ଆଜି ପ୍ରଥମାଷ୍ଟମୀ,ପଢ଼ୁଆଁହେବେ ଘରର ଜ୍ୟୋଷ୍ଠ ସନ୍ତାନ

ଆଜି ପଢ଼ୁଆଁଷ୍ଟମୀ I ପୂଜା ପାଇବେ ଘରର ଜ୍ୟୋଷ୍ଠ ସନ୍ତାନ I ମାର୍ଗଶୀରମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ଏହି ଦିନ ପରିବାରର ପ୍ରଥମ ଜାତ […]

Samaya Live Picture
Published On

ଆଜି ପଢ଼ୁଆଁଷ୍ଟମୀ I ପୂଜା ପାଇବେ ଘରର ଜ୍ୟୋଷ୍ଠ ସନ୍ତାନ I ମାର୍ଗଶୀରମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ଏହି ଦିନ ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ,ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନI କରି ଷଠୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଅବସର୍ରେ ପ୍ରଥମ ସନ୍ତାନକୁ ପଢୁଆଁ କରିବା ପାଇଁ ମାମୁ ଘରୁ ପଢୁଆଁ ଭାର ସହିତ ନୂଆ ଲୁଗାପଟା ଆସିଥାଏ I ପ୍ରଥମାଷ୍ଟମୀରେ ମୁଖ୍ୟ ଏଣ୍ଡୁରି ପିଠା ଭୋଗ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I ପ୍ରଥମାଷ୍ଟମୀରେ ପ୍ରଥମ ସନ୍ତାନ ମାନେ ସକାଳେ ଘିଅ ହଳଦୀ ଲଗାଇ ଗାଧୁଆ ସରିଲାପରେ,ତାଙ୍କ କାନରେ ୮ କେରା ଦୁବ,ବରକୋଳି ପତ୍ର ଦେଇ ଥାଳିରେ ଘିଅ ଦୀପ,ସିନ୍ଦୁର,ଚନ୍ଦନ ସହିତ ଏଣ୍ଡୁରି ପିଠା ରଖାଯାଇ ଷଠୀ ମା’ଙ୍କ ନିକଟରେ ବନ୍ଦାପନା କରାଯାଇଥାଏ I ଓଡ଼ିଶାରେ ଅନେକ ସ୍ଥାନରେ ଏହି ଦିନ ନୂଆ ଅମଳ କରାଯାଇଥିବା ଶସ୍ୟକୁ ମା’ଙ୍କ ପାଖରେ ଭୋଗ ଲଗାଇ ନୂଆଖିଆ ହୋଇଥାଏ I ଏହିଦିନ ଘରେ ଘରେ ପୁର ପଲ୍ଲୀରେ ହଳଦୀ ପତ୍ରର ତିଆରି ଏଣ୍ଡୁରି ପିଠା ମହକରେ ମହକି ଉଠିଥାଏ I

ସେହିପରି ପ୍ରଥମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଆସିଥିବା ବେଳେ ପୋଢୁଆଁ ହେବେ ମହାବାହୁ । ଜଗତସିଂହପୁର ଜିଲ୍ଲା ନିଆଳି ମାଧବ ମନ୍ଦିର ଶ୍ରୀଜିଉଙ୍କ ମାମୁ ଘର ବୋଲି କୁହାଯାଉଥିବା ବେଳେ ସେଠାରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ନୂଆ ଲୁଗା ଲାଗି ହେବବା ସହିତ ଖଦି ଓ ଛେଦା ପ୍ରସାଦ ମଧ୍ୟ ଲାଗି କରାଯିବ ।

Tags: