ଲମ୍ବା ରହିଛି ତାଲିକା

କେବଳ ଧର୍ମା ପ୍ରଡ୍କସନ୍ ହାଉସ ନୁହେଁ ଆହୁରି ଅନେକ ପ୍ରଯୋଜନା ସଂସ୍ଥା ରହିଛନ୍ତି ଯେଉଁମାନେ ଭାରତର ବିଭିନ୍ନ ଆଞ୍ଚଳିକ ସିନେମାକୁ ପ୍ରଯୋଜନା କରିବାକୁ ଆଗକୁ ଆସୁଛନ୍ତି । ଯାହାଫଳରେ ଭାରତରେ ଥିବା ଆଞ୍ଚଳିକସିନେମାର ଉତ୍ତରୋତର ଉନ୍ନତି ଦେଖିବାକୁ ମିଳୁଛି । ଦର୍ଶକଙ୍କୁ ଖୁବ ଭଲଭଲ କାହାଣୀ ବିଭିନ୍ନ ଭାଷାରେ ଦେଖିବାକୁ ମିଳୁଛି । ଏହା ଫଳରେ ପୂରା ଭାରତୀୟ ସିନେ ଜଗତର ଉନ୍ନତ୍ତି ହେବାରେ ଲାଗିଛି । ପଞ୍ଜାବୀ ଧର୍ମା ପ୍ରଡକସନ୍ ହାଉସ କେବଳ ଓଡିଆ ଫିଲ୍ମ […]

ଲମ୍ବା ରହିଛି ତାଲିକା
Samaya Live Picture
Published On

କେବଳ ଧର୍ମା ପ୍ରଡ୍କସନ୍ ହାଉସ ନୁହେଁ ଆହୁରି ଅନେକ ପ୍ରଯୋଜନା ସଂସ୍ଥା ରହିଛନ୍ତି ଯେଉଁମାନେ ଭାରତର ବିଭିନ୍ନ ଆଞ୍ଚଳିକ ସିନେମାକୁ ପ୍ରଯୋଜନା କରିବାକୁ ଆଗକୁ ଆସୁଛନ୍ତି । ଯାହାଫଳରେ ଭାରତରେ ଥିବା ଆଞ୍ଚଳିକସିନେମାର ଉତ୍ତରୋତର ଉନ୍ନତି ଦେଖିବାକୁ ମିଳୁଛି । ଦର୍ଶକଙ୍କୁ ଖୁବ ଭଲଭଲ କାହାଣୀ ବିଭିନ୍ନ ଭାଷାରେ ଦେଖିବାକୁ ମିଳୁଛି । ଏହା ଫଳରେ ପୂରା ଭାରତୀୟ ସିନେ ଜଗତର ଉନ୍ନତ୍ତି ହେବାରେ ଲାଗିଛି ।

ପଞ୍ଜାବୀ
ଧର୍ମା ପ୍ରଡକସନ୍ ହାଉସ କେବଳ ଓଡିଆ ଫିଲ୍ମ ବୋଉ ବୁଟୁ ଭୂତ ନୁହେଁ ଆହୁରି ଅନେକ ଆଞ୍ଚଳିକ ଫିଲ୍ମକୁ ସମର୍ଥନ କରିଥିବାର ସୂଚନା ରହିଛି । ଏଥିର ପଞ୍ଜାବୀ, ତେଲୁଗୁ, ତାମିଲ ଆଦି ସାମିଲ ରହିଛି । କରଣ ଜୋହରଙ୍କ ଧର୍ମା ପ୍ରଡକସନ୍ ହାଉସ ନିଜର ବଲିଉଡ ବ୍ଲକବଷ୍ଟର ପାଇଁ ବେଶ୍ ପରିଚିତ । ତେବେ ଏହାର ନୂଆ ଯୋଜନା ଅଧୀନରେ ପଞ୍ଜାବୀ ଫିଲ୍ମ ଅକାଲର ପ୍ରଯୋଜନାର ଦାୟିତ୍ବ ନେଇଥିଲେ କରଣ ଜୋହର । ଆଦିର ପୁନେୱାଲାଙ୍କ ସହ ମିଶି କରଣ ଏହି କାର୍ଯ୍ୟ ସମାପନ କରିଥିଲେ । ଏହି ଫିଲ୍ମକୁ ପ୍ରଯୋଜନା କରି ପଞ୍ଜାବୀ ଫିଲ୍ମକୁ ଏକ ନୂଆ ଦିଗ ଦେଇଥିଲା ଧର୍ମା ପ୍ରଡକସନ୍ । ପଞ୍ଜାବୀ ଫିଲ୍ମର ଦର୍ଶକଙ୍କ ସଂଖ୍ୟା ବର୍ତ୍ତମାନ ଧୀରେଧୀରେ ବଢିବାରେ ଲାଗିଛନ୍ତି । ଯାହାକୁ ଆଖିରେ ରଖି କରଣ ଜୋହରଙ୍କ ସଂସ୍ଥା ଏହି ନିଷ୍ପତ୍ତି ନେଇଥିବା ଜଣା ପଡିଛି ।

ମରାଠି
ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗଙ୍କର ଲଭ୍ ଫିଲ୍ମ ପ୍ରଯୋଜନା ସଂସ୍ଥା ଏକଧୀକ ହିନ୍ଦୀ ସିନେମାର ପ୍ରଯୋଜନା କରିଛି । ତେବେ ଏହାସହିତ ବର୍ତ୍ତମାନ ଏହି ସଂସ୍ଥା ମରାଠି ଇଣ୍ଡଷ୍ଟ୍ରୀରେ ମଧ୍ୟ ପାଦ ଦେଇଛି । ଫିଲ୍ମ ଦେବମାନୁଷ ଫିଲ୍ମକୁ ପ୍ରଯୋଜିତ କରିଛି ଲଭ୍ ଫିଲ୍ମସ, ଯେଉଁ କାରଣରୁ ଏହି ଆଞ୍ଚଳିକ ଫିଲ୍ମକୁ ଏକ ବଡ ବ୍ୟାନର ମିଳି ପାରିଛି । ଯାହା ଏହାର ବିଭିନ୍ନ ପ୍ରକାର ଦିଗରେ ଉନ୍ନତି କରିଛି ।

ତାମିଲ
ବଲିଉଡ ଅଭିନେତାରୁ ପ୍ରଯୋଜକ ସାଜିଥିବା ହରମନ ବାୱେଜା ତାମିଲ ଫିଲ୍ମରେ ଆଞ୍ଚଳିକ ଫିଲ୍ମକୁ ସପୋର୍ଟ କରୁଥିବାର ଦେଖିବାକୁ ମିଳୁଛି । ତାମିଲ ସିନେମା ସବୁବେଳେ ଏହାର ରୋଚକ ଓ ବଳିଷ୍ଠ କାହାଣୀ ପାଇ ପରିଚିତ । ବକ୍ସ ଅଫିସରେ ଦର୍ଶକ ଏହାକୁ ଖୁବ ଭଲ ପାଇବା ଦେଇଥାଆନ୍ତି । ତେଣୁ ହରମନ ଏହି ଇଣ୍ଡଷ୍ଟ୍ରୀକୁ ନିଜର ପ୍ରଯୋଜନା ସଂସ୍ଥା ପାଇଁ ଚୟନ କରିଥିବା ନେଇ ଅନେକ ସାକ୍ଷାତକାରରେ ମତ ଦେଇଛନ୍ତି ।

Tags: