ବିଶ୍ବର ବଡ ସରାଗାତ

ବିଶ୍ବର ବଡ ସରାଗାତ
Ipsita Picture
By: Ipsita
Published On

 

କୋଲମ୍ବିଆରେ ମାଟି ସାହାଯ୍ୟରେ ଏକ ଅତି ବିଶାଳ ସରାଗାତ ବା କୁମ୍ପି ନିର୍ମାଣ କରାଯାଇଛି, ଯାହା ଭିତରକୁ ଯାଇ ଲୋକମାନେ ବୁଲିପାରିବେ । ଏହି ଅଦ୍ଭୁତ କୀର୍ତ୍ତିମାନ ପାଇଁ 'ଗିନିଜ୍ ୱାର୍ଲ୍ଡ ରେକର୍ଡସ' ଏହାକୁ ବିଶ୍ୱର ସବୁଠାରୁ ବଡ଼ ସରାଗାତର ମାନ୍ୟତା ପ୍ରଦାନ କରିଛି । ମାଟିରେ ତିଆରି ଏହି ବିଶାଳ ସରାଗାତର ଓଜନ ପ୍ରାୟ ୩୦ ଟନ ହୋଇଥିବା ବେଳେ ଏହାର ଉଚ୍ଚତା ୨୯.୫ ଫୁଟ ଏବଂ ଲମ୍ବ ପ୍ରାୟ ୩୪ ଫୁଟ ରହିଛି । ଏହା ଭିତରେ ସ୍ଥାନୀୟ ସିରାମିକ କଳାର ଇତିହାସ ଉପରେ ଆଧାରିତ ଏକ ସୁନ୍ଦର ଗ୍ୟାଲେରୀ ପ୍ରସ୍ତୁତ କରାଯାଇଛି ଏବଂ ଏହାର ନାକ ଉପରେ ଏକ 'ଭ୍ୟୁ ପଏଣ୍ଟ' ମଧ୍ୟ ରହିଛି । ଯେଉଁଠାରୁ ଆଖପାଖର ସୁନ୍ଦର ପାହାଡ଼ଗୁଡ଼ିକର ଦୃଶ୍ୟ ଦେଖିହେବ । ଏଥିସହିତ, ସାଧାରଣ ଲୋକେ ଏହି ବିଶାଳ ସରାଗାତ ମଧ୍ୟରେ ମୁଦ୍ରା ମଧ୍ୟ ପକାଇ ପାରିବେ ଏବଂ ଏଥିରେ ଜମା ହେଉଥିବା ସମସ୍ତ ଅର୍ଥକୁ ବେସାହାରା ପଶୁପକ୍ଷୀଙ୍କ ଯତ୍ନ ଓ ଦେଖାଶୁଣା ପାଇଁ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଛି ।

Tags: