କୁକୁର ପୂଜା ପାଇଁ ଲକ୍ଷାଧୀକ ଭିଡ !

କୁକୁର ପୂଜା ପାଇଁ ଲକ୍ଷାଧୀକ ଭିଡ !
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ରୋବଟ ଘୋଡା

ଉତ୍ତର ପ୍ରଦେଶର ବିଜନୌରରେ ଗୋଟିଏ କୁକୁର ଚାରି ଦିନ ଧରି ମନ୍ଦିରରେ ଦେବଦେବୀଙ୍କ ପରିକ୍ରମା କରୁଛି । ଯାହାକୁ ଦେଖିବାପାଇଁ ଲୋକଙ୍କ ଭିଡ ମନ୍ଦିରରେ ଲାଗିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ ହଜାର ଲୋକ ଉକ୍ତ କୁକୁରକୁ ଦେଖିବାକୁ ଆସିସାରିଲେଣି । ଏପରିକି ଶ୍ରଦ୍ଧାଳୁମାନେ କୁକୁରକୁ ମୁଣ୍ଡିଆ ମାରିବା ସହିତ ଭୋଗ ମଧ୍ୟ ଅର୍ପଣ କରୁଛନ୍ତି । ଏପରିକି କୁକୁରଟି କିଛି ନଖାଇ ମନ୍ଦିର ଭିତରେ ବୁଲୁଥିବା ଲୋକମାନେ ମତ ଦେଉଛନ୍ତି । ଏପରିକି କୁକୁରଟି ବିନା ରହି ଏହି ପରିକ୍ରମା କରୁଛି । ଲୋକମାନେ ତା ପାଇଁ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଯେପରି ଖାଇବା ଓ ଶୋଇବାର ବ୍ୟବସ୍ଥା କରିଛନ୍ତି ହେଲେ କୁକୁରଟି କେଉଁଥିପାଇଁ ଆଗ୍ରହ ନଦେଖାଇ ପରିକ୍ରମା ଜାରି ରଖିଥିବା ଦେଖିବାକୁ ମିଳିଛି । ଲୋକମାନେ ବର୍ତ୍ତମାନ ଏହାକୁ ଠାକୁରଙ୍କ ଚମ୍ତକାରିତୀ ବୋଲି ତୂଳନା କରୁଛନ୍ତି । ହେଲେ ସୋସିଆଲ ମିଡିଆରେ କୁକୁରର ମାନସିକ ଅବସ୍ଥା ଠିକ ନାହିଁ ତେଣୁ ତୁରନ୍ତୁ ତାକୁ ପଶୁ ଚିକିତ୍ସକଙ୍କର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ମସ୍ତିଷ୍କରେ କିଛି ସଂକ୍ରମଣ କିମ୍ବା ଟ୍ୟୁମର ହେଲେ କୁକୁରଙ୍କର ବ୍ୟବହାରରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଥାଏ ବୋଲି ସୋସିଆଲ ମିଡିଆରେ ପଶୁ ଚିକିତ୍ସକମାନେ ମତ ଦେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର ଠିକ୍‌ ହୋଇନଥିଲା ସ୍ଥାନ

Tags:

Related Posts

ଜଣା ଅଜଣା

ଜଣା ଅଜଣା

ସ୍ଲିପ ସପିଂ

ସ୍ଲିପ ସପିଂ