ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୭୫ତମ ପୂଣ୍ୟତିଥି,ଦେଶ ପାଳୁଛି ସହିଦ ଦିବସ

ନୂଆଦିଲ୍ଲୀ : ଆଜି ହେଉଛି ଜାନୁୟାରୀ ୩୦ ତାରିଖ I ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୭୫ତମ ପୂଣ୍ୟତିଥୀ I ଗାନ୍ଧୀଜୀଙ୍କର ତିରୋଧାନ ଦିବସକୁ ଦେଶବ୍ୟାପୀ ‘ସହିଦ ଦିବସ’ ଭାବେ ପାଳନ କରାଯାଉଛି। ୧୯୪୮ ମସିହା ଆଜିର ତାରିଖରେ ମହାତ୍ମା ଗାନ୍ଧୀ ଏକ ପ୍ରାର୍ଥନା ସଭାରୁ ଫେରୁଥିବାବେଳେ ଙ୍କୁ ନାଥୁରାମ୍ ଗଡ୍‌ସେ ଗୁଳିକରି ହତ୍ୟା କରିଥିଲେ। ଶେଷ ସମୟରେ ଗାନ୍ଧୀଙ୍କ ପାଟିରୁ ବାହାରିଥିଲା ‘ହେ ରାମ’ I ଗାନ୍ଧୀଙ୍କ ତିରୋଧାନ ତାରିଖକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ଆଜି ହେଉଛି ଜାନୁୟାରୀ ୩୦ ତାରିଖ I ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୭୫ତମ ପୂଣ୍ୟତିଥୀ I ଗାନ୍ଧୀଜୀଙ୍କର ତିରୋଧାନ ଦିବସକୁ ଦେଶବ୍ୟାପୀ ‘ସହିଦ ଦିବସ’ ଭାବେ ପାଳନ କରାଯାଉଛି। ୧୯୪୮ ମସିହା ଆଜିର ତାରିଖରେ ମହାତ୍ମା ଗାନ୍ଧୀ ଏକ ପ୍ରାର୍ଥନା ସଭାରୁ ଫେରୁଥିବାବେଳେ ଙ୍କୁ ନାଥୁରାମ୍ ଗଡ୍‌ସେ ଗୁଳିକରି ହତ୍ୟା କରିଥିଲେ। ଶେଷ ସମୟରେ ଗାନ୍ଧୀଙ୍କ ପାଟିରୁ ବାହାରିଥିଲା ‘ହେ ରାମ’ I ଗାନ୍ଧୀଙ୍କ ତିରୋଧାନ ତାରିଖକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ‘ବିଦ୍ୟାଳୟରେ ଅହିଂସା ଓ ଶାନ୍ତି ଦିବସ’ ଭାବେ ପାଳନ କରାଯାଉଛି। ସ୍ପେନ୍‌‌ର କବି ଲୋରେନ୍ ଭିଡ଼ାଲ ୧୯୬୪ରେ ପ୍ରଥମଥର ଏହି ଦିବସ ପାଳନ ଆରମ୍ଭ କରିଥିଲେ। ଛାତ୍ରାବସ୍ଥାରୁ ପିଲାମାନେ ଅହିଂସା ପଥରେ ଆଗେଇ ଏକ ଶୃଙ୍ଖଳିତ ଜୀବନଯାପନ କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।

ମହାତ୍ମା ଗାନ୍ଧିଙ୍କର ପୂଣ୍ୟତିଥି ଅବସରରେ ରାଜଘାଟରେ ଥିବା ଗାନ୍ଧୀଜୀଙ୍କର ସମାଧି ନିକଟରେ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହା ପୂର୍ବରୁ ମୋଦି ଟ୍ଵିଟ୍‌ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପ୍ରଧାନ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ମୁଁ ବାପୁଙ୍କୁ ପୂଣ୍ୟତିଥିରେ ପ୍ରଣାମ କରୁଛି। ତାଙ୍କ ବିଚାରଧାରକୁ ମାନି ଚଳୁଛି । ଏହାଛଡା ରାଷ୍ଟ୍ରସେବା ପାଇଁ ଅନ୍ୟ ଯେଉଁମାନେ ଶହିଦ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି । ବାପୁଙ୍କ ବଳିଦାନକୁ କେବେ ଭୁଲିପାରିବା ନାହିଁ । ତେଣୁ ଆଜିର ଦିନକୁ ଶହିଦ ଦିବସ ଭାବେ ପାଳନ କରାଯାଉଛି ।

ସେହିପରି ଆଜି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ତିନି ସେବା ମୁଖ୍ୟ (ସେନା, ବାୟୁସେନା ଏବଂ ନୌ ସେନା) ଦିଲ୍ଲୀର ରାଜଘାଟ ଯାଇ ଗାନ୍ଧିଜୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଆଜି ସକାଳ ୧୧ ଟାରେ ସାରା ଦେଶରେ ଭାରତୀୟ ସହିଦମାନଙ୍କ ସ୍ମୃତିରେ ଦୁଇ ମିନିଟର ନିରବତା ପାଳନ କରାଯାଇଥିଲା I

Tags: