ଖୁବ କମ ସମୟରେ ଭଲହେବ କ୍ଷତ
By: Ipsita
ସମ୍ବନ୍ଧିତ ଖବର ଓଟର ପାସପୋର୍ଟ
ସାଉଥ କୋରିଆରେ ଏଭଳି ଏକ ସ୍ପ୍ରେର ଉଦ୍ଭାବନ କରାଯାଇଛି ଯାହା ଖୁବ ବଡବଡ କ୍ଷତକୁ ବି ସଙ୍ଗେସଙ୍ଗେ ଭରିଦେବ । ଏହାକୁ କୋରିଆର ଆଡଭାନ୍ସ ଇନ୍ଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ସେନା ତଥା ଅନ୍ୟ ଆପାତ୍ତକାଳୀନ ଆବଶ୍ୟକ ପାଇଁ ଏହାକୁ ନିର୍ମାଣ କରାଯାଉଛି । ସୂଚନା ଅନୁସାରେ ଏହାକୁ କ୍ଷତ ଉପରେ ସ୍ପ୍ରେ କରିବାପରେ ଏହା ରକ୍ତ ସହିତ ମିଶି ଏକ ରିଆକସନ୍ କରିଥାଏ । ଯାହାପରେ ରକ୍ତ ଏକ ନରମ ଜେଲରେ ପରିଣତ ହୋଇଯାଏ, ଯାହା କ୍ଷତକୁ ବାହାରୁ ବନ୍ଦ କରିଦିଏ । ଯାହାଫଳରେ ରକ୍ତସ୍ରାବ ବନ୍ଦ ହୋଇଯାଏ । ତେଣୁ ଏହାକୁ ତୁରନ୍ତ ରକ୍ତ ସ୍ରାବ ରୋକିବାକୁ ବ୍ୟବହାର କରିହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହାକୁ ଏଲ୍ଗିନେଟ, ଗେଲନ ଗମ ଓ ଚିଟୋସନକୁ ମିଶାଇ ପ୍ରସ୍ତୁତ କରାଯାଇଛି । ତେବେ ଏହା ବର୍ତ୍ତମାନ ପରୀକ୍ଷଣ ଷ୍ଟେଜରେ ଅଛି ଆଗକୁ ଏହାକୁ ବଜାରକୁ ଅଣାଯିବାନେଇ ଯୋଜନା ରହିଥିବା ଜଣା ପଡିଛି ।
ସମ୍ବନ୍ଧିତ ଖବର ଗଞ୍ଜା ପାଇଁ ନୋଟିସ
Tags:



