ଚଷମା ବଞ୍ଚାଇବାକୁ କସରତ

ଚଷମା ବଞ୍ଚାଇବାକୁ କସରତ
Ipsita Picture
By: Ipsita
Published On

 

ମଥୁରା-ବୃନ୍ଦାବନ ଗସ୍ତରେ ଆସୁଥିବା ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରଶାସନ ଏକ ଅଜବ ତଥା ମନସ୍ତାତ୍ୱିକ ରଣନୀତି ଆପଣେଇଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ଚଷମାକୁ ମାଙ୍କଡ଼ଙ୍କ କବଳରୁ ବଞ୍ଚାଇବା ପାଇଁ ବିଭିନ୍ନ ସ୍ଥାନରେ ମାଙ୍କଡ଼ର କଟ୍-ଆଉଟ୍  ବା ପୋଷ୍ଟର ଲଗାଯାଉଛି । ବୃନ୍ଦାବନର ମାଙ୍କଡ଼ମାନେ ଶ୍ରଦ୍ଧାଳୁଙ୍କ ଚଷମା ଛଡ଼ାଇ ନେଇ ଖାଦ୍ୟ ବଦଳରେ ତାହାକୁ ଫେରସ୍ତ କରିବା ପାଇଁ ବେଶ୍ ଜଣାଶୁଣା । ତେଣୁ ସେମାନଙ୍କୁ ସେହି ସ୍ଥାନରୁ ଦୂରେଇ ରଖିବା ପାଇଁ ପ୍ରଶାସନ ଏହି ଉପାୟ ବାଛିଛି । ମାର୍ଚ୍ଚ ୧୯ରୁ ୨୯ ମଧ୍ୟରେ ହେବାକୁ ଥିବା ଏହି ଗସ୍ତ ପାଇଁ ରାଷ୍ଟ୍ରପତିଙ୍କ ଯାତାୟାତ ମାର୍ଗ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ଏହି ଲଙ୍ଗୁର କଟ୍-ଆଉଟ୍ ଗୁଡ଼ିକୁ ସ୍ଥାପନ କରାଯାଇଛି । ଯାହାକୁ ଦେଖି ସାଧାରଣ ମାଙ୍କଡ଼ମାନେ ଭୟରେ ସେଠାକୁ ଆସିବେ ନାହିଁ । ପ୍ରଶାସନର ଏହି ଅଭିନବ ସୁରକ୍ଷା ବ୍ୟବସ୍ଥା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Tags: