ଟୁଇନସିଟିରେ ପୂଜା ଫିଭର

ପାର୍ବଣ ଆସିଲେ ଗାଁ ଠାରୁ ସହର ସବୁସ୍ଥାନରେ ଦେଖିବାକୁ ମିଳେ ଏକ ଆନନ୍ଦମୟ ପରିବେଶ । ସମସ୍ତେ ଲାଗିପଡନ୍ତି ମାଆ ଶକ୍ତିରୂପିଣୀ ଦୁର୍ଗାଙ୍କର ପୂଜା କରିବାରେ । ଗାଁ ଗୁଡିକରେ ପୀଠରେ ପୂଜା ହେଉଥିବାବେଳେ ସହରରେ ଦେଖିବାକୁ ମିଳେ ମଣ୍ଡପରେ ପୂଜା । ଦଶଦିନଧରି ବିଭିନ୍ନ ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଆନ୍ତି । ଦଶହରା ପାଇଁ ସଜେଇ ହୋଇଛି ଓଡ଼ିଶାର ଟୁଇନ୍ ସିଟି କଟକ ଭୁବନେଶ୍ବର । ବିଭିନ୍ନ ପୂଜା ମଣ୍ଡପରେ ବେଶ୍ ଧୁମାଧାମରେ ପୂଜା ପାଉଛନ୍ତି ମାଆ। ସୁଉଚ୍ଚ ତୋରଣ, ବିଭିନ୍ନ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ । ପ୍ରତିଟି ପୂଜାମଣ୍ଡପରେ ମୂର୍ତ୍ତି ସହିତ ତୋରଣରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳିଥାଏ । କେଉଁଠି ତୋରଣ ଖୁବ ବଡଥିବାବେଳେ କେଉଁଠି ମାଆଙ୍କର ମୂର୍ତ୍ତିରେ ହୋଇଥିବା ତାରକସୀ କାମ ଖୁବ ସୁନ୍ଦର ହୋଇଥାଏ । ସୂଚନା ଅନୁସାରେ ଭୁବନେଶ୍ବରର ଚଳିତବର୍ଷ ୧୭୪ଟି ମେଢ ପ୍ରସ୍ତୁତ ହୋଇଛି । ଯେଉଁଥିରେ ବିଭିନ୍ନ ଅଞ୍ଚଳର ମେଢ ସାମିଲ ରହିଛି । ଏୟାରଫିଲ୍ଡ ଅଞ୍ଚଳରେ ୩ଟି, ବଡଗଡରେ ୧୧ଟି, ବାଲିଅନ୍ତା ଅଞ୍ଚଳରେ ୨୦ଟି, ଚନ୍ଦ୍ରଶେଖରପୁରରେ ୧୧ଟି, ଇନଫୋସିଟିରେ୬ଟି, ମଞ୍ଚେଶ୍ବର ୧୦ଟି, ଲକ୍ଷ୍ମୀସାଗରରେ ୭ଟି, ସହିଦ ନଗରରେ ୬ଟି ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ୨୩ ଟି ପୂଜା ପେଣ୍ଡାଲ ନିର୍ମାଣ ହୋଇଛି । ଏହାସହିତ ଆହୁରି ଅନେକ ସ୍ଥାନରେ ମାଆଙ୍କର ଆରାଧନା ଖୁବ ଧୁମଧାମରେ ମଣ୍ଡପରେ କରାଯାଉଛି । ମନଲୋଭୁଛି ସୁଉଚ୍ଚ ତୋରଣ ଦଶହରା ଆସିଲେ ଭୁବନେଶ୍ବରର ଗଳିକନ୍ଦିରେ ଦେଖିବାକୁ ମିଳେ ସୁଉଚ୍ଚତୋରଣ । ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଯମିଥାଏ । ଏହି ମଣ୍ଡପ ତାଲିକାରେ ଅନେକ ପୂଜା ମଣ୍ଡପ ସାମିଲ ରହିଛି । ପ୍ରତିବର୍ଷ ବିଭିନ୍ନ ଥିମର ତୋରଳ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଖୁବ ସ୍ବତନ୍ତ୍ର ଓ ନିଆରା ଭାବେ ଭୁବନେଶ୍ବରରେ ଦଶହରା ପାଳନ ହେଉଛି । ଆସନ୍ତୁ ଜାଣିବା ସେହିଭଳି କିଛି  ସ୍ବତନ୍ତ୍ର ପୂଜା ମଣ୍ଡପ ସମ୍ପର୍କରେ । ବମିଖାଲ ବମିଖାଲ ଦୁର୍ଗାପୂଜା ମଣ୍ଡପ ସବୁବେଳେ ନିଜର ସ୍ବତନ୍ତ୍ର ତୋରଣ ପାଇଁ ପରିଚିତ । ଚଳିତ ବର୍ଷ ପୂଜା କମିଟିର ୬୨ ବର୍ଷ ପୁରୁଥିବାରୁ ବେଶ୍ ସ୍ବତନ୍ତ୍ରଭାବେ ପୂଜାର ଆୟୋଜନ କରାଯାଇଛି । ମଣ୍ଡପର ଥିମ ରହିଛି ରାମୋଜି ଫିଲ୍ମ ସିଟି । ମଣ୍ଡପ ଭିତରକୁ ପଶିବା ସମୟରେ ଶ୍ରଦ୍ଧାଳୁମାନେ ମୟୂର ଆକୃତିର ଏକ ସାଜସଜ୍ଜା ଦେଖିବେ, ଯାହା ଭିତରୁ ଭିନ୍ନ ରହିଛି । ଭିତରୁ ଏହା ରାମୋଜି ଫିଲ୍ମ ସିଟିର ମହାଭାରତ ସେଟ୍ ଭଳି ପ୍ରସ୍ତୁତ ହୋଇଛି । ସେହି ସେଟରେ କୃଷ୍ଣଙ୍କ ରାଜଦରବାର ଯେପରି ଥିଲା ତାହାର ଅବିକଳ ନକଲ କରାଯାଇଛି । ଯାହା ଏଠାକୁ ବୁଲି ଆସୁଥିବା ସମସ୍ତ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଖୁବ ପରିଶ୍ରମ କରି ପୂଜା କମିଟି ମେମ୍ବରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ମହାଭାରତ ସେଟର ଭ୍ରମ ସେମାନେ ଏଠାରେ ପ୍ରସ୍ତୁତ କରିଛନ୍ତି ଯାହା ଏଠାକୁ ପୂଜା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଖୁବ ପସନ୍ଦ ଆସୁଛି । ଏହି ତୋରଣର ଲମ୍ବ ୭୦ ଫୁଟ ଥିବାବେଳେ ଗୋଲେଇ ୧୧୦ ଫୁଟ ରହିଛି । ଏହାର ପ୍ରସ୍ତୁତି ରାଖି ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବାବେଳେ କୋଲକାତାର ୪୦ଜଣ କାରିଗର ଏହାକୁ ନିର୍ମାଣ କରିଛନ୍ତି । ସେହିଭଳି ଏହି ମଣ୍ଡପ ପାଇଁ ମୂର୍ତ୍ତି କଟକର ଶିଳ୍ପୀମାନେ ପ୍ରସ୍ତୁତ କରୁଛନ୍ତି ଏବଂ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ ରହିଛି । ମଣ୍ଡପକୁ ୪୦ଟି ସିସିଟିଭି କ୍ୟାମରାସହିତ ୫୦ ଜଣ ସିକୁରିଟି ଗାର୍ଡ ଜଗିଛି । ଏଠାରେ ୫ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ  ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସେହିଭଳି ୧୦୦ ଜଣ ଭଲ୍ୟୁଣ୍ଟର ଏହି ମଣ୍ଡପରେ ଶ୍ରଦ୍ଧାଳୁଙ୍କର ବିଭିନ୍ନ ସାହାଯ୍ୟ ପାଇଁ ରହିଛନ୍ତି । ନୟାପଲ୍ଲୀ ଭୁବନେଶ୍ବରର ବିଭିନ୍ନ ପୂଜାମଣ୍ଡପ ଭିତରେ ନୟାପଲ୍ଲୀ ପୂଜାମଣ୍ଡପର ଟ୍ରେଣ୍ଡ ଖୁବ ଅଧିକ । ଏହାର ତୋରଣ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ଚଳିତ ବର୍ଷ ଏହି ମଣ୍ଡପର ୩୮ ବର୍ଷ ପୂରଣ ହେଉଥିବାରୁ ଏଥର ଖୁବ ସ୍ବତନ୍ତ୍ର ଭାବେ ପୂଜା ପାଳନ କରାଯାଉଛି । ଚଳିତ ପେଣ୍ଡାଲ ଗେଟ୍ କୁଚୁପୁଡି ନୃତ୍ୟକୁ ରିପ୍ରେଜେଣ୍ଟ କରୁଛି । ଏହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି । ପାଖାପାଖି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଗେଟ୍କୁ ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ୭୦ ରୁ ୭୫ ଥିବାବେଳେ ଗୋଲେଇ ୧୨୦ ଫୁଟ । ୪୦ଜଣ କୋଲକାତା କାରିଗର ମାଆଙ୍କର ମୂର୍ତ୍ତିକୁ ଗଢିଛନ୍ତି । ମୂର୍ତ୍ତିର ଉଚ୍ଚତା ୧୬ଫୁଟ ଥିବା ସୂଚନା ରହିଛି । ପେଣ୍ଡାଲରେ ୪ଟି ଗେଟ୍ ରହିଛି । ଏହି ପେଣ୍ଡାଲର ସବୁଠାରୁ ଆକର୍ଷଣୀୟ ରହିଛି ଆଲୋକ ସଜ୍ଜା । ମଣ୍ଡପରେ ବିଭିନ୍ନ ପ୍ରକାରର ଆଲୋକ ସଜାଯାଇଛି, ଯାହା ପେଣ୍ଡାଲର ସୌନ୍ଦର୍ଯ୍ୟକୁ ବଢାଉଛି । ସେହିଭଳି ମଣ୍ଡପରେ ୧୨୦ଟି ଷ୍ଟଲ ମଧ୍ୟ ପଡିବାର ବ୍ୟବସ୍ଥା ରହିଛି । ୨୦୦ରୁ ଅଧିକ ସ୍ବେଚ୍ଛାସେବୀ ଏହି ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସାହାଯ୍ୟ ପାଇଁ ରହିଛନ୍ତି । ପୂରା ମଣ୍ଡପକୁ ସିସିଟିଭି ସାହାଯ୍ୟରେ ଜଗାଯାଇଛି । ରସୁଲଗଡ ଭୁବନେଶ୍ବରରେ ହେଉଥିବା ବିଭିନ୍ନ ପୂଜା ମଣ୍ଡପ ଭିତରେ ରସୁଲଗଡ ପୂଜା ମଣ୍ଡପର ନାଁ ସବୁଠାରୁ ଆଗରେ ରହିଥାଏ । ସବୁବର୍ଷ ଏହାର ସୁଉଚ୍ଚ ତୋରଳ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଚଳିତବର୍ଷ ମଧ୍ୟ ରସୁଲଗଡ ତୋରଣ ଦେଖିବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମୁଛି । ଚଳିତ ପୂଜାରେ ଉତ୍ତରାଖଣ୍ଡର ପର୍ବତଉପରେ ମା ପୂଜା ପାଉଛନ୍ତି । ପୂରା ତୋରଣଟିକୁ ପର୍ବତାକୃତି କରାଯାଇଛି । ମଣ୍ଡପକୁ ପ୍ରାକୃତିକ ଉପାୟରେ ସଜାଯାଇଛି । ପୂରା ତୋରଣକୁ ଗଛ, ଘାସ, ଫୁଲ ଓ ପତ୍ରରେ ସଜାଯାଇଛି । ପ୍ରାକୃତିକ ପରିବେଶରେ ମାଙ୍କର ପୂଜାଆରାଧନା କରାଯାଉଛି, ଯାହା ପରିବେଶକୁ ଖୁବ ରମଣୀୟ କରିଛି । ପେଣ୍ଡାଲର ଲମ୍ବ ୧୨୦ ଫୁଟ ଥିବାବେଳେ ଗୋଲେଇ ୮୫ ଫୁଟ ରହିଛି । ୪୫ଜଣ କାରିଗର ଏହି ମଣ୍ଡପକୁ ପ୍ରସ୍ତୁତ କରିଛନ୍ତି । ସେହିଭଳି ମଣ୍ଡପକୁ ସୁରକ୍ଷିତ ଭାବେ ମଧ୍ୟ ରଖାଯାଇଛି, ୪୪ ସିସିଟିଭି ଅନୁଧ୍ୟାନରେ ଏହାକୁ ରଖାଯାଇଛି । ତେଣୁ ଚଳିତଥର ଏହି ମଣ୍ଡପ ଭିଡଙ୍କୁ ଏକତ୍ରିତ କରିବାରେ  ସକ୍ଷମ ହେବ । ସହିଦନଗର ଚଳିତଥର ସହିଦନଗର ପୂଜା କମିଟି ନିଜର ୪୮ତମ ଦୁର୍ଗାପୂଜାର ଆୟୋଜନ କରିଛି । ତେବେ ସବୁବର୍ଷ ପରି ଏଥର ମଧ୍ୟ ମଣ୍ଡପଟିକୁ ଖୁବ ସ୍ବତନ୍ତ୍ରଭାବେ ସଜାଇଛନ୍ତି ଆୟୋଜକମାନେ । ଚଳିତଥର ଆୟୋଜକମାନେ ଯୁବପିଢିଙ୍କୁ ଆଖିରେ ରଖି ପେଣ୍ଡାଲ ନିର୍ମାଣ କରିଛନ୍ତି । ଚଳିତବର୍ଷର ଥିମ ରହିଛି ଏଆଇ ସମ୍ପର୍କିତ । ଯାହା ସାରା ଓଡିଶା ସହିତ ପୂରା ଭାରତରେ ମଧ୍ୟ ପ୍ରଥମବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମଣ୍ଡପକୁ ଜଗିବାକୁ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । କେବେଳ ସିସିଟିଭି ନୁହେଁ ଚଳିତବର୍ଷ ଏଆଇ କ୍ୟାମେରାର ବ୍ୟବହାର ମଧ୍ୟ କରାଯାଇଛି । ମନଲୋଭିଥାଏ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି କଟକର ଦୁର୍ଗାପୂଜା ସାରା ଓଡ଼ିଶା ସହିତ ସମଗ୍ର ଦେଶରେ ପରିଚିତ । ପ୍ରତିବର୍ଷ ଏଠାରେ ଦୁର୍ଗାପୂଜା ଦେଖିବାକୁ ଅନେକ ଲୋକଙ୍କର ସମାଗମ ହୋଇଥାଏ । ଏଠିକାର ମେଢ ଗୁଡିକରେ ଅନେକ ସ୍ବତନ୍ତ୍ରତା ରହିଛି । ଏଠିକାର ମେଢ ଗୁଡିକରେ ରୁପାର ତାରକାସୀ କାମ ଦେଖିବାକୁ ମିଳିଥାଏ । ମାଆଙ୍କର ମୂର୍ତ୍ତି ଗୁଡିକୁ ଖୁବ ସୁନ୍ଦର ସୁନ୍ଦର ଗହଣାରେ ସଜା ଯାଇଥାଏ, ଯାହା ପୂଜାର ମହତ୍ତ୍ବ ବଢାଇଥାଏ । ତେବେ ଏଠିକାର ଗଳି କନ୍ଦି ସବୁସ୍ଥାନରେ ଖୁବ ସୁନ୍ଦର ମୂର୍ତ୍ତି ପୂଜା ପାଇଥାାନ୍ତି, କିନ୍ତୁ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ କିଛି ସ୍ବତନ୍ତ୍ରତା ମଧ୍ୟ ଦେଖିବାକୁ ମିଳିଥାଏ । ଆସନ୍ତୁ ସେହିଭଳି କିଛି ପୂଜା ମଣ୍ଡପ ସମ୍ପର୍କରେ ଜାଣିବା ।  ଚାନ୍ଦିନୀ ଚୌକ ଚାନ୍ଦିନି ଚୌକର ମେଢ ଦେଖିବାକୁ ପ୍ରତିବର୍ଷ ହଜାରହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ଏଠାରେ ଖୁବ ସୁନ୍ଦର ମେଢ ପ୍ରସ୍ତୁତ ହେଉଥିବାବେଳେ ଏଠିକାର ଅନ୍ୟଏକ ଜିନିଷ ଏହାକୁ ଭିଡ ଭିତରେ ଅଲଗା କରିଥାଏ । ଏଠାରେ ଦେଖିବାକୁ ମିଳିଥାଏ ଏକ ଭିନ୍ନ ପରମ୍ପରା । ପ୍ରତି ମଣ୍ଡପରେ ପୂଜା ସମୟରେ ସାଦା ଭୋଗ ହୋଇଥାଏ କିନ୍ତୁ ଚାନ୍ଦିନୀ ଚୌକରେ ଆମିଷ ପ୍ରସାଦର ପ୍ରଥା ରହିଛି । ଏଠାରେ ମାଆଙ୍କ ପାଖରେ ନବମୀ ଦିନ ମାଛ ତରକାରୀକୁ ଭୋଗ ଭାବେ ଲାଗି କରାଯାଇଥାଏ । ଏହି ପରମ୍ପରା ୧୮୧୭ ମସିହାରୁ ପାଳ ହୋଇ ଆସୁଛି । ମାଆଙ୍କର ଏହି ଭୋଗ ପାଇବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ମଣ୍ଡପରେ ଦେଖିବାକୁ ମିଳିଥାଏ । ସର୍ପଦୁର୍ଗା ପୂଜାମଣ୍ଡପ କଟକରେ ଦେଖିବାକୁ ମିଳିଥାଏ ଭିନ୍ନଧରଣର ଦୁର୍ଗାପୂଜା । ଏଠାରେ ଥିବା ପ୍ରତିଟି ମଣ୍ଡପରେ କିଛି ନା କିଛି ସ୍ବତନ୍ତ୍ରତା ଦେଖିବାକୁ ମିଳିଥାଏ । ସେହିଭଳି ଏକ ମଣ୍ଡପ ହେଲା ସର୍ପଦୁର୍ଗା ପୂଜା ମଣ୍ଡପ, ଯେଉଁଠାରେ ଦେଖିବାକୁ ମିଳିଥାଏ ଭିନ୍ନ ଧରଣର ଦୁର୍ଗା ପୂଜା । ଏହି ମଣ୍ଡପରେ ପୂଜା ପାଖାପାଖି ୨୭୫ ବର୍ଷ ଧରି ପାଳନ ହୋଇଆସୁଛି । ତେବେ ଏଠାରେ ଏକ ସ୍ବତନ୍ତ୍ରତା ରହିଛି, ଏଠାରେ ଯେଉଁ କାରିଗରମାନେ ପ୍ରଥମଥର ପୂଜା ଆରମ୍ଭ ସମୟରେ ମୂର୍ତ୍ତି ଗଢିଥିଲେ ସେମାନେ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ମୂର୍ତ୍ତି ଗଢିଆସୁଛନ୍ତି । ସେହିଭଳି ଯେଉଁ ପୂଜାରି ପୂଜା  ଆରମ୍ଭରେ ପୂଜା କରିଥିଲେ ସେମାନଙ୍କ ବଂଶଧର ଏବେ ପର୍ଯ୍ୟନ୍ତ ପୂଜା କରୁଛନ୍ତି । ଏହି ସ୍ବତନ୍ତ୍ର ପରମ୍ପରା ଏହାକୁ ନିଆରା କରିଥାଏ । ପ୍ରଥମଥରପାଇଁ ଏଠାରେ ୧୭୫୨ରେ ପୂଜା ଆରମ୍ଭ କରାଯାଇଥିଲା । ଏହି ପୂଜା ମଣ୍ଡପର ଅନେକ ପୁୁରୁଣା ଇତିହାସ ରହିଛି, ଯାହା ଏହାକୁ ଖୁବ ନିଆରା କରିଥାଏ।     ଭାଇଚାରାର ପୂଜା     କଟକ ସହରକୁ ଭାଇଚାରାର ସହର ଭାବେ ଜଣାଯାଇଥାଏ । ଏଠାରେ ସମସ୍ତ କଥାରେ ଭାଇଚାରା ଦେଖିବାକୁ ମିଳିଥାଏ । ସେହିଭଳି ଦୁର୍ଗାପୂଜାରେ ମଧ୍ୟ ଭାଇଚାରାର ଭାବ ଏହି ସହରରେ ଦେଖିବାକୁ ମିଳିଥାଏ । ଏଠାରେ ଥିବା ମୁସଲିମ ସମ୍ପଦ୍ରାୟର କାରିଗରମାନେ ଲାଗିପଡନ୍ତି ମାଆଙ୍କ ମେଢ ପାଇଁ ସାମଗ୍ରୀ ପ୍ରସ୍ତୁତ କରିଥାଏ । ପୂଜାମଣ୍ଡପଙ୍କ ଡିମାଣ୍ଡ ଅନୁସାରେ ଏହି କାରିଗରମାନେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟପୂର୍ଣ୍ଣ ଜରିର ଜିନିଷ ତିଆରି କରନ୍ତି । ଯେଉଁଗୁଡିକୁ ମାଆଙ୍କ ମୂର୍ତ୍ତି ସହିତ ମଣ୍ଡପ ତୋରଣରେ ଲଗାଯାଇଥାଏ । ଅଖିତୃତୀୟା ଠାରୁ ଏହି କାର୍ଯ୍ୟ ସେମାନେ ଆରମ୍ଭ କରିଥାଆନ୍ତି ବୋଲି ସୂଚନା ରହିଛି । ଗୋଟିଏ ଗୋଟିଏ ମେଢର କାର୍ଯ୍ୟ ପୂରା କରିବାକୁ ସେମାନଙ୍କୁ ୧୫ରୁ ୨୦ଦିନ ଲାଗିଥାଏ । ଯାହାପରେ ସମସ୍ତ ମେଢରେ ତାଙ୍କ ହାତକାମ ଶୋଭା ପାଇଥାଏ ।        

ଟୁଇନସିଟିରେ ପୂଜା ଫିଭର
Samaya Live Picture
Published On

ପାର୍ବଣ ଆସିଲେ ଗାଁ ଠାରୁ ସହର ସବୁସ୍ଥାନରେ ଦେଖିବାକୁ ମିଳେ ଏକ ଆନନ୍ଦମୟ ପରିବେଶ । ସମସ୍ତେ ଲାଗିପଡନ୍ତି ମାଆ ଶକ୍ତିରୂପିଣୀ ଦୁର୍ଗାଙ୍କର ପୂଜା କରିବାରେ । ଗାଁ ଗୁଡିକରେ ପୀଠରେ ପୂଜା ହେଉଥିବାବେଳେ ସହରରେ ଦେଖିବାକୁ ମିଳେ ମଣ୍ଡପରେ ପୂଜା । ଦଶଦିନଧରି ବିଭିନ୍ନ ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଆନ୍ତି ।

ଦଶହରା ପାଇଁ ସଜେଇ ହୋଇଛି ଓଡ଼ିଶାର ଟୁଇନ୍ ସିଟି କଟକ ଭୁବନେଶ୍ବର । ବିଭିନ୍ନ ପୂଜା ମଣ୍ଡପରେ ବେଶ୍ ଧୁମାଧାମରେ ପୂଜା ପାଉଛନ୍ତି ମାଆ। ସୁଉଚ୍ଚ ତୋରଣ, ବିଭିନ୍ନ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ । ପ୍ରତିଟି ପୂଜାମଣ୍ଡପରେ ମୂର୍ତ୍ତି ସହିତ ତୋରଣରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳିଥାଏ । କେଉଁଠି ତୋରଣ ଖୁବ ବଡଥିବାବେଳେ କେଉଁଠି ମାଆଙ୍କର ମୂର୍ତ୍ତିରେ ହୋଇଥିବା ତାରକସୀ କାମ ଖୁବ ସୁନ୍ଦର ହୋଇଥାଏ । ସୂଚନା ଅନୁସାରେ ଭୁବନେଶ୍ବରର ଚଳିତବର୍ଷ ୧୭୪ଟି ମେଢ ପ୍ରସ୍ତୁତ ହୋଇଛି । ଯେଉଁଥିରେ ବିଭିନ୍ନ ଅଞ୍ଚଳର ମେଢ ସାମିଲ ରହିଛି । ଏୟାରଫିଲ୍ଡ ଅଞ୍ଚଳରେ ୩ଟି, ବଡଗଡରେ ୧୧ଟି, ବାଲିଅନ୍ତା ଅଞ୍ଚଳରେ ୨୦ଟି, ଚନ୍ଦ୍ରଶେଖରପୁରରେ ୧୧ଟି, ଇନଫୋସିଟିରେ୬ଟି, ମଞ୍ଚେଶ୍ବର ୧୦ଟି, ଲକ୍ଷ୍ମୀସାଗରରେ ୭ଟି, ସହିଦ ନଗରରେ ୬ଟି ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ୨୩ ଟି ପୂଜା ପେଣ୍ଡାଲ ନିର୍ମାଣ ହୋଇଛି । ଏହାସହିତ ଆହୁରି ଅନେକ ସ୍ଥାନରେ ମାଆଙ୍କର ଆରାଧନା ଖୁବ ଧୁମଧାମରେ ମଣ୍ଡପରେ କରାଯାଉଛି ।

ମନଲୋଭୁଛି ସୁଉଚ୍ଚ ତୋରଣ

ଦଶହରା ଆସିଲେ ଭୁବନେଶ୍ବରର ଗଳିକନ୍ଦିରେ ଦେଖିବାକୁ ମିଳେ ସୁଉଚ୍ଚତୋରଣ । ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଯମିଥାଏ । ଏହି ମଣ୍ଡପ ତାଲିକାରେ ଅନେକ ପୂଜା ମଣ୍ଡପ ସାମିଲ ରହିଛି । ପ୍ରତିବର୍ଷ ବିଭିନ୍ନ ଥିମର ତୋରଳ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଖୁବ ସ୍ବତନ୍ତ୍ର ଓ ନିଆରା ଭାବେ ଭୁବନେଶ୍ବରରେ ଦଶହରା ପାଳନ ହେଉଛି । ଆସନ୍ତୁ ଜାଣିବା ସେହିଭଳି କିଛି  ସ୍ବତନ୍ତ୍ର ପୂଜା ମଣ୍ଡପ ସମ୍ପର୍କରେ ।

ବମିଖାଲ

ବମିଖାଲ ଦୁର୍ଗାପୂଜା ମଣ୍ଡପ ସବୁବେଳେ ନିଜର ସ୍ବତନ୍ତ୍ର ତୋରଣ ପାଇଁ ପରିଚିତ । ଚଳିତ ବର୍ଷ ପୂଜା କମିଟିର ୬୨ ବର୍ଷ ପୁରୁଥିବାରୁ ବେଶ୍ ସ୍ବତନ୍ତ୍ରଭାବେ ପୂଜାର ଆୟୋଜନ କରାଯାଇଛି । ମଣ୍ଡପର ଥିମ ରହିଛି ରାମୋଜି ଫିଲ୍ମ ସିଟି । ମଣ୍ଡପ ଭିତରକୁ ପଶିବା ସମୟରେ ଶ୍ରଦ୍ଧାଳୁମାନେ ମୟୂର ଆକୃତିର ଏକ ସାଜସଜ୍ଜା ଦେଖିବେ, ଯାହା ଭିତରୁ ଭିନ୍ନ ରହିଛି । ଭିତରୁ ଏହା ରାମୋଜି ଫିଲ୍ମ ସିଟିର ମହାଭାରତ ସେଟ୍ ଭଳି ପ୍ରସ୍ତୁତ ହୋଇଛି । ସେହି ସେଟରେ କୃଷ୍ଣଙ୍କ ରାଜଦରବାର ଯେପରି ଥିଲା ତାହାର ଅବିକଳ ନକଲ କରାଯାଇଛି । ଯାହା ଏଠାକୁ ବୁଲି ଆସୁଥିବା ସମସ୍ତ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଖୁବ ପରିଶ୍ରମ କରି ପୂଜା କମିଟି ମେମ୍ବରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ମହାଭାରତ ସେଟର ଭ୍ରମ ସେମାନେ ଏଠାରେ ପ୍ରସ୍ତୁତ କରିଛନ୍ତି ଯାହା ଏଠାକୁ ପୂଜା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଖୁବ ପସନ୍ଦ ଆସୁଛି । ଏହି ତୋରଣର ଲମ୍ବ ୭୦ ଫୁଟ ଥିବାବେଳେ ଗୋଲେଇ ୧୧୦ ଫୁଟ ରହିଛି । ଏହାର ପ୍ରସ୍ତୁତି ରାଖି ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବାବେଳେ କୋଲକାତାର ୪୦ଜଣ କାରିଗର ଏହାକୁ ନିର୍ମାଣ କରିଛନ୍ତି । ସେହିଭଳି ଏହି ମଣ୍ଡପ ପାଇଁ ମୂର୍ତ୍ତି କଟକର ଶିଳ୍ପୀମାନେ ପ୍ରସ୍ତୁତ କରୁଛନ୍ତି ଏବଂ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ ରହିଛି । ମଣ୍ଡପକୁ ୪୦ଟି ସିସିଟିଭି କ୍ୟାମରାସହିତ ୫୦ ଜଣ ସିକୁରିଟି ଗାର୍ଡ ଜଗିଛି । ଏଠାରେ ୫ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ  ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସେହିଭଳି ୧୦୦ ଜଣ ଭଲ୍ୟୁଣ୍ଟର ଏହି ମଣ୍ଡପରେ ଶ୍ରଦ୍ଧାଳୁଙ୍କର ବିଭିନ୍ନ ସାହାଯ୍ୟ ପାଇଁ ରହିଛନ୍ତି ।

ନୟାପଲ୍ଲୀ

ଭୁବନେଶ୍ବରର ବିଭିନ୍ନ ପୂଜାମଣ୍ଡପ ଭିତରେ ନୟାପଲ୍ଲୀ ପୂଜାମଣ୍ଡପର ଟ୍ରେଣ୍ଡ ଖୁବ ଅଧିକ । ଏହାର ତୋରଣ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ଚଳିତ ବର୍ଷ ଏହି ମଣ୍ଡପର ୩୮ ବର୍ଷ ପୂରଣ ହେଉଥିବାରୁ ଏଥର ଖୁବ ସ୍ବତନ୍ତ୍ର ଭାବେ ପୂଜା ପାଳନ କରାଯାଉଛି । ଚଳିତ ପେଣ୍ଡାଲ ଗେଟ୍ କୁଚୁପୁଡି ନୃତ୍ୟକୁ ରିପ୍ରେଜେଣ୍ଟ କରୁଛି । ଏହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି । ପାଖାପାଖି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଗେଟ୍କୁ ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ୭୦ ରୁ ୭୫ ଥିବାବେଳେ ଗୋଲେଇ ୧୨୦ ଫୁଟ । ୪୦ଜଣ କୋଲକାତା କାରିଗର ମାଆଙ୍କର ମୂର୍ତ୍ତିକୁ ଗଢିଛନ୍ତି । ମୂର୍ତ୍ତିର ଉଚ୍ଚତା ୧୬ଫୁଟ ଥିବା ସୂଚନା ରହିଛି । ପେଣ୍ଡାଲରେ ୪ଟି ଗେଟ୍ ରହିଛି । ଏହି ପେଣ୍ଡାଲର ସବୁଠାରୁ ଆକର୍ଷଣୀୟ ରହିଛି ଆଲୋକ ସଜ୍ଜା । ମଣ୍ଡପରେ ବିଭିନ୍ନ ପ୍ରକାରର ଆଲୋକ ସଜାଯାଇଛି, ଯାହା ପେଣ୍ଡାଲର ସୌନ୍ଦର୍ଯ୍ୟକୁ ବଢାଉଛି । ସେହିଭଳି ମଣ୍ଡପରେ ୧୨୦ଟି ଷ୍ଟଲ ମଧ୍ୟ ପଡିବାର ବ୍ୟବସ୍ଥା ରହିଛି । ୨୦୦ରୁ ଅଧିକ ସ୍ବେଚ୍ଛାସେବୀ ଏହି ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସାହାଯ୍ୟ ପାଇଁ ରହିଛନ୍ତି । ପୂରା ମଣ୍ଡପକୁ ସିସିଟିଭି ସାହାଯ୍ୟରେ ଜଗାଯାଇଛି ।

ରସୁଲଗଡ

ଭୁବନେଶ୍ବରରେ ହେଉଥିବା ବିଭିନ୍ନ ପୂଜା ମଣ୍ଡପ ଭିତରେ ରସୁଲଗଡ ପୂଜା ମଣ୍ଡପର ନାଁ ସବୁଠାରୁ ଆଗରେ ରହିଥାଏ । ସବୁବର୍ଷ ଏହାର ସୁଉଚ୍ଚ ତୋରଳ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଚଳିତବର୍ଷ ମଧ୍ୟ ରସୁଲଗଡ ତୋରଣ ଦେଖିବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମୁଛି । ଚଳିତ ପୂଜାରେ ଉତ୍ତରାଖଣ୍ଡର ପର୍ବତଉପରେ ମା ପୂଜା ପାଉଛନ୍ତି । ପୂରା ତୋରଣଟିକୁ ପର୍ବତାକୃତି କରାଯାଇଛି । ମଣ୍ଡପକୁ ପ୍ରାକୃତିକ ଉପାୟରେ ସଜାଯାଇଛି । ପୂରା ତୋରଣକୁ ଗଛ, ଘାସ, ଫୁଲ ଓ ପତ୍ରରେ ସଜାଯାଇଛି । ପ୍ରାକୃତିକ ପରିବେଶରେ ମାଙ୍କର ପୂଜାଆରାଧନା କରାଯାଉଛି, ଯାହା ପରିବେଶକୁ ଖୁବ ରମଣୀୟ କରିଛି । ପେଣ୍ଡାଲର ଲମ୍ବ ୧୨୦ ଫୁଟ ଥିବାବେଳେ ଗୋଲେଇ ୮୫ ଫୁଟ ରହିଛି । ୪୫ଜଣ କାରିଗର ଏହି ମଣ୍ଡପକୁ ପ୍ରସ୍ତୁତ କରିଛନ୍ତି । ସେହିଭଳି ମଣ୍ଡପକୁ ସୁରକ୍ଷିତ ଭାବେ ମଧ୍ୟ ରଖାଯାଇଛି, ୪୪ ସିସିଟିଭି ଅନୁଧ୍ୟାନରେ ଏହାକୁ ରଖାଯାଇଛି । ତେଣୁ ଚଳିତଥର ଏହି ମଣ୍ଡପ ଭିଡଙ୍କୁ ଏକତ୍ରିତ କରିବାରେ  ସକ୍ଷମ ହେବ ।

ସହିଦନଗର

ଚଳିତଥର ସହିଦନଗର ପୂଜା କମିଟି ନିଜର ୪୮ତମ ଦୁର୍ଗାପୂଜାର ଆୟୋଜନ କରିଛି । ତେବେ ସବୁବର୍ଷ ପରି ଏଥର ମଧ୍ୟ ମଣ୍ଡପଟିକୁ ଖୁବ ସ୍ବତନ୍ତ୍ରଭାବେ ସଜାଇଛନ୍ତି ଆୟୋଜକମାନେ । ଚଳିତଥର ଆୟୋଜକମାନେ ଯୁବପିଢିଙ୍କୁ ଆଖିରେ ରଖି ପେଣ୍ଡାଲ ନିର୍ମାଣ କରିଛନ୍ତି । ଚଳିତବର୍ଷର ଥିମ ରହିଛି ଏଆଇ ସମ୍ପର୍କିତ । ଯାହା ସାରା ଓଡିଶା ସହିତ ପୂରା ଭାରତରେ ମଧ୍ୟ ପ୍ରଥମବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମଣ୍ଡପକୁ ଜଗିବାକୁ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । କେବେଳ ସିସିଟିଭି ନୁହେଁ ଚଳିତବର୍ଷ ଏଆଇ କ୍ୟାମେରାର ବ୍ୟବହାର ମଧ୍ୟ କରାଯାଇଛି ।

ମନଲୋଭିଥାଏ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି

କଟକର ଦୁର୍ଗାପୂଜା ସାରା ଓଡ଼ିଶା ସହିତ ସମଗ୍ର ଦେଶରେ ପରିଚିତ । ପ୍ରତିବର୍ଷ ଏଠାରେ ଦୁର୍ଗାପୂଜା ଦେଖିବାକୁ ଅନେକ ଲୋକଙ୍କର ସମାଗମ ହୋଇଥାଏ । ଏଠିକାର ମେଢ ଗୁଡିକରେ ଅନେକ ସ୍ବତନ୍ତ୍ରତା ରହିଛି । ଏଠିକାର ମେଢ ଗୁଡିକରେ ରୁପାର ତାରକାସୀ କାମ ଦେଖିବାକୁ ମିଳିଥାଏ । ମାଆଙ୍କର ମୂର୍ତ୍ତି ଗୁଡିକୁ ଖୁବ ସୁନ୍ଦର ସୁନ୍ଦର ଗହଣାରେ ସଜା ଯାଇଥାଏ, ଯାହା ପୂଜାର ମହତ୍ତ୍ବ ବଢାଇଥାଏ । ତେବେ ଏଠିକାର ଗଳି କନ୍ଦି ସବୁସ୍ଥାନରେ ଖୁବ ସୁନ୍ଦର ମୂର୍ତ୍ତି ପୂଜା ପାଇଥାାନ୍ତି, କିନ୍ତୁ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ କିଛି ସ୍ବତନ୍ତ୍ରତା ମଧ୍ୟ ଦେଖିବାକୁ ମିଳିଥାଏ । ଆସନ୍ତୁ ସେହିଭଳି କିଛି ପୂଜା ମଣ୍ଡପ ସମ୍ପର୍କରେ ଜାଣିବା ।

 ଚାନ୍ଦିନୀ ଚୌକ

ଚାନ୍ଦିନି ଚୌକର ମେଢ ଦେଖିବାକୁ ପ୍ରତିବର୍ଷ ହଜାରହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ଏଠାରେ ଖୁବ ସୁନ୍ଦର ମେଢ ପ୍ରସ୍ତୁତ ହେଉଥିବାବେଳେ ଏଠିକାର ଅନ୍ୟଏକ ଜିନିଷ ଏହାକୁ ଭିଡ ଭିତରେ ଅଲଗା କରିଥାଏ । ଏଠାରେ ଦେଖିବାକୁ ମିଳିଥାଏ ଏକ ଭିନ୍ନ ପରମ୍ପରା । ପ୍ରତି ମଣ୍ଡପରେ ପୂଜା ସମୟରେ ସାଦା ଭୋଗ ହୋଇଥାଏ କିନ୍ତୁ ଚାନ୍ଦିନୀ ଚୌକରେ ଆମିଷ ପ୍ରସାଦର ପ୍ରଥା ରହିଛି । ଏଠାରେ ମାଆଙ୍କ ପାଖରେ ନବମୀ ଦିନ ମାଛ ତରକାରୀକୁ ଭୋଗ ଭାବେ ଲାଗି କରାଯାଇଥାଏ । ଏହି ପରମ୍ପରା ୧୮୧୭ ମସିହାରୁ ପାଳ ହୋଇ ଆସୁଛି । ମାଆଙ୍କର ଏହି ଭୋଗ ପାଇବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ମଣ୍ଡପରେ ଦେଖିବାକୁ ମିଳିଥାଏ ।

ସର୍ପଦୁର୍ଗା ପୂଜାମଣ୍ଡପ

କଟକରେ ଦେଖିବାକୁ ମିଳିଥାଏ ଭିନ୍ନଧରଣର ଦୁର୍ଗାପୂଜା । ଏଠାରେ ଥିବା ପ୍ରତିଟି ମଣ୍ଡପରେ କିଛି ନା କିଛି ସ୍ବତନ୍ତ୍ରତା ଦେଖିବାକୁ ମିଳିଥାଏ । ସେହିଭଳି ଏକ ମଣ୍ଡପ ହେଲା ସର୍ପଦୁର୍ଗା ପୂଜା ମଣ୍ଡପ, ଯେଉଁଠାରେ ଦେଖିବାକୁ ମିଳିଥାଏ ଭିନ୍ନ ଧରଣର ଦୁର୍ଗା ପୂଜା । ଏହି ମଣ୍ଡପରେ ପୂଜା ପାଖାପାଖି ୨୭୫ ବର୍ଷ ଧରି ପାଳନ ହୋଇଆସୁଛି । ତେବେ ଏଠାରେ ଏକ ସ୍ବତନ୍ତ୍ରତା ରହିଛି, ଏଠାରେ ଯେଉଁ କାରିଗରମାନେ ପ୍ରଥମଥର ପୂଜା ଆରମ୍ଭ ସମୟରେ ମୂର୍ତ୍ତି ଗଢିଥିଲେ ସେମାନେ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ମୂର୍ତ୍ତି ଗଢିଆସୁଛନ୍ତି । ସେହିଭଳି ଯେଉଁ ପୂଜାରି ପୂଜା  ଆରମ୍ଭରେ ପୂଜା କରିଥିଲେ ସେମାନଙ୍କ ବଂଶଧର ଏବେ ପର୍ଯ୍ୟନ୍ତ ପୂଜା କରୁଛନ୍ତି । ଏହି ସ୍ବତନ୍ତ୍ର ପରମ୍ପରା ଏହାକୁ ନିଆରା କରିଥାଏ । ପ୍ରଥମଥରପାଇଁ ଏଠାରେ ୧୭୫୨ରେ ପୂଜା ଆରମ୍ଭ କରାଯାଇଥିଲା । ଏହି ପୂଜା ମଣ୍ଡପର ଅନେକ ପୁୁରୁଣା ଇତିହାସ ରହିଛି, ଯାହା ଏହାକୁ ଖୁବ ନିଆରା କରିଥାଏ।

 

 

ଭାଇଚାରାର ପୂଜା

 

 

କଟକ ସହରକୁ ଭାଇଚାରାର ସହର ଭାବେ ଜଣାଯାଇଥାଏ । ଏଠାରେ ସମସ୍ତ କଥାରେ ଭାଇଚାରା ଦେଖିବାକୁ ମିଳିଥାଏ । ସେହିଭଳି ଦୁର୍ଗାପୂଜାରେ ମଧ୍ୟ ଭାଇଚାରାର ଭାବ ଏହି ସହରରେ ଦେଖିବାକୁ ମିଳିଥାଏ । ଏଠାରେ ଥିବା ମୁସଲିମ ସମ୍ପଦ୍ରାୟର କାରିଗରମାନେ ଲାଗିପଡନ୍ତି ମାଆଙ୍କ ମେଢ ପାଇଁ ସାମଗ୍ରୀ ପ୍ରସ୍ତୁତ କରିଥାଏ । ପୂଜାମଣ୍ଡପଙ୍କ ଡିମାଣ୍ଡ ଅନୁସାରେ ଏହି କାରିଗରମାନେ ବିଭିନ୍ନ ପ୍ରକାର କାରୁକାର୍ଯ୍ୟପୂର୍ଣ୍ଣ ଜରିର ଜିନିଷ ତିଆରି କରନ୍ତି । ଯେଉଁଗୁଡିକୁ ମାଆଙ୍କ ମୂର୍ତ୍ତି ସହିତ ମଣ୍ଡପ ତୋରଣରେ ଲଗାଯାଇଥାଏ । ଅଖିତୃତୀୟା ଠାରୁ ଏହି କାର୍ଯ୍ୟ ସେମାନେ ଆରମ୍ଭ କରିଥାଆନ୍ତି ବୋଲି ସୂଚନା ରହିଛି । ଗୋଟିଏ ଗୋଟିଏ ମେଢର କାର୍ଯ୍ୟ ପୂରା କରିବାକୁ ସେମାନଙ୍କୁ ୧୫ରୁ ୨୦ଦିନ ଲାଗିଥାଏ । ଯାହାପରେ ସମସ୍ତ ମେଢରେ ତାଙ୍କ ହାତକାମ ଶୋଭା ପାଇଥାଏ ।

 

 

 

 

Tags: