ଦୁଇଟି ରଙ୍ଗର ସେଓ
ନ୍ୟୁଜିଲାଣ୍ଡରେ ଏକ ଅତି ବିରଳ ପ୍ରଜାତିର ସେଓ ଦେଖିବାକୁ ମିଳିଛି, ଯାହାର ଅଧା ଅଂଶ ସମ୍ପୂର୍ଣ୍ଣ ନାଲି ଏବଂ ବାକି ଅଧା ଅଂଶ ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର ହୋଇ ମଝିରୁ ସମାନ ଦୁଇ ଭାଗରେ ବଣ୍ଟା ହୋଇଛି । ବିଶେଷଜ୍ଞଙ୍କ ମତରେ, ପ୍ରାୟ ୧୦ ଲକ୍ଷ ସେଓ ମଧ୍ୟରୁ କେବଳ ଗୋଟିଏ ଏଭଳି ମିଳିବା ସମ୍ଭବପର ହୋଇଥାଏ ଏବଂ ବିଜ୍ଞାନ ଭାଷାରେ ଏହାକୁ 'କାଇମେରା ଆପଲ୍' କୁହାଯାଏ । ଏହି ଅଦ୍ଭୁତ ସେଓଟି ଗତ ମେ ମାସରେ 'ରେଡ୍ ବ୍ରେବର୍ଣ୍ଣ' ସେଓର ଏକ କ୍ରେଟ୍ରୁ ମିଳିଥିଲା, ଯାହାକି ଏକ ଅତି ବିରଳ ଜେନେଟିକ୍ ପରିବର୍ତ୍ତନ ଯୋଗୁଁ ଗୋଟିଏ ଫଳ ମଧ୍ୟରେ ଦୁଇଟି ଭିନ୍ନ ଜେନେଟିକ୍ କୋଷିକା ବିକଶିତ ହେବା କାରଣରୁ ହୋଇଥାଏ । ଏହି ଅଦ୍ଭୁତ ସେଓକୁ ଦେଖିବା ପାଇଁ ଏବେ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ବେଳେ, ଦୋକାନୀ ଜଣକ ନିଜ ସାରା କ୍ୟାରିୟରରେ ଏଭଳି ଜିନିଷ କେବେ ଦେଖିନଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଏହାକୁ ଏକ ଫ୍ରିଜ୍ରେ ସୁରକ୍ଷିତ ରଖାଯାଇଛି ଏବଂ ଏହାକୁ ଏମିତି ରଖାଯିବ ନା ଭିତରର କିଭଳି ଦେଖିବା ପାଇଁ କାଟି ଦିଆଯିବ, ସେନେଇ ନିଷ୍ପତ୍ତି ନିଆଯାଇନାହିଁ ।



