ପେଟରୁ ବାହାରିଲା ଥର୍ମୋମିଟର

ପେଟରୁ ବାହାରିଲା ଥର୍ମୋମିଟର
Ipsita Picture
By: Ipsita
Published On

 

ଚୀନରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ପ୍ରାୟ ୨୦ ବର୍ଷ ପରେ ଏକ ଥର୍ମୋମିଟର ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଚୀନର ୱେନଜୋଉ ସହରରେ ରହୁଥିବା ୱାଙ୍ଗ ନାମକ ଜଣେ ବ୍ୟକ୍ତି କ୍ରମାଗତ ପେଟ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ଯେତେବେଳେ ତାଙ୍କ ପେଟର ସ୍କାନିଂ କରିଥିଲେ, ସେତେବେଳେ ତାଙ୍କ କ୍ଷୁଦ୍ର ଅନ୍ତ୍ରର ପ୍ରାରମ୍ଭିକ ଭାଗରେ  ଏକ ଅଜବ ବସ୍ତୁ ଲାଗି ରହିଥିବା ଦେଖିବାକୁ ପାଇଥିଲେ । ପରେ ଜଣାପଡିଥିଲା ଯେ ଏହା ଏକ ପାରଦ ଥର୍ମୋମିଟର, ଯାହା ଅନ୍ତ୍ରର କାନ୍ଥକୁ ଚାପି ରଖିଥିବାରୁ ଯନ୍ତ୍ରଣା ହେଉଥିଲା । ୱାଙ୍ଗ ପ୍ରକାଶ କରିଛନ୍ତି ଯେ, ସେ ଯେତେବେଳେ ମାତ୍ର ୧୨ ବର୍ଷର ହୋଇଥିଲେ, ଭୁଲବଶତଃ ସେ ଏହି ଥର୍ମୋମିଟରଟିକୁ ଗିଳି ଦେଇଥିଲେ, କିନ୍ତୁ ଭୟରେ ସେ ନିଜ ପରିବାର ଲୋକଙ୍କୁ ଏ ବିଷୟରେ କିଛି ଜଣାଇନଥିଲେ । ଦୀର୍ଘ ୨୦ ବର୍ଷ ଧରି ଏହା ପେଟରେ ରହିବା ପରେ ସେଠାରେ ଗୁରୁତର ସଂକ୍ରମଣ ବା ଅନ୍ତ୍ରରେ ଛିଦ୍ର ହେବାର ଭୟ ରହିଥିଲା । ଶେଷରେ ଡାକ୍ତରମାନେ ଏକ ଅତ୍ୟନ୍ତ ଜଟିଳ ଅପରେସନ୍ ମାଧ୍ୟମରେ ଥର୍ମୋମିଟରଟିକୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ଥର୍ମୋମିଟରଟି ପିତ୍ତ ନଳୀ ନିକଟରେ ଫସି ରହିଥିବାରୁ ଏହା ଅଧିକ ବିପଜ୍ଜନକ ଥିଲା, କିନ୍ତୁ ସୌଭାଗ୍ୟବଶତଃ ଏହା ଭାଙ୍ଗିନଥିବାରୁ ବ୍ୟକ୍ତିଜଣଙ୍କ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି ।

Tags: