ଲୋକ ହାତ ହଲାଇଲେ ରହୁଛି ଟ୍ରେନ

ଲୋକ ହାତ ହଲାଇଲେ ରହୁଛି ଟ୍ରେନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫିଲ୍ମ ଦେଖିବାରୁ ଫାଶୀ !

ଉତ୍ତରପ୍ରଦେଶରେ ଏଭଳି ଏକ ଟ୍ରେନ ଚାଲୁଛି ଯାହା ସିଗନାଲ ନୁହେଁ ବରଂ ଲୋକ ହାତ ହଲାଇଲେ ଟ୍ରେନଟି ରହୁଛି । ଏହା ଆଜି କାଲି ନୁହେଁ ବରଂ ୧୨୪ ବର୍ଷ ଧରି ଏହା ଗଡୁଛି । ଯେଉଁଠାରେ ଲୋକମାନେ ହାତ ହଲାଇ ଦେଉଛନ୍ତି ସେଠାରେ ହିଁ ଏହା ରହି ଲୋକଙ୍କୁ ଉଠାଉଛି । ଲୋକମାନେ ଏହାକୁ ପ୍ରେମରେ ଅଡ୍ଡା ବୋଲି ନାଁ ଦେଇଛନ୍ତି । ଏହା ଝାନ୍ସି କାନପୁର ରୁଟରେ ଗଡୁଛି, ଯାହାକୁ ବ୍ରିଟିଶମାନେ ଚଳାଇବା ଆରମ୍ଭ କରିଥିଲେ । ଏହାକୁ ଇଂରେଜମାନେ ୧୯୦୨ରେ ଆରମ୍ଭ କରିଥିଲେ । ଏହି ଟ୍ରେନରେ ୩ଟି ବଗି ଥିବାବେଳେ ଏହା ଘଣ୍ଟାକୁ ୩୦ କିମି ବେଗରେ ଗଡିଥାଏ । ଏହି ଟ୍ରେନଟି ନିୟମ ନୁହେଁ ବରଂ ଲୋକଙ୍କ ସହାୟତା ପାଇଁ ଗଡିଥାଏ । ଏହି ଟ୍ରେନଟି ଏଠିକାର ବାସିନ୍ଦାଙ୍କ ପାଇଁ ଖୁବ ଆବଶ୍ୟକ । ସମସ୍ତେ ଏହାକୁ ପ୍ରତିଦିନ ବ୍ୟବହାର କରନ୍ତି ଏବଂ ଅନେକ ସହଯୋଗ ପାଇଥାଆନ୍ତି । ଟ୍ରେନରେ କାର୍ଯ୍ୟ କରୁଥିବା କର୍ମଚାରୀ ମଧ୍ୟ ସବୁବେଳେ ଯାତ୍ରୀଙ୍କୁ ସାହାଯ୍ୟ କରିଥାଆନ୍ତି ।

ସମ୍ବନ୍ଧିତ ଖବର ମଣିଷଠୁ କ୍ଷିପ୍ର ଦୌଡୁଛି ରୋବଟ

Tags: