ସୁନାମୀ ଗାର୍ଡ ‘ଗାର୍ଡିୟନ୍’
ମହାକାଶରୁ ସୁନାମୀ ବିଷୟରେ ଜାଣିବା ପାଇଁ ଆମେରିକୀୟ ବୈଜ୍ଞାନିକମାନେ ଏକ ନୂତନ ମନିଟାରିଂ ସିଷ୍ଟମର ଟେଷ୍ଟିଂ ଚଳାଇଛନ୍ତି । ଏହି ସିଷ୍ଟମ୍ର ନାଁ ଗାର୍ଡିୟନ୍ । ଏହାକୁ ପ୍ୟାସିଫିକ୍ ଓସନ୍ର ରିଙ୍ଗ୍ ଅଫ୍ ଫାୟାର୍ରେ ଟେଷ୍ଟ କରାଯାଉଛି । ଏହି ଅଞ୍ଚଳରେ ୧୯୦୦ରୁ ୨୦୧୫ ମସିହା ମଧ୍ୟରେ ଦୀର୍ଘ ୧୧୫ ବର୍ଷ ଧରି ୭୫୦ରୁ ଅଧିକ ଥର ସୁନାମୀ ଆସିଛି । ଏହି ରିଙ୍ଗ୍ ଅଫ୍ ଫାୟାର୍ ଏମିତି ଏକ ଅଞ୍ଚଳ, ଯେଉଁଠି ଅନେକ ଥର ଭୂମିକମ୍ପ […]
ମହାକାଶରୁ ସୁନାମୀ ବିଷୟରେ ଜାଣିବା ପାଇଁ ଆମେରିକୀୟ ବୈଜ୍ଞାନିକମାନେ ଏକ ନୂତନ ମନିଟାରିଂ ସିଷ୍ଟମର ଟେଷ୍ଟିଂ ଚଳାଇଛନ୍ତି । ଏହି ସିଷ୍ଟମ୍ର ନାଁ ଗାର୍ଡିୟନ୍ । ଏହାକୁ ପ୍ୟାସିଫିକ୍ ଓସନ୍ର ରିଙ୍ଗ୍ ଅଫ୍ ଫାୟାର୍ରେ ଟେଷ୍ଟ କରାଯାଉଛି । ଏହି ଅଞ୍ଚଳରେ ୧୯୦୦ରୁ ୨୦୧୫ ମସିହା ମଧ୍ୟରେ ଦୀର୍ଘ ୧୧୫ ବର୍ଷ ଧରି ୭୫୦ରୁ ଅଧିକ ଥର ସୁନାମୀ ଆସିଛି । ଏହି ରିଙ୍ଗ୍ ଅଫ୍ ଫାୟାର୍ ଏମିତି ଏକ ଅଞ୍ଚଳ, ଯେଉଁଠି ଅନେକ ଥର ଭୂମିକମ୍ପ ଆସେ । ଯାହାଦ୍ୱାରା ସୁନାମି ହୁଏ ଏବଂ ଜ୍ୱାଳାମୁଖୀ ବିସ୍ପୋରଣ ହୁଏ । ଏହି ରିଙ୍ଗ୍ ଅଫ୍ ଫାୟାର୍ର ପ୍ରଭାବ ନୂ୍ୟଜିଲାଣ୍ଡ୍ ଠାରୁ ନେଇ ଜାପାନ, ଅଲାସ୍କା ଏବଂ ଉତ୍ତର ଓ ଦକ୍ଷିଣ ଆମେରିକା ସମେତ ପ୍ରାୟ ୧୫ଟିି ଦେଶଗୁଡିକରେ ପଡିବ । ବିଶ୍ୱର ୯୦% ଭୂକମ୍ପ ଏବଂ ୭୮% ସୁନାମି ଏହି ରିଙ୍ଗ୍ ଅଫ୍ ଫାୟାର୍ କ୍ଷେତ୍ରରେ ଆସିଥାଏ । ଜେଟ୍ ପ୍ରୋପଲସନ୍ ଲାବ୍ରୋଟୋରୀର ବୈଜ୍ଞାନିକଙ୍କ ସୂଚନା ମୁତାବକ, ଗାର୍ଡିୟନ୍ର ପୂରା ନæô ଜିଏନ୍ଏସ୍ଏସ୍ ଅପର ଆଟ୍ମୋସ୍ପିଅର୍ ରିଅଲ୍-ଟାଇମ୍ ଡିଜାଷ୍ଟର ଇନ୍ଫର୍ମେସନ୍ ଆଣ୍ଡ୍ ଆଲର୍ଟ ସିଷ୍ଟମ୍ । ଏହା ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ଏବଂ ସାଟେଲାଇଟ୍ରୁ ମିଳୁଥିବା ରିଅଲ୍-ଟାଇମ୍ ଡାଟା ମୁତାବକ କାର୍ଯ୍ୟ କରିବ । ଏହି ସିଷ୍ଟମ୍କୁ ପୁରୁଣା ୱାର୍ଣ୍ଣିଂ ସିଷ୍ଟମ୍ର ଆଡଭାନ୍ସ ଟେକ୍ନୋଲୋଜି ରୂପେ ଦେଖାଯାଉଛି । ଏହା ସୁନାମୀ ପୂର୍ବରୁ ସୃଷ୍ଟି ହେଉଥିବା ପବନ ଏବଂ ଆୟନୋସ୍ପିଅର୍ ସହ ବାଡେଇହେଉଥିବା ଚାର୍ଜଡ୍ ପାର୍ଟିକିଲ୍ସକୁ ସମୀକ୍ଷା କରି ଆଗକୁ ଆସୁଥିବା ବିପଦ ସମ୍ପର୍କରେ ସୂଚିତ କରିବ । ପୃଥିବୀର ବାୟୁମଣ୍ଡଳର ସବୁଠୁ ବାହ୍ୟ ଅଂଶ ହେଉଛି ଆୟନୋସ୍ପିଅର୍ । ତେଣୁ ଆୟନୋସ୍ପିଅର୍ ସହ ବାଡେଇହେଉଥିବା ଚାର୍ଜଡ୍ ପାର୍ଟିକିଲ୍ସକୁ ନିରୀକ୍ଷଣ କରି ମାତ୍ର ୧୦ ମିନିଟ୍ ମଧ୍ୟରେ ଏହି ସିଷ୍ଟମ୍ ସତର୍କତା ଜାରି କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।




