ମାଗଣାରେ ବିଶ୍ବ ଭ୍ରମଣ !
ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରାନ୍ସନ୍ଙ୍କ ସଂସ୍ଥା 'ଓର୍ଜିନ୍ ଗ୍ରୁପ୍' ଛଅ ମାସର ବିଶ୍ୱ ଭ୍ରମଣ କାର୍ଯ୍ୟକ୍ରମ 'ହେଡ୍ ଅଫ୍ ୟେସ୍' ପାଇଁ ପ୍ରତିଯୋଗୀମାନଙ୍କୁ ପ୍ରାୟ ୯୫ ଲକ୍ଷ ଟଙ୍କା ପାରିଶ୍ରମିକ ପ୍ରଦାନ କରିବାକୁ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବିଜେତାମାନଙ୍କୁ କମ୍ପାନୀର ବିଭିନ୍ନ ବ୍ରାଣ୍ଡ୍ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଭ୍ରମଣ କରିବା ସହ ଭିଡିଓ, ଫଟୋ ଓ ଛୋଟ ଗଳ୍ପ ସୋସିଆଲ ମିଡିଆରେ ସେୟାର କରିବାକୁ ପଡ଼ିବ। ଯେଉଁଥିପାଇଁ ଆମେରିକାରେ ପ୍ରାୟ ୯୫ ଲକ୍ଷ ଟଙ୍କା ଏବଂ ବ୍ରିଟେନରେ ପ୍ରାୟ ୯୦ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିବ। ଏହା କୌଣସି ସାଧାରଣ ଚାକିରି ନୁହେଁ, ବରଂ ଛଅ ମାସର ଏକ କଣ୍ଟେଣ୍ଟ କ୍ରିଏଟର ସହଭାଗିତା ଅଟେ। ଯେଉଁଥିରେ କେବଳ ଆମେରିକା ଓ ବ୍ରିଟେନର ନାଗରିକମାନେ ଆବେଦନ କରିପାରିବେ। ଏଥିପାଇଁ ସୋସିଆଲ ମିଡିଆ ଫଲୋଅର୍ସଙ୍କର କୌଣସି ସର୍ବନିମ୍ନ ସୀମା ରଖାଯାଇ ନଥିବାବେଳେ ଆବେଦନକାରୀଙ୍କୁ ନିଜ ଜୀବନର ଏକ ସାହସିକ ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରି ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡ଼ିବ। ଯାହାପରେ ଏଥିରୁ ବଛାବଛା କିଛି ଜଣଙ୍କୁ ଏହି ଚାକିରି ପ୍ରଦାନ କରାଯିବ ।




