ବିଶ୍ବର ସବୁଠାରୁ ସରୁ କାର

ବିଶ୍ବର ସବୁଠାରୁ ସରୁ କାର
Ipsita Picture
By: Ipsita
Published On

 

ଇଟାଲୀର ଜଣେ ମେକାନିକ୍ ଆଣ୍ଡ୍ରିଆ ମାରାଜୀ ନିଜ ସ୍କ୍ରାପ୍ୟାର୍ଡ ଏବଂ ୱାର୍କସପ୍ରେ ୧୯୯୩ ମସିହାର 'ଫିଅଟ୍ ପାଣ୍ଡା' କାର୍ର ଅରିଜିନାଲ୍ ପାର୍ଟସକୁ କାଟି ବିଶ୍ୱର ସବୁଠାରୁ ସରୁ ଇଲେକ୍ଟ୍ରିକ୍ କାର୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ମାତ୍ର ୫୦.୨୦ ସେଣ୍ଟିମିଟର ଓସାର, ୨.୫ ମିଟର ଲମ୍ବ ଏବଂ ୧.୪୫ ମିଟର ଉଚ୍ଚତା ବିଶିଷ୍ଟ ଏହି ନିଆରା କାର୍ରେ କେବଳ ଡ୍ରାଇଭର ବସିବା ପାଇଁ ଏକ ସଂକୀର୍ଣ୍ଣ ସିଟ୍ ଏବଂ ଗୋଟିଏ ହେଡ୍ଲାଇଟ୍ ରହିଛି । ଗୋଟିଏ ଇ-ସ୍କୁଟରର ମୋଟର ଦ୍ୱାରା ଚାଲୁଥିବା ଏହି କାର୍ ଘଣ୍ଟାପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଗତି କରିପାରୁଥିବାବେଳେ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଏତେ ସରୁ ହୋଇଥିବା ସତ୍ତ୍ୱେ ଏହା ସହଜରେ ଓଲଟିପଡ଼େ ନାହିଁ ବୋଲି ମାରାଜୀ ପ୍ରଦର୍ଶନ କରି ଦେଖାଇଛନ୍ତି । ଏହି ଅଦ୍ଭୁତ ସୃଷ୍ଟିକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ ୨୦୨୭ରେ ବିଶ୍ୱର ସବୁଠାରୁ ସରୁ ଚାଳନକ୍ଷମ କାର୍ ଭାବେ ସ୍ଥାନ ମିଳିଛି । 

Tags: