ଆଜି ଧନ୍ଵନ୍ତରୀ ତ୍ରୟୋଦଶୀ ‘ଧନ ଧନତେରସ୍’
ଆଜି ହେଉଛି ଦେବ ଚିକିତ୍ସକ ଆୟୁର୍ବେଦର ଜନକ ଧନ୍ଵନ୍ତରୀଙ୍କ ଜୟନ୍ତୀ I ଏହା କାଳୀପୁଜାର ୩ ଦିନ ପୂର୍ବରୁ ତଥା କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ I ଦୀପାବଳି ପର୍ବଟି ଏହି ଧନଦା ତ୍ରୟୋଦଶୀ (ଧନତେରାସ)ଠାରୁ ଆରମ୍ଭ ହୁଏ। ଏହି ଦିନ ଯମଦେବ,କୁବେର ଓ ଧନନ୍ତ୍ବରୀଙ୍କ ପୂଜା କରାଯାଏ I ଦୀପାବଳି ସହିତ ଜଡିତ ପାଞ୍ଚଟିପର୍ବ ମଧ୍ୟରୁ ଧନତେରସ ଉତ୍ସବ ଅନ୍ୟତମ । ଏହି ପବିତ୍ର ତିଥିରେ କିଣାକିଣି ଓ ଦାନ-ପୁଣ୍ୟ କରିବା ଶୁଭ […]
ଆଜି ହେଉଛି ଦେବ ଚିକିତ୍ସକ ଆୟୁର୍ବେଦର ଜନକ ଧନ୍ଵନ୍ତରୀଙ୍କ ଜୟନ୍ତୀ I ଏହା କାଳୀପୁଜାର ୩ ଦିନ ପୂର୍ବରୁ ତଥା କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ I ଦୀପାବଳି ପର୍ବଟି ଏହି ଧନଦା ତ୍ରୟୋଦଶୀ (ଧନତେରାସ)ଠାରୁ ଆରମ୍ଭ ହୁଏ। ଏହି ଦିନ ଯମଦେବ,କୁବେର ଓ ଧନନ୍ତ୍ବରୀଙ୍କ ପୂଜା କରାଯାଏ I ଦୀପାବଳି ସହିତ ଜଡିତ ପାଞ୍ଚଟିପର୍ବ ମଧ୍ୟରୁ ଧନତେରସ ଉତ୍ସବ ଅନ୍ୟତମ ।
ଏହି ପବିତ୍ର ତିଥିରେ କିଣାକିଣି ଓ ଦାନ-ପୁଣ୍ୟ କରିବା ଶୁଭ ବୋଲି ବିଶ୍ୱାସ କରାଯାଏ । ପୌରାଣିକ ଆଖ୍ୟାନ ଅନୁସାରେ ଏ ଶୁଭଦିନ ଆୟୁର୍ବେଦ ଚିକିତ୍ସା ପଦ୍ଧତିର ଜନକ ଧନ୍ୱନ୍ତରୀ ସମୁଦ୍ର ମନ୍ଥନରୁ ପ୍ରକଟ ହୋଇଥିଲେ । ପ୍ରକଟିତ ହେବା ସମୟରେ ତାଙ୍କ ହସ୍ତରେ ଅମୃତଭରା କଳସୀ ଥିଲା । ଏଥିପାଇଁ ଏଦିନ ବାସନକୁସନ କ୍ରୟ କରାଯାଏ । ପୁନଶ୍ଚ ହିନ୍ଦୁ ପରମ୍ପରା ଅନୁସାରେ ଧନସଂପଦର ଦେବୀ ମାତା ଲକ୍ଷ୍ମୀ ଧନତେରସ ଦିନ ସମୁଦ୍ର ମନ୍ଥନ ସମୟରେ ଆବିର୍ଭୁତା ହୋଇଥିଲେ । ସେଥିପାଇଁ ଏହି ଶୁଭଦିନ ସ୍ୱର୍ଣ୍ଣ ରୌପ୍ୟ ଗୃହକୁ ଅଣାଯାଇ ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଏ । ଘର ପରିବାରରେ ସୁଖଶାନ୍ତି, ସମୃଦ୍ଧି ବିରାଜମାନ କରେ ଏବଂ ସୌଭାଗ୍ୟ ଘରକୁ ଫେରିଆସେ । ସୁନା କ୍ରୟ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଘରୁ ଦୂର ନହୋଇଥାଏ । ତେଣୁ ସୁନା ଦୋକାନ ଗୁଡିକରେ ଅସମ୍ଭବ ଭିଡ଼ ହେଉଥିବା ଦେଖାଯାଏ I




