ବାସ୍ତୁ ଦୋଷ ପାଇଁ ଟିପ୍ସ
ବାସ୍ତୁ ଦୋଷ କାରଣରୁ ଘରର ଖୁସି ତଥା ସୁଖ ଓ ସମୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ । ଯଦି କୌଣସି ଘରେ ବାସ୍ତୁ ଦୋଷ ଥାଏ ତେବେ ମନୁଷ୍ୟଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯାହାଫଳରେ ପାରିବାରିକ କଳହ, ଆର୍ଥିକ ଅନାଟନ, ମାନସିକ ଦୁଶ୍ଚିନ୍ତା ସମେତ ବାଦ ବିବାଦ ଇତ୍ୟାଦି ଲାଗିରହିଥାଏ । ଏହାସହ ପରିବାର ସଦସ୍ୟଙ୍କ ଆର୍ଥିକ ଉନ୍ନତି ମଧ୍ୟ ଠପ୍ ହୋଇଯାଏ । ଯଦି କୌଣସି ବ୍ୟକ୍ତିଙ୍କ ଘରେ ବାସ୍ତୁଦୋଷ […]
ବାସ୍ତୁ ଦୋଷ କାରଣରୁ ଘରର ଖୁସି ତଥା ସୁଖ ଓ ସମୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ । ଯଦି କୌଣସି ଘରେ ବାସ୍ତୁ ଦୋଷ ଥାଏ ତେବେ ମନୁଷ୍ୟଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯାହାଫଳରେ ପାରିବାରିକ କଳହ, ଆର୍ଥିକ ଅନାଟନ, ମାନସିକ ଦୁଶ୍ଚିନ୍ତା ସମେତ ବାଦ ବିବାଦ ଇତ୍ୟାଦି ଲାଗିରହିଥାଏ । ଏହାସହ ପରିବାର ସଦସ୍ୟଙ୍କ ଆର୍ଥିକ ଉନ୍ନତି ମଧ୍ୟ ଠପ୍ ହୋଇଯାଏ । ଯଦି କୌଣସି ବ୍ୟକ୍ତିଙ୍କ ଘରେ ବାସ୍ତୁଦୋଷ ରହୁଛି ତେବେ ଏଥିରୁ ମୁକୁଳାଇବା ପାଇଁ କିଛିଟା ଉପାୟ ଆପଣାଇବାକୁ ପଡ଼ିବ ।
– ପ୍ରଥମତଃ, ଘରର ପରିସ୍କାର ପରିଛନତା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ହେବ । କାହିଁକି ନା ଘରେ ଥିବା ଅଳିଆ ଆବର୍ଜନା ବିଭିନ୍ନ ପ୍ରକାର ସମସ୍ୟାର କାରଣ ପାଲଟିପାରେ । ତେଣୁ ଘରର ସଫେଇ ପ୍ରତି ଅଧିକ ଦୃଷ୍ଟି ଦେବା ଉଚିତ୍ । ଲୋକବିଶ୍ୱାସ ରହିଛି ଯେ ମା’ ଲକ୍ଷ୍ମୀ ସର୍ବଦା ସ୍ୱଚ୍ଛ ଓ ସୁନ୍ଦର ଘରେ ବାସ କରନ୍ତି । ଘରେ ମା’ ଲକ୍ଷ୍ମୀ ରହିବା କାରଣରୁ ବାସ୍ତୁ ଦୋଷର ପ୍ରଭାବ ଦୂର ହୋଇଥାଏ । ତେଣୁ ଘରର ପ୍ରତିଟି ଦ୍ୱାର ସହିତ ଝରକାକୁ ନିୟମିତ ବ୍ୟବଧାନରେ ସଫାସଫି କରିବା ଉଚିତ୍ ।
– ଜ୍ୟୋତିଷଙ୍କ ମତରେ ଘରେ ଗଛ ଲଗାଇଲେ ବି ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ରରେ ଏଭଳି ଅନେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକତା ଦୂର ହୋଇଥାଏ । ତେଣୁ ଘରେ ତୁଳସୀ, ଲିମ୍ବ, ମନିପ୍ଲାଣ୍ଟ୍, ବେଲ ଆଦି ଗଛ ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।
– ଘରେ ଝୁଲଣା ଲଗାଇବାକୁ ମଧ୍ୟ ଶୁଭ ମନେ କରାଯାଏ । ଏହାଦ୍ୱାରା ବାସ୍ତୁଦୋଷର ପ୍ରଭାବ ହ୍ରାସ ପାଏ । ବାସ୍ତୁଶାସ୍ତ୍ର ମୁତାବକ ଝୁଲଣାର ଉପଯୋଗ କରିବା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତିର ବିଲୋପ ଘଟିଥାଏ । ତେଣୁ ଘରର ଉତ୍ତର ପାଶ୍ୱର୍ରେ ଏହାକୁ ଲଗାଇବା ଦ୍ୱାରା ଅଧିକ ଶୁଭ ହୋଇଥାଏ ।
– ନିୟମିତ ରୂପେ ବିଧିବିଧାନ ପୂର୍ବକ ପୂଜା କରିବା ସମୟରେ ଘଣ୍ଟି ବଜାଇବା ବହୁତ ଶୁଭ ହୋଇଥାଏ । କୁହାଯାଏ ଯେ ଦେବୀଦେବତାମାନଙ୍କ ପୂଜା ସମୟରେ ଘଣ୍ଟି ବଜାଇବା ଦ୍ୱାରା ଘରେ ଥିବା ବାସ୍ତୁଦୋଷର ପ୍ରଭାବ ସେତେଟା ରୁହେନାହିଁ । ଏହାସହ ଘରେ ନକରାତ୍ମକତା ଦୂର ହୋଇଥାଏ ଏବଂ ସର୍ବଦା ସକରାତ୍ମକ ଊର୍ଜା ରୁହେ ।
– ହିନ୍ଦୁ ଧର୍ମରେ ଶଙ୍ଖଧ୍ୱନୀକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ଯେକୌଣସି ପୂଜା ହେଉ ନା କାହିଁକି, ପ୍ରଥମେ ଶଙ୍ଖରୁ ହିଁ ତାହା ଆରମ୍ଭ ହୋଇଥାଏ । ତେଣୁ ପ୍ରତ୍ୟହ ପୂଜା ସମୟରେ ଶଙ୍ଖ ବଜାଇବା ଶୁଭ ବୋଲି ଜ୍ୟୋତିଷମାନେ ମତବ୍ୟକ୍ତ କରନ୍ତି । ନିୟମିତ ଶଙ୍ଖ ବଜାଇବା ଦ୍ୱାରା ଘରେ ଥିବା ପାରିବାରିକ କଳହ ତଥା ସମସ୍ତ ବାଦ ବିବାଦ ଓ ଦୁଶ୍ଚିନ୍ତା ଦୂର ହୋଇଥାଏ ।




