ଏହି ଦେଶ ଗୁଡିକ ଖ୍ରୀଷ୍ଟମାସ କୁ ଏକ ନିଆରା ଢଙ୍ଗରେ ପାଳନ କରନ୍ତି

ପ୍ରତିବର୍ଷ ୨୫ ଡିସେମ୍ବରକୁ ଖ୍ରୀଷ୍ଟମାସ ଭାବରେ ପାଳନ କରାଯାଏ I ଏହି ଦିନ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିଲା । ସାରା ବିଶ୍ୱର ଅନେକ ଦେଶ ଖ୍ରୀଷ୍ଟମାସ ପାଳନ କରନ୍ତି, କିନ୍ତୁ ପ୍ରତ୍ୟେକ ଦେଶ ନିଜର ପରମ୍ପରା ଅନୁସାରେ ଖ୍ରୀଷ୍ଟମାସ ଦିବସ ପାଳନ କରିଥାନ୍ତି I ଲୋକମାନେ ଏହିଦିନ ଘରେ ପାର୍ଟୀ ମାନିଥାନ୍ତି କିମ୍ବା କୌଣସି ସ୍ଥାନକୁ ଯାତ୍ରାରେ ଯାଇଥାନ୍ତି I ସେହିପରି କିଛି ଲୋକ ଚର୍ଚ୍ଚରେ ପ୍ରାର୍ଥନା କରିବା ସହିତ ପରିବାର ସହିତ ସମୟ ବିତାନ୍ତି […]

Samaya Live Picture
Published On

ପ୍ରତିବର୍ଷ ୨୫ ଡିସେମ୍ବରକୁ ଖ୍ରୀଷ୍ଟମାସ ଭାବରେ ପାଳନ କରାଯାଏ I ଏହି ଦିନ ପ୍ରଭୁ ଯୀଶୁଙ୍କର ଜନ୍ମ ହୋଇଥିଲା । ସାରା ବିଶ୍ୱର ଅନେକ ଦେଶ ଖ୍ରୀଷ୍ଟମାସ ପାଳନ କରନ୍ତି, କିନ୍ତୁ ପ୍ରତ୍ୟେକ ଦେଶ ନିଜର ପରମ୍ପରା ଅନୁସାରେ ଖ୍ରୀଷ୍ଟମାସ ଦିବସ ପାଳନ କରିଥାନ୍ତି I ଲୋକମାନେ ଏହିଦିନ ଘରେ ପାର୍ଟୀ ମାନିଥାନ୍ତି କିମ୍ବା କୌଣସି ସ୍ଥାନକୁ ଯାତ୍ରାରେ ଯାଇଥାନ୍ତି I ସେହିପରି କିଛି ଲୋକ ଚର୍ଚ୍ଚରେ ପ୍ରାର୍ଥନା କରିବା ସହିତ ପରିବାର ସହିତ ସମୟ ବିତାନ୍ତି I କିନ୍ତୁ ବିଭିନ୍ନ ଦେଶରେ ଖ୍ରୀଷ୍ଟମାସ ପାଳନ ପାଇଁ ଭିନ୍ନ କାରଣ ଏବଂ ଭିନ୍ନ ବିଶ୍ୱାସ ଅଛି I ସେହିପରି ଏହିଦିନ ରୋମରେ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ ଭାବରେ ପାଳନ କରାଯାଇ ସୂର୍ଯ୍ୟପୂଜା କରିବାର ପରମ୍ପରା ରହିଛି I ପରେ

ଖ୍ରୀଷ୍ଟିଆନ ସମ୍ପ୍ରଦାୟୀ ମାନେ ଏହିଦିନକୁ ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କ ଜନ୍ମଦିନ ଭାବରେ ପାଳନ କରୁଥିଲେ ଇସେହିପରି ବିଶ୍ୱର ଏପରି ୧୦ ଟି ଦେଶ ରହିଛି, ଯେଉଁଠାରେ ଖ୍ରୀଷ୍ଟମାସ ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଏ I

ସ୍ଲୋଭାକିଆ : ଅନେକ ଦେଶରେ ଏହିଦିନ ମିଠା କେକ ତିଆରି କରି ଖିଆ ଯାଇଥାଏ I ସେହିପରି ସ୍ଲୋଭାକିଆରେ ଏହିଦିନ ମିଠା ହାଲୁଆ ତିଆରି କରାଯାଏ I ଏହି ହାଲୁଆକୁ ଲକ୍ସI କୁହାଯାଏ I ହଳୁଆ ତିଆରିପରେ ପ୍ରଥମେ ଘରର ଗୁରୁଜନ ବ୍ୟକ୍ତି ଏଥିରୁ କିଛି ନେଇ ଛାତରେ ଦେଇ ଆସିଥାନ୍ତି ଇ ପରେ ପରିବାର ସଦସ୍ୟମାନେ ଏହାକୁ ଖାଇଥାନ୍ତି I

ଆର୍ଜେଣ୍ଟିନା : ଆର୍ଜେଣ୍ଟିନାରେ ଖ୍ରୀଷ୍ଟମାସ ପାଳନ କରିବାର ଏକ ବିଶେଷ ପରମ୍ପରା ରହିଛି I ଏଠାରେ ସନ୍ଧ୍ୟା ସମୟରେ କାଗଜରେ ଲଣ୍ଠନ ଭଳି ଆକାଶଦୀପ ତିଆରି କରାଯାଏ ଏବଂ ସେଗୁଡ଼ିକରେ ନିଆଁ ଲଗାଇ ଆକାଶକୁ ଛାଡ ଯାଇଥାଏ I ଏହା ପାରାଚ୍ୟୁଟ୍ ବେଲୁନ୍ ପରି ଦେଖାଯାଏ , ବର୍ତ୍ତମାନ ଏହାକୁ ଦିୱାଲୀ ଅବସରରେ ଭାରତରେ ବ୍ୟବହୃତ କରାଯାଉଛି I ରାତିରେ ଜଳିଲେ ଏହା କାଗଜ ଲଣ୍ଠନ ଭଳି ଆକର୍ଷଣୀୟ ଦେଖାଯାଏ I

ଗ୍ରୀସ : ଖ୍ରୀଷ୍ଟମାସ ବିଷୟରେ ଏଠାରେ ଏକ ପରମ୍ପରା ପାଳନ କରାଯାଏ I ଗ୍ରୀକ ବାସୀ ବିଶ୍ୱାସ କରନ୍ତି ଯେ କାଲିକାନଜାରୋଇ ନାମକ ଏକ ଦୁଷ୍ଟ ଗୋବଲିନ୍ ରହିଛି , ଯିଏକି ସର୍ବଦା ଭୂ-ତଳେ ରହିଥାଏ , ଖ୍ରୀଷ୍ଟମାସ ଠାରୁ ଅର୍ଥାତ ୨୫ ଡିସେମ୍ବର ରୁ ୬ ଜାନୁୟାରୀ ପର୍ଯ୍ୟନ୍ତ ସେହି ଦୁଷ୍ଟ ଗୋବଲିନ ତା’ର ସ୍ଵଜାତିଙ୍କ ସହିତ ୧୨ ଦିନ ଧରି ପୃଥିବୀ ଉପରେ ଉତ୍ପାତ କରିବାକୁ ଆସନ୍ତି I ତେଣୁ ଏଥିରୁ ରକ୍ଷା ପାଇବାପାଇଁ ଏହି ଦିନ, ଲୋକମାନେ କ୍ରୁଶ ଏବଂ ପବିତ୍ର ବାସିଲକୁ ପାଣିରେ ଧୋଇ ପବିତ୍ର କରି ସେହି ପାଣିକୁ ଆଣି ଘରେ ଓ ପ୍ରତ୍ୟକ ଦୁଆର ମୁହଁରେ ଛିଞ୍ଚି ଥାନ୍ତି I

ଭେନେଜୁଏଲା : ଭେନେଜୁଏଲା ବାସୀ ଅନ୍ୟ ଏକ ଖାସ ଉପାୟରେ ଖ୍ରୀଷ୍ଟମାସ ପାଳନ କରନ୍ତି I ଦେଶର ରାଜଧାନୀ କାରାକାସରେ ଲୋକମାନେ ରୋଲର ସ୍କେଟ କରି ଚର୍ଚ୍ଚକୁ ଯାଆନ୍ତି I ଖ୍ରୀଷ୍ଟମାସ ଦିନ ଲୋକମାନେ ସ୍କେଟିଂ କରିଯାଉଥିବାରୁ ଏହିଦିନ ରାସ୍ତା ଘାଟ ଖାଲି ରହିଥାଏ I

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆର ଖ୍ରୀଷ୍ଟମାସ ପାଳନର ପରମ୍ପରା ଆଉଟିକେ ନିଆରା I ସମସ୍ତ ଦେଶରେ ଖ୍ରୀଷ୍ଟମାସ ପାଳନ ଡିସେମ୍ବର ୨୫ ଶୀତ ଋତୁରେ ହୋଇଥାଏ,କିନ୍ତୁ ଅଷ୍ଟ୍ରେଲିଆ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଖ୍ରୀଷ୍ଟମାସ ଗ୍ରୀଷ୍ମ ରୂତୁରେ ପାଳନ କରାଯାଏ I ଗ୍ରୀଷ୍ମ ଋତୁ ଥିବାରୁ ସାଣ୍ଟା ପାରମ୍ପାରିକ ଲାଲ ପଶମ ପୋଷାକ ପିନ୍ଧିବା ବଦଳରେ ୬ଟି କଙ୍ଗାରୁରେ ବସି ଆସନ୍ତି
I

ନରୱେ : ନରୱେରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସମଗ୍ର ଇଲାକାକୁ ସାଣ୍ଟା କ୍ଲଜ୍ ରଙ୍ଗରେ ରଙ୍ଗୀନ କରାଯାଏ Iଏହାପରେ ସାଣ୍ଟା ପରି ଛୋଟ ଛୋଟ କଣ୍ଢେଇକୁ ସଜାଇ ରଖାଯାଏ I ଏହି କଣ୍ଢେଇ ଗୁଡିକୁ ନିଶେ କୁହାଯାଏ I ଏଥି ସହିତ ନରୱେରେ ସବୁଠାରୁ ବଡ ଖ୍ରୀଷ୍ଟମାସ ଗଛ ତିଆରିକରି ତାହାକୁ ଟ୍ରାଫାଲଗଡ ସ୍କୋୟାରରେ ସୁସଜ୍ଜିତ କରି ରଖାଯାଏ I

ଅଷ୍ଟ୍ରିଆ : ଡିସେମ୍ବର ୨୫ ରେ ମୁଖ୍ୟ ଆକର୍ଷଣ ହେଉଛି ଖ୍ରୀଷ୍ଟମାସ ଗଛ I ଖ୍ରୀଷ୍ଟମାସ ଗଛକୁ ରଙ୍ଗ ବେରଂଗ ଲାଇଟ ଲଗାଇ ସଜା ଯାଇଥାଏ I କିନ୍ତୁ ଅଷ୍ଟ୍ରିଆରେ ସୁନେଲି ରଙ୍କର ଲମ୍ବା ବାଳ ଥିବା ବାଳକମାନେ ଖ୍ରୀଷ୍ଟମାସ ଗଛକୁ ସଜାନ୍ତି I ଏହି ସୁବର୍ଣ୍ଣ କେଶ ଥିବା ବାଳକମାନଙ୍କୁ ଖ୍ରାଇଷ୍ଟ କାଇଣ୍ଡ (ଖ୍ରୀଷ୍ଟ ଦୟା) କୁହାଯାଏ | ଅଷ୍ଟ୍ରିୟ ମାନେ ବିଶ୍ୱାସ କରନ୍ତି ଯେ ଏହି ପିଲାମାନେ ନବଜାତ ଯୀଶୁଙ୍କ ପ୍ରତୀକ ଇ କାରଣ ପ୍ରଭୁ ଯୀଶୁ ଭୂମିଷ୍ଠ ହେବ ବେଳକୁ ତାଙ୍କ ମୁଣ୍ଡ ବାଳର ରଙ୍ଗ ଥିଲା ସୁନେଲି ରଙ୍ଗ I ଏହା ବାଦ ଏଠାକାର ଲୋକମାନେ କ୍ରମ୍ପସ୍ ନାମକ ଖ୍ରୀଷ୍ଟମାସ ରାକ୍ଷସ ରହିଥିବା କଥା ବିଶ୍ୱାସ କରନ୍ତି ଏବଂ ସେମାନେ ବିଶେଷକରି ଦୁଷ୍ଟ ପିଲାମାନଙ୍କୁ କ୍ଷତି ପହଞ୍ଚାଇ ଥାନ୍ତି I

ସୁଇଜରଲାଣ୍ଡ : ଖ୍ରୀଷ୍ଟମାସରେ ଆପଣ ନିଶ୍ଚୟପାର୍ଟି ମନାଉଥିବା ଲୋକମାନଙ୍କୁ ଦେଖିଥିବେ, କିନ୍ତୁ ଆପଣ ଜାଣନ୍ତି କି ଖ୍ରୀଷ୍ଟମାସ ଦିନ ସ୍ୱିଜରଲ୍ୟାଣ୍ଡରେ ଏକ ନିଆରା ଶୋଭାଯାତ୍ରା କରାଯାଇଥାଏ I ଏହି ଦିନ ଲୋକମାନେ କାଓ ବେଲ ପିନ୍ଧି, ଘଣ୍ଟି ଶବ୍ଦ କରି ବିରାଟ ଶୋଭାଯାତ୍ରା ବାହାର କରନ୍ତି I ସେଠାରେ ବିଶ୍ୱାସ କରାଯାଏ ଯେ ଏହି ଘଣ୍ଟି ଶବ୍ଦ ଦ୍ୱାରା ମନ୍ଦ ଆତ୍ମା ​​ବା ନକାତ୍ମକ ଶକ୍ତି ଦୂରେଇ ଯାଏ I