ରାଜ୍ୟରାଜ୍ୟରେ ରହିଛି ସ୍ବତନ୍ତ୍ରତା

ରାଜ୍ୟରାଜ୍ୟରେ ରହିଛି ସ୍ବତନ୍ତ୍ରତା
Ipsita Picture
By: Ipsita
Published On

 

ଭାରତ ଏକ ସାଂସ୍କୃତିକ ବିବିଧତାର ଦେଶ, ଯେଉଁଠି ପ୍ରତିଟି ରାଜ୍ୟର ନିଜସ୍ୱ ହସ୍ତତନ୍ତ ପରମ୍ପରା ରହିଛି। ଭାରତୀୟ ବୁଣାକାରମାନଙ୍କର ଏହି ନିଖୁଣ କଳା କେବଳ ଦେଶରେ ନୁହେଁ, ବରଂ ସାରା ବିଶ୍ୱରେ ଆଦୃତ। ପ୍ରତିଟି ରାଜ୍ୟରେ ବିଭିନ୍ନ ପ୍ରକାରର ହସ୍ତତନ୍ତ ରହିଛି ଯାହା ଏହାର ପରମ୍ପରାର ସ୍ବତନ୍ତ୍ର ପରିଚୟ ବହନ କରିଥାଏ ।

 

ଉତ୍ତର ପ୍ରଦେଶ : ବନାରସୀ ଓ ଚିକନକାରୀ

ଉତ୍ତର ପ୍ରଦେଶ ହେଉଛି ଭାରତର ସବୁଠାରୁ ପୁରାତନ ହସ୍ତତନ୍ତ କେନ୍ଦ୍ର। ବାରାଣସୀର ବନାରସୀ ପାଟ ଶାଢ଼ୀରେ ସୁନା ଓ ରୂପା ଜରିର କାମ ହୋଇଥାଏ। ଏହା ବିଳାସପୂର୍ଣ୍ଣ ଏବଂ ବିବାହ ପରି ଶୁଭ କାର୍ଯ୍ୟ ପାଇଁ ସର୍ବୋତ୍ତମ। ସେହିପରି ଆଉ ଗୋଟିଏ ହେଲା ଲକ୍ଷ୍ନୌର ଚିକନକାରୀ । ଏହି ସୂକ୍ଷ୍ମ ହାତ କାମ କପା କିମ୍ବା ମସଲିନ୍ କପଡ଼ା ଉପରେ କରାଯାଏ, ଯାହା ଅତ୍ୟନ୍ତ ଆରାମଦାୟକ ଓ ସୁନ୍ଦର ହୋଇଥାଏ ।

 

ପଶ୍ଚିମବଙ୍ଗ : ଜାମଦାନୀ ଓ ତାନ୍ତ

ବଙ୍ଗଳାର ହସ୍ତତନ୍ତ ଶିଳ୍ପ ଏହାର ସୂକ୍ଷ୍ମତା ପାଇଁ ଜଣାଶୁଣା। ଏଠାରେ ମିଳୁଥିବା ଜାମଦାନୀ ଶାଢୀ ଏକ ପାରସ୍ୟ ଶୈଳୀର ବୁଣାକାରୀ। ଏଥିରେ ମସଲିନ୍ କପଡ଼ା ଉପରେ କାରୁକାର୍ଯ୍ୟ କରାଯାଏ। ଆଉ ଏକ ଶାଢୀ ହେଲା ତାନ୍ତ ଯାହା ବଙ୍ଗଳାର ସବୁଠାରୁ ଲୋକପ୍ରିୟ ସୂତା ସାଢ଼ୀ। ଏହାର ବର୍ଡର ଚଉଡ଼ା ଏବଂ କପଡ଼ା ଖୁବ୍ ହାଲୁକା ହୋଇଥାଏ। ଯାହା ପିନ୍ଧିବାକୁ ଖୁବ ସହଜ ଓ ଆରାମ ଦାୟକ ହୋଇଥାଏ, ତେଣୁ ସମସ୍ତେ ଏହାକୁ ପସନ୍ଦ କରିଥାଆନ୍ତି ।

 

ମଧ୍ୟପ୍ରଦେଶ: ଚାନ୍ଦେରୀ ଓ ମାହେଶ୍ୱରୀ

ମଧ୍ୟପ୍ରଦେଶର ଚାନ୍ଦେରୀ ଶାଢୀକୁ 'ଉଡ଼ନ୍ତା ପବନ' ମଧ୍ୟ କୁହାଯାଏ କାରଣ ଏହା ଖୁବ ହାଲୁକା । ଏହାର ସୂକ୍ଷ୍ମ ସୂତା ଓ ରେଶମର ମିଶ୍ରଣ ଏବଂ ପାରମ୍ପରିକ ସୁନା ଜରିର ଡିଜାଇନ୍ ଏହାକୁ ସ୍ୱତନ୍ତ୍ର କରିଥାଏ । ସେହିଭଳି ମାହେଶ୍ୱରୀ ଶାଢ଼ୀର ବର୍ଡରରେ ଉଭୟ ପାର୍ଶ୍ୱରେ ସମାନ ଡିଜାଇନ୍ ଥାଏ ଏବଂ ଏହାର ଚମକ ଦୀର୍ଘସ୍ଥାୟୀ। ତେଣୁ ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ ।

ତାମିଲନାଡୁ : କାଞ୍ଜିଭରମ୍

ଦକ୍ଷିଣ ଭାରତର ସବୁଠାରୁ ପ୍ରସିଦ୍ଧ ପାଟ ସାଢ଼ୀ ହେଉଛି କାଞ୍ଜିଭରମ୍। ଏଥିରେ ବ୍ୟବହୃତ ରେଶମ ଓ ଜରି ଖୁବ୍ ଗୁଣାତ୍ମକ। ଶାଢୀରେ ମନ୍ଦିରର ଶିଖର, ପକ୍ଷୀ ଓ ମାଇଥୋଲୋଜିକାଲ୍ ଚରିତ୍ରର ଡିଜାଇନ୍ ଦେଖିବାକୁ ମିଳେ।

 

 ଗୁଜରାଟ : ପାଟୋଲା ଓ ବାନ୍ଧନୀ

ପାଟୋଲା ଏହା ଏକ ଦାମୀ ଡବଲ୍ ଇକାତ୍ ଶାଢ଼ୀ। ଏହାର ବୁଣା ଏତେ ନିଖୁଣ ଯେ ଏହାକୁ ଉଭୟ ପାର୍ଶ୍ୱରୁ ପିନ୍ଧିହେବ,ଯାହା ଏହି ଶାଢୀକୁ ସ୍ବତନ୍ତ୍ର କରିଥାଏ । ସେହିଭଳି ଆଉ ଏକ ଶାଢୀ ହେଲା ବାନ୍ଧନୀ  ଯାହାକୁ  ବାନ୍ଧିବା ପରେ ରଙ୍ଗ କରାଯିବା ପଦ୍ଧତିରେ ପ୍ରସ୍ତୁତ କରାଯାଇଥାଏ । ଏହି ରଙ୍ଗୀନ ବସ୍ତ୍ର ଗୁଜରାଟର ଉତ୍ସବର ପ୍ରତୀକଭାବେ ବ୍ୟବହାର କରାଯାଇଥାଏ ।

 ଆସାମ: ମୁଗା ସିଲ୍କ

ଆସାମର 'ମୁଗା ସିଲ୍କ'କୁ ବିଶ୍ୱର ଦାମୀ ସିଲ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ ।  ଏହାର ପ୍ରାକୃତିକ ସୁନେଲି ରଙ୍ଗ ରହିଥାଏ । ଯାହାକୁ ଯେତେ ଅଧିକ ଧୋଇଲେ ଏହାର ଚମକ ଆହୁରି ବଢ଼ିଥାଏବୋଲି ସୂଚନା ରହିଛି । ଏଥିରେ ପ୍ରସ୍ତୁତ 'ମେଖଲା ଚାଦର' ଆସାମୀ ସଂସ୍କୃତିର ପରିଚୟ।

 ତେଲେଙ୍ଗାନା: ପୋଚମ୍ପଲ୍ଲୀ

 ପୋଚମ୍ପଲ୍ଲୀର ଜ୍ୟାମିତିକ ଇକାତ୍ ଡିଜାଇନ୍ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଛି। ଏହି ଡିଜାଇନକୁ ସାରା ବିଶ୍ବରେ ଆଦର ମିଳିଥାଏ । ଏଥିରୁ ପ୍ରସ୍ତୁତ ପୋଷାକର ଚାହିଦା ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ ।

Tags: