ଡାଏଟ କୁ ନେଇ ମଧ୍ୟ ରହିଛି ଭ୍ରମ

ଡାଏଟ କୁ ନେଇ ମଧ୍ୟ ରହିଛି ଭ୍ରମ
Ipsita Picture
By: Ipsita
Published On

 

ଆଜିକାଲି ସମସ୍ତଙ୍କର ଇଚ୍ଛା କିଭଳି ଫିଟ୍ ରହିବେ, ସେଥିପାଇଁ ଲୋକମାନେ ଭିନ୍ନଭିନ୍ନ ପ୍ରକାରର ପନ୍ଥା ଆପଣାଇବାରେ ଲାଗିଛନ୍ତି । କିଏ ଜିମ୍ ଯାଉଛି ତ ଆଉ କିଏ ଡାଏଟ୍ ଫଲୋ କରୁଛି । ତେବେ ସୋସିଆଲ ମିଡିଆରେ କେବଳ ମେକଅପ କିମ୍ବା ସ୍ବାସ୍ଥ୍ୟ ନୁହେଁ ଫିଟ୍ ରହିବା ପାଇଁ କରାଯାଉଥିବା ଡାଏଟିଂକୁ ନେଇ ମଧ୍ୟ ଅନେକ ତଥ୍ୟ ଭାଇରାଲ ହୋଇଥାଏ । ଅନେକ ସମୟରେ ବିଭିନ୍ନ ଇନ୍ଫ୍ଲୁଏନ୍ସରମାନେ ସୋସିଆଲ ମିଡିଆ ଆକାଉଣ୍ଟରେ ବିଭିନ୍ନ ତଥ୍ୟ ଭିତ୍ତିକ ଭିଡିଓ ପକାଇ ଥାଆନ୍ତି । ଏଥିରେ କିଭଳି ଖାଇବ, କେଉଁ ସମୟରେ ଖାଇବ, କେତେ ପରିମାଣରେ ଖାଇବ ସବୁକୁ ନେଇ ତଥ୍ୟ ରହିଥାଏ । ଏହି ସବୁ ଭିଡିଓକୁ ଅନେକଲୋକ ସୋସିଆଲ ମିଡିଆରେ ଦେଖିବା ସହିତ ଅନୁକରଣ ମଧ୍ୟ କରନ୍ତି । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଦର୍ଶକ ରହିଥାଆନ୍ତି, ଯେଉଁମାନେ ଏଥିରେ ଅପଲୋଡ ହେଉଥିବା ଭିଡିଓ ଓ ତଥ୍ୟକୁ ଦେଖିଥାଆନ୍ତି । ସେଥିରେ ଏଭଳି ମଧ୍ୟ ବର୍ଗର ଲୋକ ରହିଥାନ୍ତି ଯେଉଁମାନେ ଭିଡିଓରେ ଦିଆଯାଉଥିବା ତଥ୍ୟ ସମ୍ପର୍କରେ ରିସର୍ଚ୍ଚ ନକରି ତାହାକୁ ଅନ୍ଧଭାବେ ଅନୁକରଣ କରିଥାଆନ୍ତି । ତେବେ ଏଥିରେ ଅନେକ ସମୟରେ ସେମାନଙ୍କର କ୍ଷତି ହେଉଥିବାର ମଧ୍ୟ ଦେଖିବାକୁ ମିଳିଥାଏ । କାରଣ ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ପୋଷ୍ଟ ହୋଇଥାଏ ଯେଉଁଥିରେ ଖାଦ୍ୟ ସମ୍ପର୍କରେ ଅନଭିଜ୍ଞ ଲୋକମାନେ ତଥ୍ୟ ଦେଇଥାଆନ୍ତି । ଏପରିସ୍ଥଳେ ସେମାନଙ୍କର ଲାଭ ପରିବର୍ତ୍ତେ କ୍ଷତି ହୋଇଥାଏ । ତେଣୁ ସବୁବେଳେ ଯେକୌଣସି ଡାଏଟକୁ ଅନୁକରଣ କରିବା ଆଗରୁ ଏକ୍ସପର୍ଟଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି । ଯେ କୌଣସି ଆର୍ଟିକିଲ କିମ୍ବା ଭିଡିଓ ଖାଦ୍ୟକୁ ନେଇ ଦେଖୁଛନ୍ତି, ତେବେ ପ୍ରଥମେ ଏହାର ତଳେ ଆସୁଥିବା କମେଣ୍ଟକୁ ପଢନ୍ତୁ । ଅନେକ ସମୟରେ ଏଭଳି ଭିଡିଓ ଓ କଣ୍ଟେଣ୍ଟକୁ ନେଇ ରିଭ୍ୟୁ ଆର୍ଟିକିଲ ମଧ୍ୟ ଛପା ହୋଇଥାଏ, ଯେଉଁଗୁଡିକ ଏକ୍ସପର୍ଟମାନେ ପ୍ରସ୍ତୁତ କରିଥାଆନ୍ତି । ଏଗୁଡିକୁ ପଢିପାରିବେ, ଯାହାପରେ ଆପଣଙ୍କର ଭିଡିଓରେ ଥିବା କଣ୍ଟେଣ୍ଟ ସମ୍ପର୍କରେ ଧାରଣା ଆସିବ । ହେଲେ ସବୁଠାରୁ ସୁରକ୍ଷିତ ଉପାୟ ଡାକ୍ତର କିମ୍ବା ଏକ୍ସପର୍ଟଙ୍କ ସହାୟତା କିମ୍ବା ପରାମର୍ଶ ନିଅନ୍ତୁ ଯେ କୌଣସି ଭିଡିଓକୁ ଅନୁକରଣ କରିବା ଆଗରୁ ।

Tags: