ମହୁମାଛି କାମୁଡାରେ କୁକୁରର ଚିକିତ୍ସା
ଚୀନରେ ବୃଦ୍ଧ ପୋଷା ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ପାରମ୍ପରିକ ଚାଇନିଜ୍ ମେଡିସିନର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ କ୍ୟାନ୍ସରରେ ପୀଡ଼ିତ ଏକ ୧୭ ବର୍ଷୀୟ କୁକୁରର ଯନ୍ତ୍ରଣା ଓ ଫୁଲା କମାଇବା ପାଇଁ ଡାକ୍ତର ତାକୁ ମହୁମାଛି ଦ୍ୱାରା କାମୁଡାଇ ଚିକିତ୍ସା କରିଛନ୍ତି । ପୋଷା ଜୀବଙ୍କ ଜୀବନଶୈଳୀ ସୁଧାରିବା ପାଇଁ ଏହି ପଦ୍ଧତି ସହ ମସାଜ, ମୋକ୍ସିବଷ୍ଟନ୍ ଏବଂ ହର୍ବାଲ ଔଷଧର ସାହାରା ନିଆଯାଉଛି । ଏହି ୭ ବର୍ଷର କୁକୁରକୁ ନାଡ଼ି, ଜିଭ ଓ ଆଖି ପରୀକ୍ଷା ପରେ ହର୍ବାଲ ଔଷଧ ଏବଂ ଡାଏଟ୍ ଥେରାପି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଚୀନରେ ୭ ବର୍ଷରୁ ଅଧିକ ବୟସର ପ୍ରାୟ ୨ କୋଟି କୁକୁର ଓ ବିରାଡ଼ି ରହିଥିବାରୁ ଏହିପରି ପାରମ୍ପରିକ ଟିସିଏମ ଚିକିତ୍ସା ପଦ୍ଧତିର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
Tags:




