ବିନା ପ୍ୟାଣ୍ଟରେ ମେଟ୍ରୋ ଯାତ୍ରା
By: Ipsita
ସମ୍ବନ୍ଧିତ ଖବର ବିବାହ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ
୧୧ ଜାନୁଆରୀରେ ନ୍ୟୁୟର୍କ, ଲଣ୍ଡନ ଭଳି ଅନେକ ସହରରେ ଏକ ନିଆରା ଧରଣର ଫେଷ୍ଟିଭାଲର ଆୟୋଜନ ହେବାକୁ ଯାଉଛି । ଉକ୍ତ ଦିନ ଏହି ସବୁ ସ୍ଥାନରେ ମହିଳା ଓ ପୁରୁଷ ଉଭୟ ବିନା ଟ୍ରାଉଜର ପ୍ୟାଣ୍ଟରେ ମେଟ୍ରୋରେ ଯାତ୍ରା କରିବେ । ଏହା ପ୍ରତିବର୍ଷ ନୂଆବର୍ଷ ଅବସରରେ ପାଳନ କରାଯାଇଥାଏ । ଏହି ଫେଷ୍ଠିଭାଲର ନାଁ ରହିଥାଏ ନୋ ପ୍ୟାଣ୍ଟ ସବୱେ ରାଇଡ । ତେବେ ଏହି ଇଭେଣ୍ଟର କିଛି ନିୟମ ରହିଛି ଯାହା ସମସ୍ତେ ମାନିବାକୁ ବାଧ୍ୟ । ସମସ୍ତ ଯାତ୍ରୀଙ୍କର ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତା ମୂଳକ । ସମସ୍ତ ଯାତ୍ରୀଙ୍କ ବ୍ୟବହାର ସାଧାରଣ ହେବା ଆବଶ୍ୟକ । ଏଥିପାଇଁ କୌଣସି ଦେୟ ଦେବାକୁ ହୋଇନଥାଏ, କେବଳ ମେଟ୍ରୋର ଟିକେଟ କିଣିବାକୁ ହୋଇଥାଏ । ଏହି ଫେଷ୍ଟିଭାଲ ୨୦୦୨ରେ ଆରମ୍ଭ ହୋଇଥିଲା, ଯାହାକୁ ନ୍ୟୁୟର୍କର ଏକ ଥିଏଟର ଗ୍ରୁପ ଆରମ୍ଭ କରିଥିଲା । ଗ୍ରୁପର ୭ଜଣ ସଦସ୍ୟ ବିନା ପ୍ୟାଣ୍ଟ ପିନ୍ଧି ଏହି ଯାତ୍ରାର ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଇଭେଣ୍ଟର ଚର୍ଚ୍ଚା ଚାରିଆଡେ ହେଉଥିବା ଦେଖିବାକୁ ମିଳୁଛି ।
ସମ୍ବନ୍ଧିତ ଖବର ରୋବଟକୁ ହେବ କଷ୍ଟ
Tags:



