ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁଣା ବର୍ଜନ ଦିବସ

ଆମେ ଦୋକାନରୁ କିଛି କିଣିବା ପରେ, ସାଧାରଣତଃ ଦୋକାନୀ ପ୍ଲାଷ୍ଟିକ ବା ପଲିଥିନ୍‌ ମୁଣାରେ, ଜିନିଷ ବଢ଼ାଇଦିଏ। ଘରକୁ ଫେରି, ଜିନିଷ ସାଇତିବା ପରେ ଆମେ ମୁଣା ଫୋପାଡ଼ିଦେଉ। ଅର୍ଥାତ୍‌ ଅଳ୍ପ କିଛି ସମୟ ଭିତରେ ଆମେ ମୁଣାଠାରୁ ମୁକ୍ତି ପାଇଯାଉ। କିନ୍ତୁ ନା ପ୍ରକୃତରେ ଆମେ ମୁକ୍ତି ପାଉନା। କାରଣ ଗୋଟିଏ ପଲିଥିନ ମୁଣା ସଂପୂର୍ଣ୍ଣ ଭାବେ ମାଟିରେ ମିଶିବା ପାଇଁ ଶହେରୁ ପାଞ୍ଚ ଶହ ବର୍ଷ ଲାଗିଯାଏ। ଆଉ ଏହି ଲମ୍ବା ସମୟ ମଧ୍ୟରେ […]

Samaya Live Picture
Published On

ଆମେ ଦୋକାନରୁ କିଛି କିଣିବା ପରେ, ସାଧାରଣତଃ ଦୋକାନୀ ପ୍ଲାଷ୍ଟିକ ବା ପଲିଥିନ୍‌ ମୁଣାରେ, ଜିନିଷ ବଢ଼ାଇଦିଏ। ଘରକୁ ଫେରି, ଜିନିଷ ସାଇତିବା ପରେ ଆମେ ମୁଣା ଫୋପାଡ଼ିଦେଉ। ଅର୍ଥାତ୍‌ ଅଳ୍ପ କିଛି ସମୟ ଭିତରେ ଆମେ ମୁଣାଠାରୁ ମୁକ୍ତି ପାଇଯାଉ। କିନ୍ତୁ ନା ପ୍ରକୃତରେ ଆମେ ମୁକ୍ତି ପାଉନା। କାରଣ ଗୋଟିଏ ପଲିଥିନ ମୁଣା ସଂପୂର୍ଣ୍ଣ ଭାବେ ମାଟିରେ ମିଶିବା ପାଇଁ ଶହେରୁ ପାଞ୍ଚ ଶହ ବର୍ଷ ଲାଗିଯାଏ। ଆଉ ଏହି ଲମ୍ବା ସମୟ ମଧ୍ୟରେ ଏହା ପରିବେଶର କ୍ଷତି କରିଚାଲେ। ଏଣୁ ପରିବେଶର ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରତି ବର୍ଷ ଜୁଲାଇ ୩ରେ ପାଳିତ ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁଣା ବର୍ଜନ ଦିବସ। ଏହି ଅବସରରେ ଆସନ୍ତୁ ପଲିଥିନ୍‌ ମୁଣା ବ୍ୟବହାର ନକରିବା ପାଇଁ ଶପଥ ନେବା ଏବଂ ସର୍ବଦା ପୁନଃ ବ୍ୟବହାରଯୋଗ୍ୟ ମୁଣା ବ୍ୟବହାର କରିବା।

ଉଲ୍ଲେଖଯୋଗ୍ୟ ଯେ, ସଂପ୍ରତି ସାରା ବିଶ୍ୱରେ ବାର୍ଷିକ ପ୍ରାୟ ପଚାଶ ହଜାର କୋଟି ପଲିଥିନ ମୁଣା ଫୋପଡ଼ା ଯାଉଛି। ଏହାର ଅର୍ଦ୍ଧେକ କୌଣସି ନା କୌଣସି ବାଟରେ ସମୁଦ୍ରକୁ ଯାଉଛି। ଏହାର ଏକ କୁ ପରିଣାମ ସ୍ୱରୂପ ବାର୍ଷିକ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅକାଳ ମୃତୁ୍ୟ ଘଟୁଛି। ମଣିଷ ମଧ୍ୟ ଏହା କବଳରୁ ମୁଚ୍ଛ ନୁହେଁ। ତେୟାନବେ ପ୍ରତିଶତ ଆମେରିକାନ୍‌ଙ୍କ ଶରୀରରେ ବିସ୍‌ଫିନୋଲ ଏ (ପ୍ଲାଷ୍ଟିକ୍‌ ତିଆରିରେ ବ୍ୟବହୃତ ରାସାୟନିକ) ଠାବ କରାଯାଇଥିବା ଏହାର ପ୍ରମାଣ। ପ୍ଳାଷ୍ଟିକ ବ୍ୟାଗ ବ୍ୟବହାର ହୋଇସାରିବା ପରେ ଏଣେତେଣେ ଫିଙ୍ଗା ଯାଇଥାଏ। ଯାହା ମାଟିରେ ମିଶିପାରିନଥାଏ। ଫଳରେ ଏହା ପର୍ଯ୍ୟାବରଣ ନଷ୍ଟ କରିବା ସହ ବର୍ଷା ଜଳକୁ ମଧ୍ୟ ଭୂଗର୍ଭ ମଧ୍ୟକୁ ଭେଦିବାକୁ ଦେଇନଥାଏ। ବାହାରେ ପଡ଼ିଥିବା ଖାଦ୍ୟଦ୍ରବ୍ୟକୁ ଖାଇବା ବେଳେ ଗୋରୁଗାଈ ମଧ୍ୟ ବେଳେ ବେଳେ ଜରି ଖାଇଥାନ୍ତି, ଫଳରେ ସେମାନଙ୍କର ମୃତୁ୍ୟ ଘଟିଥାଏ। ଏକ ଗବେଷଣାରୁ ଜଣାଯାଇଛି ଯେ, ମାତ୍ର କିଛି ସମୟ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ବ୍ୟାଗକୁ ମାଟିରେ ମିଶିବା ପାଇଁ ପ୍ରାୟ ୧୦୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଲାଗିଥାଏ।

ତେଣୁ ପ୍ଲାଷ୍ଟିକ ବ୍ୟାଗ ବଦଳରେ କାଗଜ ବ୍ୟାଗ ବ୍ୟବହାର କରିବାକୁ ବୈଜ୍ଞାନିକମାନେ ମତ ଦେଇଥାନ୍ତି। ଏଭଳି କରିବା ଦ୍ୱାରା ପର୍ଯ୍ୟାବରଣ ସୁରକ୍ଷିତ ରହିବା ସହ ଭୂତଳ ଜଳର ମାତ୍ରା ମଧ୍ୟ ବୃଦ୍ଧି ପାଇପାରିବ। ପ୍ଲାଷ୍ଟିକ ବ୍ୟାଗମୁଚ୍ଛ ପାଳନ ଅବସରରେ ଗୋଟିଏ ଦିନ ପାଇଁ ହେଉପଛେ, କାଗଜ ଥଳି ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରବର୍ନ୍ନାଯାଇଥାଏ। ଏହାଦ୍ୱାରା ହରମୋନ ଭାରସାମ୍ୟ ନଷ୍ଟ ହେଉଛି।

Tags: