍କି ଙ୍କ ନାମରେ ଲଞ୍ଚ କରାଯାଇଛି । ଜେଲେନ୍ସ୍କିଙ୍କ ସାହସକୁ ସଲାମ କରିବାକୁ ଏହି ଚା’ ବ୍ରାଣ୍ଡ ଲଞ୍ଚ ହୋଇଥିବା ଜଣାପଡିଛି । ଗୌହାଟି ଅରୋମିକା ଟି ବ୍ରାଣ୍ଡ ଅଧିନରେ ଏହାକୁ ଲଞ୍ଚ କରାଯାଇଛି । ଏହି […]
ଆସାମ: ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଚର୍ଚ୍ଚା ବର୍ତ୍ତମାନ ସବୁଠାରେ । ଋଷିଆ ବିରୋଧରେ ତାଙ୍କର ଦମ୍ଭୋକ୍ତିକୁ ଅନେକ ସ୍ଥାନରେ ପ୍ରଂଶସା କରାଯାଉଛି । ତେବେ ଏକ ନିଆରା ଘଟଣା ଭାରତରେ ଦେଖିବାକୁ ମିଳିଛି । ଆସାମରେ ଏକ ଚା’ ବ୍ରାଣ୍ଡ୍ ଜେଲେନ୍ସ୍କି ଙ୍କ ନାମରେ ଲଞ୍ଚ କରାଯାଇଛି । ଜେଲେନ୍ସ୍କିଙ୍କ ସାହସକୁ ସଲାମ କରିବାକୁ ଏହି ଚା’ ବ୍ରାଣ୍ଡ ଲଞ୍ଚ ହୋଇଥିବା ଜଣାପଡିଛି । ଗୌହାଟି ଅରୋମିକା ଟି ବ୍ରାଣ୍ଡ ଅଧିନରେ ଏହାକୁ ଲଞ୍ଚ କରାଯାଇଛି ।

ଏହି ଜେଲେନ୍ସ୍କି ଟି ବେଶ୍ କଡା ବୋଲି ଏହାର ମାଲିକ ପ୍ରକାଶ କରିଛନ୍ତି । ଜେଲେନ୍ସ୍କିଙ୍କ ସ୍ୱଭାବ ଭଳି ଏହି ଚା’ର ସ୍ୱାଦ ମଧ୍ୟ ହଟକେ, ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାଣକାରୀ ସଂସ୍ଥା ପ୍ରକାଶ କରିଛନ୍ତି ।
Like the strong Assam tea, Zelenskyy also symbolises strength in today's context. #Assamtea #zelensky #Ukraine pic.twitter.com/Q2rbX0WdHA
— roopakgoswami (@roopak1966) March 15, 2022




