ଟ୍ରେନ ପାଲଟିଲା ମନ୍ଦିର
ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ରେ 'ଓମ୍କାର ଭଜନ ମଣ୍ଡଳ'ର ୨୧ ବର୍ଷ ପୂରଣ ହେବା ଅବସରରେ ଏକ ନିଆରା ଉତ୍ସବ ପାଳିତ ହୋଇଛି । ଯେଉଁଥିରେ ଲୋକାଲ୍ ଟ୍ରେନ୍ର ବଗିଟି ସମ୍ପୂର୍ଣ୍ଣ ଭାବେ ଏକ ମନ୍ଦିରର ରୂପ ନେଇଥିଲା । ୬ ଅଗଷ୍ଟ ୨୦୦୬ରୁ ଆରମ୍ଭ ହୋଇଥିବା ଏହି ମଣ୍ଡଳୀର ସଦସ୍ୟମାନେ ପ୍ରତିଦିନ ଏହି ଟ୍ରେନ୍ରେ ଏକାଠି ଯାତ୍ରା କରି ଭଜନ ଓ ଆରତି କରିଥାନ୍ତି। ଏହି ବାର୍ଷିକୋତ୍ସବ ଅବସରରେ ସଦସ୍ୟମାନେ ନିଜ ନିଜ ଘରୁ ପ୍ରସାଦ ପ୍ରସ୍ତୁତ କରି ଆଣି ଦେବୀଙ୍କୁ ୫୬ ଭୋଗ ଅର୍ପଣ କରିବା ସହ ଅନ୍ୟ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ବାଣ୍ଟିଥିଲେ । ଏହାସହ ପୂଜା ପରେ ଟ୍ରେନ୍ ଭିତରେ କେକ୍ କଟାଯାଇଥିଲା, ଯେଉଁଥିରେ ଅନ୍ୟ ସାଧାରଣ ଯାତ୍ରୀମାନେ ମଧ୍ୟ ଉତ୍ସାହର ସହ ସାମିଲ ହୋଇଥିଲେ । ବିଶେଷ କଥା ହେଉଛି, ଭଜନ ସମୟରେ ମିଳୁଥିବା ଦାନ ଅର୍ଥକୁ ଏହି ମଣ୍ଡଳୀ ସାମାଜିକ କାର୍ଯ୍ୟ ଏବଂ ଅସହାୟ ଲୋକଙ୍କ ସାହାଯ୍ୟ ପାଇଁ ବ୍ୟବହାର କରିଥାଏ ।
Tags:




