ଜଣା ପଡିବ ଅଗ୍ନୀ ଉଦ୍‌ଗୀରଣର ସମୟ

ଅନେକ ସମୟରେ ଜ୍ୱାଳାମୁଖୀ ଉଦ୍‌ଗୀରଣ ନେଇ ଜଣା ନପିଡିବାରୁ ମଣିଷ ସମାଜ ପାଇଁ ଏହା ଖୁବ ଭୟଙ୍କର ସାବ୍ୟସ୍ତ ହୋଇଥାଏ । ତେବେ ବର୍ତ୍ତମାନର ସୂଚନା ଅନୁସାରେ ବୈଜ୍ଞାନିକମାନେ କେଉଁ ଜ୍ୱଳାମୁଖୀ କେଉଁ ସମୟରେ ଉଦ୍‌ଗୀରଣ ହେବ ସେନେଇ ଆଗୁଆ ସୂଚନା ଦେଇ ପାରିବେ । ନାସା ଓ ସିମ୍‌ଥସୋନିଆନ୍‌ ଅନୁଷ୍ଠାନ ଭିତରେ ହୋଇଥିବା ମିଳିତ ଗବେଷଣାରେ ଏହି ନୂଆ ତଥ୍ୟ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ଜ୍ୱାଳାମୁଖୀ ପାଖରେ ଥିବା ଗଛ ଗୁଡିକର ପତ୍ରର […]

ଜଣା ପଡିବ ଅଗ୍ନୀ ଉଦ୍‌ଗୀରଣର ସମୟ
Samaya Live Picture
Published On

ଅନେକ ସମୟରେ ଜ୍ୱାଳାମୁଖୀ ଉଦ୍‌ଗୀରଣ ନେଇ ଜଣା ନପିଡିବାରୁ ମଣିଷ ସମାଜ ପାଇଁ ଏହା ଖୁବ ଭୟଙ୍କର ସାବ୍ୟସ୍ତ ହୋଇଥାଏ । ତେବେ ବର୍ତ୍ତମାନର ସୂଚନା ଅନୁସାରେ ବୈଜ୍ଞାନିକମାନେ କେଉଁ ଜ୍ୱଳାମୁଖୀ କେଉଁ ସମୟରେ ଉଦ୍‌ଗୀରଣ ହେବ ସେନେଇ ଆଗୁଆ ସୂଚନା ଦେଇ ପାରିବେ । ନାସା ଓ ସିମ୍‌ଥସୋନିଆନ୍‌ ଅନୁଷ୍ଠାନ ଭିତରେ ହୋଇଥିବା ମିଳିତ ଗବେଷଣାରେ ଏହି ନୂଆ ତଥ୍ୟ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ଜ୍ୱାଳାମୁଖୀ ପାଖରେ ଥିବା ଗଛ ଗୁଡିକର ପତ୍ରର ରଙ୍ଗରୁ ଏନେଇ ଜଣା ପଡିବ । ଅଗ୍ନିଉଦ୍‌ଗୀରଣ ପୂର୍ବରୁ ହେଉଥିବା ରସାୟନିକ ପରିବର୍ତ୍ତନ ପାଖରେ ଥିବା ଗଛ ଗୁଡିକ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ପାଖରେ ଥିବା ଗଛ ଗୁଡିକ ଅତ୍ୟଧୀକ ପରିମାଣର କାର୍ବୋନ ଡାଇଅକ୍ସାଇଡ ଗ୍ରହଣ କରିବାରୁ ଏମାନଙ୍କର ରଙ୍ଗ ଅଧିକ ସବୁଜ ପଡିବାରେ ଲାଗିଥାଏ । ଯେଉଁ ଜ୍ୱାଳାମୁଖୀ ଗୁଡିକୁ ଉପଗ୍ରହର ଦ୍ୱାରା ଉତ୍ତୋଳନ ହେଉଥିବା ଚିତ୍ର ସାହାଯ୍ୟରେ ସମୀକ୍ଷା କରି ହେବନାହିଁ ସେଗୁଡିକ ପାଇଁ ଏହି ଉପାୟ ଖୁବ ଉପଯୋଗୀ ସାବ୍ୟସ୍ତ ହେବ ।

Tags: