ଟିପ୍ସ
_ ଅତ୍ୟଧିକ ଗରମ କିମ୍ବା ଖରାର ସଂସ୍ପର୍ଶରେ ଆସିବାଠାରୁ ଦୂରେଇ ରୁହନ୍ତୁ ।
_ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଏବଂ ଅନ୍ୟାନ୍ୟ ତରଳ ପଦାର୍ଥ ଯେପରିକି ଓଆରଏସ୍ , ଘରେ ପ୍ରସ୍ତୁତ ପାନୀୟ ଯେପରିକି ଲସି, ତୋରାଣୀ, ଲେମ୍ବୁ ପାଣି, ଘୋଳ ଦହି ଇତ୍ୟାଦି ପିଅନ୍ତୁ ।
_ ଢିଲା ପୋଷାକ ପିନ୍ଧନ୍ତୁ ଏବଂ ଚଷମା, ଟୋପି, ଛତା ଇତ୍ୟାଦି ବ୍ୟବହାର କରି ନିଜକୁ ସୂର୍ଯ୍ୟକିରଣରୁ ରକ୍ଷା କରନ୍ତୁ ।
_ ଅତ୍ୟଧିକ ଗରମ ସମୟରେ ଶିଶୁ , ବୃଦ୍ଧ ଓ ରୋଗୀଙ୍କ ଭଳି ସମ୍ବେଦନଶୀଳ ଲୋକଙ୍କୁ ଖରାରୁ ଦୂରେଇ ରଖନ୍ତୁ ।
_ ବାହାରେ ତାପମାତ୍ରା ଅଧିକ ଥିବା ସମୟରେ କଠିନ ପରିଶ୍ରମ ଜନିତ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ।
_ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରେ କାମ କରିବାଠାରୁ ଦୂରେଇ ରୁହନ୍ତୁ ।
_ ଯାତ୍ରା ସମୟରେ ନିଜ ସହିତ ସର୍ବଦା ପାଣି ବୋତଲ ରଖନ୍ତୁ ଏବଂ ଚା’, କଫି ତଥା ଗ୍ୟାସ୍ ଯୁକ୍ତ କୋଲ୍ଡ ଡ୍ରିଙ୍କସ୍ଠାରୁ ଦୂରେଇ ରୁହନ୍ତୁ । କାରଣ ଏଗୁଡ଼ିକ ଶରୀରରେ ଜଳାଭାବ ସୃଷ୍ଟି କରନ୍ତି। ଏହା ସହିତ ଅଧିକ ପ୍ରୋଟିନ୍ ଯୁକ୍ତ ଏବଂ ବାସି ଖାଦ୍ୟ ଖାଆନ୍ତୁ ନାହିଁ ।
_ ଯଦି ଆପଣ ମୂର୍ଚ୍ଛା ହେବା ଭଳି ଅନୁଭବ କରୁଛନ୍ତି କିମ୍ବା ଅସହଜ ମନେ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
_ ଯଦି ଆପଣଙ୍କଠାରେ ମୁଣ୍ଡ ବୁଲାଇବା, ଦୁର୍ବଳତା, ଆଶଙ୍କା, ପ୍ରବଳ ଶୋଷ ଏବଂ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଏ, ତେବେ ଯଥାଶୀଘ୍ର କୌଣସି ଥଣ୍ଡା ସ୍ଥାନକୁ ଚାଲିଯାଆନ୍ତୁ ଏବଂ ଶରୀରର ତାପମାତ୍ରା ମାପନ୍ତୁ ଓ ସହାୟତା ଲୋଡ଼ନ୍ତୁ ।
_ ପ୍ରବଳ ଗରମ ପାଣିପାଗରେ ଦୀର୍ଘ ସମୟ ପରିଶ୍ରମ କରିବା ପରେ ଯଦି ମାଂସପେଶୀରେ ଯନ୍ତ୍ରଣାଦାୟକ ଟାଣିବା (ବିଶେଷ କରି ଗୋଡ଼, ହାତ କିମ୍ବା ପେଟରେ କ୍ରାମ୍ପସ୍) ଅନୁଭୂତ ହୁଏ, ତେବେ ତୁରନ୍ତ ଏକ ଥଣ୍ଡା ସ୍ଥାନରେ ବିଶ୍ରାମ ନିଅନ୍ତୁ । ଇଲେକ୍ଟ୍ରୋଲାଇଟ୍ ଯୁକ୍ତ ଓଆରଏସ୍ ପାନୀୟ ପିଅନ୍ତୁ । ଯଦି ଏହି ଗ୍ରୀଷ୍ମ ଜନିତ କ୍ରାମ୍ପସ୍ ଏକ ଘଣ୍ଟାରୁ ଅଧିକ ସମୟ ରହେ, ତେବେ ଚିକିତ୍ସା ସହାୟତା ଆବଶ୍ୟକ ।
_ ଯଦି ଶରୀରର ଚର୍ମ ଅତ୍ୟଧିକ ଗରମ ଓ ଶୁଷ୍କ ଦେଖାଯାଏ ଏବଂ ମତିଭ୍ରମ , ବାତ କିମ୍ବା ଅଚେତ ହୋଇଯିବା ଭଳି ଅସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଏ, ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଖାନା ନିଅନ୍ତୁ ।



