ତିନି ବର୍ଷରେ ଲେଖିଛନ୍ତି ପୁସ୍ତକ

ତିନି ବର୍ଷରେ ଲେଖିଛନ୍ତି ପୁସ୍ତକ
Ipsita Picture
By: Ipsita
Published On

 

୩ ବର୍ଷରେ କିଛି ପିଲା ବହି ପଢିବାକୁ ସମର୍ଥ ହୋଇ ନଥାଆନ୍ତି, ହେଲେ ଜଣେ ବାଳକ ମାତ୍ର ୩ ବର୍ଷରେ ଏକ ପୁସ୍ତକ ଛାପି ଗିନିଜ ରେକର୍ଡରେ ସ୍ଥାନିତ ହୋଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ୩ ବର୍ଷୀୟ ଆଦବ୍ୟ ଜୈନ୍ 'ଡିନୋ ଲର୍ଣ୍ଣସ୍ ନଟ୍‌ ଟୁ ୱେଷ୍ଟ୍ ଫୁଡ୍' ନାମକ ଏକ ପୁସ୍ତକ ପ୍ରକାଶ କରି ଗିନିଜ୍ ୱାର୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ପିଲାମାନଙ୍କୁ ଖାଦ୍ୟ ନଷ୍ଟ ନକରିବା ଏବଂ ପୌଷ୍ଟିକ ଖାଦ୍ୟ ଖାଇବାକୁ ପ୍ରେରଣା ଦେଉଥିବା ଏହି ପୁସ୍ତକ ରଚନା ପାଇଁ ତାଙ୍କୁ ସବୁଠାରୁ କମ ବୟସର ପୁରୁଷ ଲେଖକ ଭାବରେ ସ୍ୱୀକୃତି ମିଳିଛି । ୧୨ ବର୍ଷ ବୟସରେ ଲେଖିକା ଏବଂ ଚିତ୍ରକର ହୋଇଥିବା ତାଙ୍କ ବଡ଼ ଭଉଣୀ ଅଭ୍ୟାଙ୍କଠାରୁ ପ୍ରେରଣା ନେଇ ସେ ଏହା କରିଥିବା ତାଙ୍କ ଅଭିଭାବକ ପ୍ରକାଶ କରିଛନ୍ତି । ବାଳକଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା ମିଳିବାରେ ଲାଗିଛି ।

Tags: