ଆଜି ପବିତ୍ର ଶ୍ରୀ ରାମନବମୀ
ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..’ ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମାରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ […]
ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..’ ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମାରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ ରାମ ନବମୀ । ରାମ ଲାଲାଙ୍କ ଦର୍ଶନ ଲାଗି ଜମୁଛି ପ୍ରବଳ ଭିଡ । ସୁନ୍ଦର ଆଲୋକମାଳରେ ସଜେଇ ହୋଇଛି ରାମ ମନ୍ଦିର । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର ।କଳିଯୁଗରେ ଏକମାତ୍ର ରାମନାମ ଗୁଣଗାନ ହିଁ ପ୍ରାଣୀ ଜଗତକୁ ଉଦ୍ଧାର କରିବାରେ ସହାୟକ ହେଉଛି ଏବଂ ଆଗକୁ ମଧ୍ୟ ହେଉଥିବ । ସନ‘ଙ୍କ ବାଣୀ ଅନୁସାରେ, ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ କପଟ, ଦେଖାଣିଆ ପୂଜାର୍ଚ୍ଚନାର କୌଣସି ମାନେ ନାହଁ । ସେ ଆନ୍ତରିକ ଭକ୍ତିର ପ୍ରଭୁ । ଗୋସ୍ୱାମୀ ତୁଳସୀଦାସ କହିଛନ୍ତି, କେବଳ ପ୍ରେମ ଓ ଭକ୍ତିରେ ପ୍ରଭୁ ଶ୍ରୀରାମ ପ୍ରାପ୍ତ ହୋଇଥାଆନ୍ତି । ରାମନବମୀ ହିନ୍ଦୁଙ୍କର ଏକ ସାଂସ୍କୃତିକ ପର୍ବ । ଏହି ପର୍ବ ମର୍ଯ୍ୟାଦାପୁରୁଷତ୍ତୋମ ଭଗବାନ ରାମଙ୍କ ଜନ୍ମଦିନ ରୂପରେ ପ୍ରତିବର୍ଷ ଚୈତ୍ର ଶୁକ୍ଳପକ୍ଷ ନବମୀରେ ପାଳନ କରାଯାଏ । ଭଗବାନ ରାମ ଅଯୋଧ୍ୟାରେ ଆଜିର ଦିନରେ ରାଜା ଦଶରଥ ଓ ଦେବୀ କୌଶଲ୍ୟାଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ । ଏଥିସହ ଦଶରଥଙ୍କର ଆଉ ଦୁଇ ରାଣୀ ଥିଲେ ଯଥା କୈକେୟୀ ଓ ସୁମିତ୍ରା, ତାଙ୍କ ପୁତ୍ର ଭାବେ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ମଧ୍ୟ ରାମଙ୍କ ଭାଇ ରୂପେ ଜନ୍ମ ଗ୍ରହଣ କରିଥିଲେ । ରାଜକୁମାର ଶ୍ରୀରାମ ତଥା ଅନ୍ୟ ତିନି ଭାଇଙ୍କ ଶିକ୍ଷା-ଦୀକ୍ଷାର ପ୍ରବନ୍ଧ ବଶିଷ୍ଠ ମୁନିଙ୍କ ଆଶ୍ରମରେ ହୋଇଥିଲା। ସେ ଦଶରଥଙ୍କର ପୂଜ୍ୟ ଗୁରୁ ଥିଲେ। ଏହାଛଡ଼ା କିଛି ବିଶେଷ ଶାସ୍ତ୍ରର ଜ୍ଞାନ ଋଷି ବିଶ୍ୱାମିତ୍ରଙ୍କଠୁ ମଧ୍ୟ ପ୍ରାପ୍ତ ହୋଇଥିଲା। ବିଶ୍ୱାମିତ୍ରଙ୍କ ସହ ଭାଇ ଲକ୍ଷ୍ମଣଙ୍କ ଓ ପ୍ରଭୁ ରାମ ଜନକ ରାଜଧାନୀ ମିଥିଳା ଭ୍ରମଣ କରି ଧନୁଷଯଜ୍ଞରେ ଭାଗ ନେଇଥିଲେ। ଯେଉଁଠାରେ ଭଗବାନ ଶଙ୍କରଙ୍କ ପ୍ରଦନ୍ନ ଦିବ୍ୟ ଧନୁ ରହିଥିଲା । ତାକୁ ଯିଏ ଭାଙ୍ଗିବ ସେ ଜନକଙ୍କ କନ୍ୟା ସୀତାଙ୍କୁ ବିବାହ କରିବେ ବୋଲି ଏକ ବଡ଼ ସୋୟମ୍ବର ଡକାଯାଇଥିଲା । ଏହି ସଭାରେ ଅକେ ରାଜ୍ୟର ଶାସକମାନେ ଭାଗ ନେଇଥିଲେ । କିନ୍ତୁ କେହି ସେହି ଧନୁ ଭାଙ୍ଗିବାରେ ସଫଳ ହୋଇନଥିଲେ । ପ୍ରଭୁ ରାମ କିନ୍ତୁ ଏହି କାମକୁ ଅତି ସହଜରେ ସମ୍ପନ୍ନ କରିଥିଲେ ଯାହାପୂର୍ବକ ରାଜା ଜନକ ମା’ସୀତାଙ୍କ ବିବାହ ପ୍ରଭୁ ରାମଙ୍କ ସହ ସମ୍ପନ୍ନ କରାଇଥିଲେ। ସେଠାରେ ଏକସଙ୍ଗେ ଜନକଙ୍କ ଚାରି ଝିଅଙ୍କ ବିବାହ ରାମ ଓ ତାଙ୍କ ଭାଇଙ୍କ ସହ ସମ୍ପନ୍ନ ହୋଇଥିଲା । ତେବେ କିଛିଦିନ ପରେ ପିତୃସତ୍ୟ ପାଳିବା ପାଇଁ ପ୍ରଭୁ ରାମ, ମା’ସୀତା ଓ ଲକ୍ଷ୍ମଣ ବନବାସ ଗମନ କରିଥିଲେ । ବନବାସ ସରିବା ପରେ ଅଯୋଧ୍ୟାରେ ରାମଚନ୍ଦ୍ରଙ୍କର ଶାସନ ଚାଲିଥିଲା, ଏହି ରାମରାଜ୍ୟ ସମସ୍ତଙ୍କର ଆଦର୍ଶ ଥିଲା। ରାମ ନବମୀକୁ ରାମଙ୍କ ଜନ୍ମଦିନ ମାନି ହିନ୍ଦୁଧର୍ମାବଲମ୍ବୀମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହିଦିନ ମନ୍ଦିରରେ ପୂଜାର ଆୟୋଜନ ହୋଇଥାଏ । ବିଭିନ୍ନ ରାମ ମନ୍ଦିରରେ ଖୁବ ଆଡମ୍ବର ପୂର୍ଣ୍ଣ ଭାବେ ରାମ ନବମୀ ପାଳନ ହୋଇଥାଏ । ବିଭିନ୍ନ ସ୍ଥାନରେ ରାମଲିଳୀର ଆୟୋଜନ ମଧ୍ୟ କରାଯାଇଥାଏ । ଯେଉଁଠାରେ ରାମଙ୍କର ଜୀବନୀକୁ ଲୋକଙ୍କ ପାଖରେ ନାଟକ ଆକାରରେ ପ୍ରସ୍ତୁତ କରାଯାଇଥାଏ ।




