ଶବ ଅଂଶବିଶେଷରୁ ଗଛ

ଶବ ଅଂଶବିଶେଷରୁ ଗଛ
Ipsita Picture
By: Ipsita
Published On


ବିଭିନ୍ନ ଧର୍ମ ଅନୁସାରେ ଶବ ସତ୍କାରର ପ୍ରଣାଳୀ ଭିନ୍ନଭିନ୍ନ ହୋଇଥାଏ । କେଉଁଠି ନିଆଁରେ ପୋଡି ଶବ ସତ୍କାର କରାଯାଉଥିବା ବେଳେ କେଉଁଠି ଏହାକୁ ମାଟିରେ ପୋତି କରାଯାଇଥାଏ । ଏ ସମସ୍ତ କ୍ଷେତ୍ରରେ ସାଧାରଣ ସାମଗ୍ରୀକୁ ବ୍ୟବହାର କରାଯାଇଥାଏ । ତେବେ ଅର୍ଗାନିକ କବର କଥା କେହି କେବେ ଭାବିନଥିବେ । ହେଲେ ଇଟାଲିର ଏକ କମ୍ପାନୀ ଅର୍ଗାନିକ କବରର ଉପାୟ ବାହାର କରିଛି । ଏହି ବାୟୋଡିଗ୍ରେଡେବୁଲ୍‌ ଅର୍ଗାନିକ ପଡ୍‌ରେ ଶରୀରକୁ ପୋତାଯିବା ପରେ ଏହା ଗଛରେ ପରିଣତ ହେବ ବୋଲି କମ୍ପାନୀ ମତ ଦେଇଛି । ଏହି ପ୍ରକ୍ରିୟାରେ ବାୟୋଡିଗ୍ରେଡେବୁଲ୍‌ କ୍ୟାପସୁଲ୍‌ରେ ମୃତ ଶରୀରକୁ ରଖି ବନ୍ଦ କରିଦିଆଯିବ । ସମୟ ଗଡିବା ସହ ମୃତ ଶରୀରରେ ଥିବା ପୋଷକ ତତ୍ୱକୁ ବ୍ୟବହାର କରି ଏକ ଗଛ ଲଗାଯାଇପାରିବ ବୋଲି କମ୍ପାନୀର ଅଧିକାରୀ ମତ ଦେଇଛନ୍ତି । ଏହି କ୍ୟାପସୁଲ୍‌କୁ ଇଟାଲିର ଦୁଇଜଣ ଡିଜାଇନର୍‌ ଡିଜାଇନ କରିଛନ୍ତି । ଏହି କ୍ୟାପସୁଲକୁ ଏକ ବାୟୋଡିଗ୍ରେଡେବୁଲ୍‌ ପ୍ଲାଷcିକରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଅଣ୍ଡା ଆକୃତିର ତିଆରି କରାଯାଇଛି । ଏହି ସେଲ୍‌ରେ ଶରୀର ପୋତାଯିବା ପରେ ସେଲ୍‌ଟି ଭାଙ୍ଗିଯିବା କାରଣରୁ ଏଥିରେ ଥିବା ବଳକା ଜିନିଷ ଏକ ଗଛକୁ ଜନ୍ମ ଦେବା ପାଇଁ ପ୍ରକୃଷ୍ଟ ହୋଇଥାଏ । ଏହି ସେଲ୍‌ରେ ବାୟୋଡିଗ୍ରେଡେବୁଲ୍‌ ବାୟୋ ଅର୍ଣ୍ଣ ରହିଛି ଯେଉଁଥିରେ ମଞ୍ଜି ପୋତାଯାଇଥାଏ । ଏହି ଅର୍ଣ୍ଣରେ ମାଟି ସହିତ ଶରୀର ଅଂଶ ବିଶେଷ ମଧ୍ୟ ଜମାହୋଇଥାଏ । ମଞ୍ଜିଟି ସମସ୍ତ ଦ୍ରବ୍ୟରୁ ପୋଷଣ ଗ୍ରହଣ କରି ଗଛରେ ପରିଣତ ହୋଇଥାଏ । ଲୋକମାନେ ନିଜ ହିସାବରେ ଏଥିରେ ମଞ୍ଜି ପୋତିପାରିବେ ବୋଲି କମ୍ପାନୀ ସୂଚନା ଦେଇଛି ।

Tags: