ଟ୍ରିପ ପାଇଁ ଟିପ୍ସ

ଟ୍ରିପ ପାଇଁ ଟିପ୍ସ
Ipsita Picture
By: Ipsita
Published On


ଖରାଛୁଟିରେ ଅନେକ ଲୋକ ବୁଲାବୁଲି ପାଇଁ ପ୍ଲାନ୍ କରନ୍ତି, କିନ୍ତୁ ପ୍ରବଳ ଖରା ଓ ବଦଳୁଥିବା ପାଣିପାଗ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ଯଥେଷ୍ଟ ସମ୍ଭାବନା ଥାଏ । ଦିବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଅଂଶୁଘାତ, ଡିହାଇଡ୍ରେସନ୍, ଫୁଡ୍ ପଏଜନିଂ ଏବଂ ଚର୍ମ ରୋଗ ଭଳି ସମସ୍ୟା ସାଧାରଣ ହୋଇଥିବାରୁ ଯାତ୍ରା ସମୟରେ ସତର୍କ ରହିବା ଜରୁରୀ । ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ପାଇଁ ପ୍ରତି ଅଧା ଘଣ୍ଟାରେ ପାଣି ପିଇବା ସହ ଓଆରଏସ୍, ନଡ଼ିଆ ପାଣି କିମ୍ବା ଘୋଳଦହି ସେବନ କରିବା ଉଚିତ ଏବଂ ଶୋଷ ଲାଗିବା ଯାଏଁ ଅପେକ୍ଷା କରିବା ଅନୁଚିତ । ଯାତ୍ରା ସମୟରେ ଖୋଲା ଜାଗାରେ ବିକ୍ରି ହେଉଥିବା ବରଫ ବା ଦୂଷିତ ପାଣି ପିଇବା ଏବଂ ବାସି ଖାଦ୍ୟ ଖାଇବା ଦ୍ୱାରା ଡାଇରିଆ ଓ ପେଟ ଯନ୍ତ୍ରଣା ହୋଇପାରେ । ତେଣୁ ସବୁବେଳେ ସତେଜ ଖାଦ୍ୟ ଓ  ବିଶୁଦ୍ଧ ପାଣି ବ୍ୟବହାର କରିବା ଆବଶ୍ୟକ । ପ୍ରଖର ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ସନ୍‌ସ୍କ୍ରିନ୍, ଟୋପି କିମ୍ବା ଛତା ବ୍ୟବହାର କରିବା ସହ ସୂତା ଓ ଢିଲା ପୋଷାକ ପିନ୍ଧିବା ଆବଶ୍ୟକ । ଏହାବ୍ୟତୀତ, ଅଧିକ ଖରାରେ ବୁଲାବୁଲି ନକରି ସକାଳ କିମ୍ବା ସନ୍ଧ୍ୟା ସମୟରେ ବୁଲିବାକୁ ଯିବା ସୁରକ୍ଷିତ ହୋଇଥାଏ । ଯଦି ଯାତ୍ରା ସମୟରେ ମୁଣ୍ଡ ବୁଲାଇବା, ଦୁର୍ବଳତା କିମ୍ବା ଅସ୍ଥିରତା ଅନୁଭବ ହୁଏ, ତେବେ ତୁରନ୍ତ କୌଣସି ଥଣ୍ଡା ସ୍ଥାନକୁ ଯାଇ ବିଶ୍ରାମ ନେବା ସହ ଜରୁରୀକାଳୀନ ଔଷଧ ବାକ୍ସ (ଜ୍ୱର, ବାନ୍ତି ଓ ଆଲର୍ଜି ଔଷଧ) ପାଖରେ ରଖିବା ଉଚିତ । ସେହିଭଳି ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ ଯାହାଦ୍ୱାରା ଆପଣଙ୍କ ଟ୍ରିପ୍ ଆନନ୍ଦଦାୟକ ଓ ନିରାପଦ ରହିପାରିବ ।

Tags: