ଟ୍ରାଭେଲ୍‌ ଡାଏଟ୍‌

ଟ୍ରାଭେଲ୍‌ ଡାଏଟ୍‌
Ipsita Picture
By: Ipsita


ଟ୍ରାଭେଲ୍‌ ସମସ୍ତଙ୍କର ପସନ୍ଦ । ତେବେ ଏହି ସମୟରେ ଖାଦ୍ୟପେୟକୁ ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି । କାରଣର କୌଣସି ସ୍ଥାନକୁ ଯିବା ସମୟରେ ଖାଦ୍ୟରେ ଏପଟ ସେପଟ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବାର ଭୟ ରହିଥାଏ । ତେଣୁ ଏହି ସମୟରେ ଖାଦ୍ୟପେୟର ଉପଯୁକ୍ତ ଧ୍ୟାନ ରଖିବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରିକ ବିଷୟରେ ।
 ରୋଷ୍ଟେଡ ଫକ୍ସ ନଟ୍ସ- ଏହା ଏକ ପ୍ରକାରର ପପକନ୍‌ ଯାହା ବେଶ ସ୍ୱାଦିଷ୍ଟ ହୋଇଥାଏ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ଦେହ ପାଇଁ ମଧ୍ୟ ଭଲ । ଏଥିରେ ପ୍ରୋଟିନର ପରିମାଣ ମଧ୍ୟ ଅଧିକ ରହିଥାଏ । ଏହାକୁ ଆପଣ ଟ୍ରାଭେଲ ସମୟରେ କ୍ରେଭିଂକୁ କମାଇବାକୁ ବ୍ୟବହାର କରିପାରିବେ ।
ଭଜା କାବୁଲିଚଣା - ଏହା ବୁଲିବା ସମୟରେ ଏକ ହେଲ୍ଦି ସ୍ନାକ୍ସଭାବେ ବ୍ୟବହାର ହୋଇଥାଏ । ଏଥିରେ ପ୍ରୋଟିନ, ଫାଇବର, ମ୍ୟାଗନେସିୟମ,ଜିଙ୍କ୍‌ ଆଦି ଭରପୂର ମାତ୍ରାରେ ରହିଥାଏ । ଏହାକୁ ଟ୍ରାଭେଲ ସମୟରେ ସ୍ନାକ୍ସରେ ଖାଆନ୍ତୁ ପାଟିକୁ ସୁଆଦିଆ ଲାଗିବାସହ ଶରୀର ପାଇଁ ଭଲ ।
ଫଳ- ଏହା ସବୁଠାରୁ ସ୍ୱାସ୍ଥ୍ୟକର ସ୍ନାକ୍ସ ହୋଇଥାଏ । ଏହାକୁ ଯେ କୌଣସି ସମୟରେ ସାଙ୍ଗରେ ନେଇ ଯାଇପାରିବେ । ଏହି ତାଲିକାରେ ନିଜ ପସନ୍ଦର ଫଳ ସାମିଲ କରିପାରିବେ । 
ବଟର ମିଲ୍କ - ପାନୀୟରେ ବଟର ମିଲ୍କ  ସବୁଠାରୁ ଭଲ ଅପସନ । ଏହା ସୁଆଦିଆ ସହ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ । ଏହାକୁ ନିଜେ ଘରେ ପ୍ରସ୍ତୁତ କରି ସାଙ୍ଗରେ ନେଇପାରିବେ ।

Read More ବାସ୍ତୁରେ ସକରାତ୍ମକତା

Tags: