ହ୍ୱିଲ ଚେୟାରରେ ଅନ୍ତରୀକ୍ଷ
ଜର୍ମାନୀର ଜଣେ ମହାକାଶ ଚାରୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଇଞ୍ଜିନିୟର ମିକେଲା ବନ୍ଥୋସ ହ୍ୱିଲଚେୟାରରେ ବସି ଅନ୍ତରୀକ୍ଷରେ ପହଞ୍ଚିଛନ୍ତି । ତେବେ ସୂଚନା ଅନୁସାରେ ମିକେଲା ହେଉଛନ୍ତି ଦୁନିଆର ପ୍ରଥମ ମହାକାଶଚାରୀ ଯିଏ ଏଭଳି ଅନ୍ତରୀକ୍ଷ ଯାତ୍ରା କରିଛନ୍ତି । ତେବେ ତାଙ୍କର ସାତବର୍ଷ ପୂର୍ବେ ଏକ ବାଇକ ଦୁର୍ଘଟଣାରେ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିଲା । ଏହି କାରଣରୁ ତାଙ୍କୁ ହ୍ୱିଲ ଚେୟାରରେ ବସିବାକୁ ପଡୁଛି । ତେବେ ନିଜର ଅନ୍ତରୀକ୍ଷ ଯିବାର ଇଚ୍ଛାକୁ ସେ ଏହି ଦୁର୍ଘଟଣା କାରଣରୁ ଦବିବାକୁ ଦେଇନଥିଲେ । ଅନେକ ପ୍ରଚେଷ୍ଟା ପରେ ସେ ଜାଣିବାକୁ ପାଇଥିଲେ କି ଦିବ୍ୟାଙ୍ଗମାନେ ମଧ୍ୟ ମହାକାଶ ଯାଇପାରୁଛନ୍ତି । ସେ ଏଥିପାଇଁ କମ୍ପାନୀ ବ୍ଲì ଅରିଜିନକୁ ଯୋଗାଯୋଗ କରିଥିଲେ । ଏହାପରେ ସେ ଅନ୍ତରୀକ୍ଷକୁ ନିଜ ଅନ୍ୟ ୬ଜଣ ସହଯାତ୍ରୀଙ୍କ ସହିତ ୧୦ ମିନିଟ ପାଇଁ ଯିବାରେ ସଫଳ ହୋଇଥିଲେ । ମିକେଲା ନିଜର ହ୍ୱିଲ ଚେୟାର ସହିତ ସ୍ପେସକ୍ରାଫଫ କ୍ୟାପସୁଲରେ ଏହି ଯାତ୍ରା ସମାପ୍ତ କରିଛନ୍ତି । ମିକେଲାଙ୍କର ଏହି ଐତିହାସିକ ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି ।




