ଆଜି ପବିତ୍ର ମକର ସଂକ୍ରାନ୍ତି,ମକର ଚୌରାଶୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି I ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ମାଳ ମାଳ ଗହଣା ପିନ୍ଧି ଚିତ୍ତାକର୍ଷକ ମକର ଚୌରାଶୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ଆଜି ମଧ୍ୟାନ୍ନ ଧୂପରେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି I ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ମାଳ ମାଳ ଗହଣା ପିନ୍ଧି ଚିତ୍ତାକର୍ଷକ ମକର ଚୌରାଶୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ଆଜି ମଧ୍ୟାନ୍ନ ଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ । ଗୁଡ଼ିଆମାନେ ଫେଣା, ଶାକର ଆଣି ମକର ଭୋଗ ପ୍ରସ୍ତୁତ କରିବେ। ଏହାସହିତ ମହାବାହୁଙ୍କ ଶ୍ରୀଚରଣରେ ବିଶ୍ୱର ସର୍ବବୃହତ ନଳୀ ପାନ ଅର୍ପଣ କରାଯିବାର ବିଧି ରହିଛି।

ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ତୁଳସୀରେ ମାଳଚୂଳ ସହ ଛଅମୂର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେଇଥାନ୍ତି । ଆଜି ଅବକାଶ ନୀତି ପରେ ମହାପ୍ରଭୁ ମକର ବେଶ ବା ମକର ଚୌରାଶୀ ବେଶରେ ମଇଲମ ହୋଇଛନ୍ତି। ସେପଟେ ଚୁନରା ସେବାୟତଙ୍କ ପକ୍ଷରୁ ଅଁଳା ବେଢା ଉପରେ ଗେରୁ ରଙ୍ଗରେ ରାମାନନ୍ଦି ଚିତ୍ତା ଅଙ୍କନ ସହ ନିଳଚକ୍ର ମାଜଣା ହୋଇଛି।

ଏଣେ ମୟୂରଭଞ୍ଜ ଜିଲ୍ଲାର ଲୋକେ ଏହାକୁ ଗଣପର୍ବ ଭାବେ ପାଳନ କରୁଛନ୍ତି। ମକର ଠାରୁ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ମଧ୍ୟ ମଧ୍ୟ ଛୁଟି ରହିଥାଏ I ଏହି ଜିଲ୍ଲାର ଲୋକେ ନୂଆ ପୋଷାକ ପିନ୍ଧିବା ସହ ଘରେ ପିଠାପଣା କରୁଛନ୍ତି। ପିଠା ପଣା ଖାଇ ମାଦଳ ବାଜାର ତାଳେ ତାଳେ ନୃତ୍ୟ କରିଥାନ୍ତି ବିଶେଷକରି କୁଡୁମି ସମ୍ପ୍ରଦାୟ ର ଯୁବତୀ ଓ ମହିଳା ମାନେ ‘ଟୁସୁ’ଦେବୀଙ୍କୁ ପୂଜା କରିଥାନ୍ତି I ଝିଅ ମାନେ ଦଳ ଦଳ ହୋଇ ନୂଆ ଲୁଗା ପିନ୍ଧି ‘ଟୁସୁ’ମୂର୍ତ୍ତିକୁ ସାଜ୍ଜସଜା କରି ଏକ କଂସା ଥାଳିରେ ମୁଣ୍ଡରେ ମୁଣ୍ଡାଇ ଗୀତ ଗାଇ ଗାଇ ଘର ଘର ବୁଲିଥାନ୍ତି ଇ ସେହି ସମୟରେ ଘରେ ଘରେ ତିଆରି କରାଯାଇଥିବା ପିଠI ପଣା କୁ ‘ଟୁସୁ’ଦେବୀଙ୍କୁ ଅର୍ପଣ କରି ବନ୍ଦାପନା କରାଯାଇଥାଏ I ସେହିପରି ଏଠାରେ କୁକୁଡ଼ା ଲଢେଇ ଓ ଲାଖ ବିନ୍ଧା ପ୍ରତିଯୋଗିତା ବି ଆୟୋଜିତ ହୋଇଥାଏ। ଏହି ସମୟରେ ପ୍ରାୟ ୩/୪ ଦିନ ଧରି ରାସ୍ତା ଘାଟ ଜନ ମାନବ ଶୂନ୍ୟ ହୋଇ ଖାଁ ଖାଁ ଲାଗୁଥାଏ I ଘରେ ଘରେ କୁଣିଆ ବନ୍ଧୁ ଭର୍ତ୍ତି ହୋଇ ଥାନ୍ତି I ପ୍ରାୟତଃ ବିବାହିତା ଝିଅ ମାନେ ଏହି ସମୟରେ ବାପ ଘରକୁ ଆସିଥାନ୍ତି I ଏହି ସମୟରେ ଚୁଡ଼,ଗୁଡ଼,ତିଳଉ,ଆରିଷା ପିଠା ସହିତ ସବୁ ପ୍ରକାର ଫଳ ,କ୍ଷୀର ଓ ଦହି ମିଶାଇ ସ୍ୱାଦିଷ୍ଟ ମକର ପ୍ରସ୍ତୁତ କରାଯାଏ I ଏହାକୁ ଘରେ ସମସ୍ତେ ଆନନ୍ଦରେ ଖାଇବା ସହ ସାହିରେ ମଧ୍ୟ ବାଣ୍ଟି ଥାନ୍ତି ଇ ଏହି ଦିନ ଅନେକ ମକର ଚାଉଳ ଖାଇ ମକର ମିତ ବସନ୍ତି I ଏହିଦିନ ମୟୁରଭଞ୍ଜ ପ୍ରସିଦ୍ଧ ଦାର୍ଶନିକ ଦୈବ ପୀଠ ଦେବକୁଣ୍ଡ ମା’ ଆମ୍ବିକାଙ୍କ ପୀଠ ଓ ଦ୍ୱାରସୁଣୀ ଘାଟିରେ ମକର ମେଳା ଲାଗିଥାଏ I

ସେହିପରି ମକର ସଂକ୍ରାନ୍ତି ଅବସରରେ ବାଲୁଗାଁର ପ୍ରସିଦ୍ଧ କାଳିଜାଇଙ୍କ ପୀଠ,ଘଟଗାଁରେ ମା ତାରିଣୀଙ୍କ ପୀଠ,ଖୋର୍ଦ୍ଧା ଜିଲ୍ଲା ଅଟ୍ରି ହଟ୍ଟକେଶରଙ୍କ ପୀଠରେ ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ ହୋଇଛି। ବିଶ୍ୱାସ ରହିଛି, ନିଃସନ୍ତାନ ମହିଳାମାନେ ମାନସିକ ରଖି ଏଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ସେମାନଙ୍କର ସନ୍ତାନ ପ୍ରାପ୍ତି ହୋଇଥାଏ। ତେଣେ ଦକ୍ଷିଣ ଓଡ଼ିଶାରେ ଆଜି ଭୋଗି ପର୍ବ ପାଳିତ ହେଉଛି।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହକୁମାରେ ମକର ମେଳା ଶନିବାର ପାଳିତ ହେବାକୁ ଯାଉଛି। ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ଵର ଶିବ ମନ୍ଦିରରୁ ଏହି ମେଳାର ଶୁଭାରମ୍ଭ ହେବ। ବାମରା ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଜଗନ୍ନାଥ ମଦନ ମୋହନ ବେଶରେ ହରି ମହାପ୍ରଭୁ ରଥାରୁଢ ହୋଇ ପହଞ୍ଚିବେ ମେଳଣ ପଡ଼ିଆକୁ। ହରିହର ମିଳନ ପରେ ଶ୍ରଦ୍ଧାଳୁମାନେ ମକର ବସିବେ। ଏହି ଯାତ୍ରା ୭ ଦିନ ଧରି ହେବାକୁ ଥିବାରୁ ବାମରା ସଂପୂର୍ଣ୍ଣ ଉତ୍ସବମୁଖର
ହୋଇଉଠିଛି।

Tags: