ଭିଡିଓ ଗେମ୍‌ ଦେଉଛି ଟ୍ରେନିଂ

ଭିଡିଓ ଗେମ୍‌ ଦେଉଛି ଟ୍ରେନିଂ
Ipsita Picture
By: Ipsita


ସାଧାରଣତଃ ସମସ୍ତେ ଭିଡିଓ ଗେମ୍‌କୁ ଖେଳିବା ପାଇଁ ବ୍ୟବହାର କରନ୍ତି । ହେଲେ ନିକଟରେ ମିଳିଥିବା ସୂଚନା ଅନୁସାରେ ବ୍ରିଟିଶ ସେନା ନିଜ ଯବାନଙ୍କୁ ଭିଡିଓ ଗେମ୍‌, କଲ୍‌ ଅଫ୍‌ ଡ୍ୟୁଟି ଜରିଆରେ ଟ୍ରେନିଂ ଦେଉଛି । ବ୍ରିଟେନର ଆର୍ମି ଅଧିକାରୀଙ୍କ ମତରେ ଏହି ଗେମିଂ ସ୍କିଲ ଯବାନଙ୍କର ଯୁଦ୍ଧ କ୍ଷେତ୍ରରେ ଖୁବ କାମରେ ଆସିବ । ଭିଡିଓ ଗେମ୍‌ ଖେଳିବା ଫଳରେ ସେନାଙ୍କର ଡ୍ରୋନ ଉଡାଇବାର କ୍ଷମତା ବଢିବ । ଏପରିକି ଏଥିପାଇଁ ଭିଡିଓଗେମ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଉଛି । ବ୍ରିଟେନ ସରକାର ନିକଟରେ ଇଣ୍ଟରନ୍ୟାସନାଲ ଇ ସ୍ପୋର୍ସ ଗେମ୍ସର ଘୋଷଣା କରିଛନ୍ତି । ଯେଉଁଥିରେ ସେନାମାନେ ନିଜର ବିଭିନ୍ନ କଳାକୌଶଳ କ୍ଷମତା ପ୍ରଦର୍ଶନ କରିବେ । ଏପରିକି ସରକାର ବର୍ତ୍ତମାନ ଗେମର୍ସ ଓ କୋଡରଙ୍କୁ ମଧ୍ୟ ସେନାରେ ଭର୍ତ୍ତି କରିବାରେ ଲାଗିଛି ।

Read More ମେସିନ୍‌ ଓକିଲ

Tags:

Related Posts

ଗୁପ୍ତଚର ଓଡଶ

ଗୁପ୍ତଚର ଓଡଶ

ନିଆରା ଖେଳ

ନିଆରା ଖେଳ

ଫୁଲରୁ ମିଳେ ଖୁସି

ଫୁଲରୁ ମିଳେ ଖୁସି