ମହାକାଶରେ ଟମାଟୋ

ମହାକାଶରେ ଟମାଟୋ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦୋଷ କାଟିବାକୁ କୁକୁରକୁ ବିବାହ

ଅନେକ ସମୟରେ ମହାକାଶରେ ପନିପରିବା ଚାଷ କରାଯିବାର ସୂଚନା ମିଳିଥାଏ । ସେହିକ୍ରମରେ ନିକଟରେ ମିଳିଥିବା ସୂଚନା ଅନୁସାରେ ମହାକାଶରେ ଚୀନ ପକ୍ଷରୁ ଟମାଟୋ ଗଛ ଲଗାଇଯାଇଥିଲା, ଯେଉଁଥିରେ ଫଳ ମଧ୍ୟ ଫଳିଛି । ଏହି ଗଛ ଗୁଡିକରେ ଫଳିଥିବା ଟମାଟୋକୁ ବ୍ୟବହାର କରି ମହାକାଶଚାରୀମାନେ ସେଠାରେ ସ୍ପ୍ରିଙ୍ଗ ଫେଷ୍ଟିଭାଲ ମଧ୍ୟ ପାଳନ କରିଛନ୍ତି । ଏହି ସ୍ଥାନରେ ଟମାଟୋର ଗଛକୁ ବଢାଇବା ପାଇଁ ମାଟି ପରିବର୍ତ୍ତେ ଏୟରୋପୋନିକ ଟେକନିକର ବ୍ୟବହାର କରାଯାଇଛି, ଯେଉଁଥିରେ ଟମାଟୋ ଗଛର ମୂଳରେ ପାଣିର ଛିଟା ମରାଯାଇଥିଲା । ଏହାପରେ ଏଲଇଡି ଲାଇଟକୁ ବ୍ୟବହାର କରାଯାଇ ସୂର୍ଯ୍ୟଙ୍କ ଭଳି କିରଣ ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟ ମାଇକ୍ରୋଗ୍ରାଭିଟି ବିନା କରାଯାଇଛି । ସ୍ପେସ ଷ୍ଟେସନ ଯେଉଁ ସ୍ଥାନରେ ଏହି ଟମାଟୋ ଗଛକୁ ବଢାଯାଉଛି ସେହି ସ୍ଥାନକୁ ହିଲିଂ କର୍ନର କୁହାଯାଉଛି । ଏହି ସବୁଜିମା ପାଇଁ ସେମାନଙ୍କ ମାନସିକ ଅବସ୍ଥା ଭଲ ରହୁଛି ବୋଲି ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର ବୁଢ଼ୀ ଅସୁରୁଣୀ ଓ ସାତ ଭାଇ

Tags: