ହ୍ରଦରେ ରହିଛି ୮୦୦ ବର୍ଷର ସହର

ହ୍ରଦରେ ରହିଛି ୮୦୦ ବର୍ଷର ସହର
Ipsita Picture
By: Ipsita
Published On

 

କିର୍ଗିଜସ୍ତାନର ସବୁଠାରୁ ବୃହତ୍ତମ ହ୍ରଦ 'ଇସିକ୍-କୁଲ୍' ତଳୁ ପ୍ରାୟ ୮୦୦ ବର୍ଷ ପୁରୁଣା ଏକ ପ୍ରାଚୀନ ସହରର ଅବଶେଷ ମିଳିଛି । ଯାହା କେତବେଳେ ଚୀନ୍ ଓ ୟୁରୋପକୁ ଯୋଡ଼ୁଥିବା ଐତିହାସିକ 'ସିଲ୍କ ରୁଟ୍'ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ବୈଜ୍ଞାନିକ ଓ ସ୍କୁବାଡାଇଭରଙ୍କ ଏକ ଦଳ ଏହି ସହରର ଇତିହାସ ଏବଂ ଏହାର ଜଳମଗ୍ନ ହେବାର କାରଣ ସମ୍ପର୍କରେ ଜାଣିବା ପାଇଁ ଗବେଷଣା କରୁଥିଲେ । ଏହି ସମୟରେ ପ୍ରାୟ ୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ସହରରକୁ ଠାବ କରାଯାଇଛି । ଏହାର ନାମ ଓ ଜନସଂଖ୍ୟା ଏପର୍ଯ୍ୟନ୍ତ ଅଜଣା ରହିଛି । ସମୁଦ୍ର ତଳେ ହୋଇଥିବା ଖନନରୁ ଦୁଇଟି କବରସ୍ଥାନ, ଏକ ସାର୍ବଜନୀନ ଗୃହ, ପଶୁମାନଙ୍କ ହାଡ଼, ମାଟି ପାତ୍ର ଏବଂ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ଛୋଟ ପାତ୍ରର ସନ୍ଧାନ ମିଳିଛି । ମଧ୍ୟ ଏସିଆ ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ସହରଟି ପ୍ରାୟ ୮୦୦ ବର୍ଷ ପୂର୍ବେ ଏକ ଭୂକମ୍ପ ପରବର୍ତ୍ତୀ ଭୂସ୍କଳନ ଯୋଗୁଁ ଜଳମଗ୍ନ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Tags: