ସୌନ୍ଦର୍ଯ୍ୟମୟୀ ତ୍ରିପୁରା

ଯଦି ଆପଣ ଇତିହାସକୁ ଜାଣିବା ସହିତ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବାକୁ ଚାହୁଁଛନ୍ତି ତେବେ ତ୍ରିପୁରା ବୁଲିଯାଆ;ୁ । ଏଠାରେ ଆପଣ ପ୍ରକୃତିକୁ ମନ ଭରି ଉପଭୋଗ କରିବେ । ଉତ୍ତର ପୂର୍ବ ଭାରତରେ ତ୍ରିପୁରା ଏକ ପାହାଡି ରାଜ୍ୟ । ତ୍ରିପୁରା ଯିବା ପାଇଁ ପ୍ରତ୍ୟେକ ପ୍ରମୁଖ ସହରରୁ ବସର ସୁବିଧା ରହିଛି ଯାହା ସାହାଯ୍ୟରେ ଆପଣ ତ୍ରିପୁରାର ରାଜଧାନୀ ଅଗରତାଲାରେ ପହଞ୍ଚିପାରିବେ । ଜିମ୍‌ନାଷ୍ଟିକରେ ଭାରତକୁ ବିଶ୍ୱସ୍ତରରେ ପରିଚୟ ପ୍ରଦାନ କରାଇଥିବା ଦୀପା କରମାକର […]

Samaya Live Picture
Published On

ଯଦି ଆପଣ ଇତିହାସକୁ ଜାଣିବା ସହିତ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବାକୁ ଚାହୁଁଛନ୍ତି ତେବେ ତ୍ରିପୁରା ବୁଲିଯାଆ;ୁ । ଏଠାରେ ଆପଣ ପ୍ରକୃତିକୁ ମନ ଭରି ଉପଭୋଗ କରିବେ ।
ଉତ୍ତର ପୂର୍ବ ଭାରତରେ ତ୍ରିପୁରା ଏକ ପାହାଡି ରାଜ୍ୟ । ତ୍ରିପୁରା ଯିବା ପାଇଁ ପ୍ରତ୍ୟେକ ପ୍ରମୁଖ ସହରରୁ ବସର ସୁବିଧା ରହିଛି ଯାହା ସାହାଯ୍ୟରେ ଆପଣ ତ୍ରିପୁରାର ରାଜଧାନୀ ଅଗରତାଲାରେ ପହଞ୍ଚିପାରିବେ ।

 ସୌନ୍ଦର୍ଯ୍ୟମୟୀ ତ୍ରିପୁରା

ଜିମ୍‌ନାଷ୍ଟିକରେ ଭାରତକୁ ବିଶ୍ୱସ୍ତରରେ ପରିଚୟ ପ୍ରଦାନ କରାଇଥିବା ଦୀପା କରମାକର ମଧ୍ୟ ଏହି ରାଜ୍ୟର । ଏଠାରେ ସଂସ୍କୃତି ସହିତ ଇତିହାସର ଝଲକ ମଧ୍ୟ ଦେଖିବାକୁ ମିଳେ । ସବୁ ସ୍ଥାନରେ ଏଠି ପ୍ରକୃତିର ସୌନ୍ଦର୍ଯ୍ୟ ଭରି ରହିଛି । ଏଠାକାର ସୁନ୍ଦର ପ୍ରାସାଦ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଏଠାରେ ଥିବା ହ ୍ରଦରେ ଥଣ୍ଡା ଦିନରେ ପ୍ରବାସୀ ପକ୍ଷୀଙ୍କ ଭିଡ ଲାଗିଥାଏ । ଏଠାକାର ସଡକରେ ଅଧିକାଂଶ ସଙ୍କେତ ବଙ୍ଗଳାରେ ଲେଖା ହୋଇଥାଏ ।

 ସୌନ୍ଦର୍ଯ୍ୟମୟୀ ତ୍ରିପୁରା

ତ୍ରିପୁରାର ସହର ଏହାର ସଂସ୍କୃତି, ଇତିହାସ ତଥା ସ୍ମାରକୀ ପାଇଁ ପ୍ରସିଦ୍ଧ । ତ୍ରିପୁରାରେ ବାଙ୍ଗଲାଦେଶୀ, ଭାରତୀୟ ବଙ୍ଗାଳୀମାନଙ୍କ ସହିତ ଅନେକ ଜନଜାତିଙ୍କ ଜୀବନଶୈଳୀର ପ୍ରଭାବ ଦେଖିବାକୁ ମିଳେ । ତ୍ରିପୁରାର ରାଜଧାନୀ ଅଗରତାଲା ହୋଆରା ନଦୀ କୂଳରେ ଅବସ୍ଥିତ । ଗମନାଗମନ ସୁବିଧା ଏବଂ ଖୋଲା ସ୍ଥାନ ପାଇଁ ମହାରାଜା କୃଷ୍ଣମାଣିକ୍ୟ ୧୭୬୦ରେ ଅଗରତାଲାକୁ ରାଜଧାନୀ ବନାଇଥିଲେ । ଉଦୟପୁରରେ ଥିବା ମହଲ ୧୮୩୮ରେ ମହାରାଜା କୃଷ୍ଣମାଣିକ୍ୟଙ୍କ ସମୟରେ ତିଆରି ହୋଇଥିଲା ।
 ସୌନ୍ଦର୍ଯ୍ୟମୟୀ ତ୍ରିପୁରା

ନଦୀ କୂଳରେ ସ୍ଥିତ ଉଜ୍ଜୟନ୍ତ ମହଲ ସୁନ୍ଦରତାର ପରିଚୟ ଦିଏ । ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ତିଆରି ଏହି ମହଲ ଭାରତୀୟ-ଆରବୀ ସ୍ଥାପତ୍ୟ କଳାର ଏକ ଅଦ୍ଭୁତ ନମୁନା । ଏହାର ବିଶାଳକାୟ ପ୍ରାସାଦ, ମହଲ ତଥା ଗମ୍ବୁଜ ପର୍ଯ୍ୟଟକଙ୍କ ମନ ମୋହିନିଏ । ଏହି ମହଲ ୧୯୪୭ ପର୍ଯ୍ୟନ୍ତ ଅଗରତାଲରେ ରାଜୁତି କରୁଥିବା ମାଣିକ୍ୟ ରାଜବଂଶର ବାସସ୍ଥଳୀ ଥିଲା । ମହଲର ଏକ ଅଂଶରେ ଆଜି ବି ତାଙ୍କର ବଂଶଜ ବାସ କରୁଛନ୍ତି । ମହଲରେ ହାତୀ ଦାନ୍ତରେ ନିର୍ମିତ ଏକ ବିଖ୍ୟାତ ରାଜ ସିଂହାସନ ରହିଛି । ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ସ୍ଥାପିତ କରାଯାଇଛି । ଏଠାରେ ଥିବା ପୁଷ୍ପୱନ୍ତ ମହଲ ତଥା ମାଲଞ୍ଚ ନିବାସ ମଧ୍ୟ ଦେଖିବା ଯୋଗ୍ୟ । ଅଗରତାଲାର ୫୩ କି.ମି ଦୂର ମେଳାଘରେ ଥିବା ନୀର ମହଲ ମଧ୍ୟ ଅତି ସୁନ୍ଦର । ଅଗରତାଲାରୁ ବାଙ୍ଗଲାଦେଶ ଏବଂ ଭାରତର ଦୂରତ୍ୱ ମାତ୍ର ୨ କି.ମି ।

 ସୌନ୍ଦର୍ଯ୍ୟମୟୀ ତ୍ରିପୁରା

ତ୍ରିପୁରାର ଅଧିକାଂଶ ବାସିନ୍ଦା ବୈଷ୍ଣବ ଧର୍ମାବଲମ୍ବୀ । ଏଠାରେ ହିନ୍ଦୁ ଏବଂ ବୈଷ୍ଣବ ମନ୍ଦିର ଅଧିକ ଦେଖିବାକୁ ମିଳେ । ଏଥିମଧ୍ୟରୁ ସବୁଠୁ ବଡ ମନ୍ଦିର ହେଉଛି ଜଗନ୍ନାଥଜୀ, ଯାହାର ବାସ୍ତୁଶିଳ୍ପ ଦକ୍ଷିଣ ଭାରତୀୟ ମନ୍ଦିର ଦ୍ୱାରା ପ୍ରେରିତ । ସହରରୁ ୧୪ କି.ମି ଦୂର ପୁରୁଣା ଅଗରତାଲାରେ ଚତୁର୍ଦ୍ଦଶ ଦେବୀ ମନ୍ଦିର ମଧ୍ୟ ଅତି ମନୋରମ । ଏଠାରେ ୧୪ ଦେବୀଙ୍କ ପୂଜା କରାଯାଏ । ତ୍ରିପୁରୀ ଭାଷାରେ ଏହି ଦେବୀଙ୍କର ନାମ ହେଉଛି ଲାମ୍ପ୍ରା, ଅଖତ୍ରା, ବିଖତ୍ରା, ବୁରାସା, ଥୁମନାଇରୋକ, ବୋନିରୋକ, ସଙ୍ଗ୍ରୋମା, ମୱତାଇକୋତୋର, ତ୍ୱିମା, ମାଇଲୁମା ଇତ୍ୟାଦି ।

 ସୌନ୍ଦର୍ଯ୍ୟମୟୀ ତ୍ରିପୁରା

ଅଗରତାଲାରୁ ୫୫ କି.ମି ଦୂର ଉଦୟପୁରରେ ଅନେକ ବଡ ମନ୍ଦିର ରହିଛି । ଏଠିକାର ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ଦେଖିବାକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ୫୦୦ ବର୍ଷ ପ୍ରାଚୀନ ଏହି ମନ୍ଦିର ବଙ୍ଗାଳୀ ଚାର-ଚାଲା ସ୍ଥାପତ୍ୟ କଳାରେ ନିର୍ମିତ । ଏଥିରେ କାଳୀ ମାତାଙ୍କୁ ସ୍ଥାପିତ କରାଯାଇଛି, ଯାହାଙ୍କୁ ଲୋକ ତ୍ରିପୁରା ସୁନ୍ଦରୀ କିମ୍ବା ତ୍ରିପୁରେଶ୍ୱରୀ କହିଥାନ୍ତି । ଏହି ମନ୍ଦିର ୫୧ ଶକ୍ତିପୀଠ ମଧ୍ୟରେ ଅନ୍ୟତମ । ଲାଲ ରଙ୍ଗର ଏହି ମନ୍ଦିରରେ ଶକ୍ତି ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁୁଅ ଛୁଟିଥାଏ ।

 ସୌନ୍ଦର୍ଯ୍ୟମୟୀ ତ୍ରିପୁରା

ଉଦୟପୁରର ଅନ୍ୟ ଏକ ପ୍ରାଚୀନ ମନ୍ଦିର ହେଉଛି ଭୁବନେଶ୍ୱରୀ ମନ୍ଦିର । ସପ୍ତଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଗୋମତୀ ନଦୀ କୂଳ ତଥା ପୁରୁଣା ଶାହୀ ମହଲ ନିକଟରେ ଅବସ୍ଥିତ । ରବୀନ୍ଦ୍ରନାଥ ଟାଗୋର ମଧ୍ୟ ଏହି ଶକ୍ତିପୀଠ ଦ୍ୱାରା ପ୍ରଭାବିତ । ସେ ତାଙ୍କର ନାଟକ ତଥା ଉପନ୍ୟାସରେ ଏହାର ବର୍ଣ୍ଣନା କରିଛନ୍ତି ।