ବିବାହ ପାଇଁ ଚୋରାନ୍ତି ଅନ୍ୟ ପତ୍ନୀ
ଆଧୁନିକ ଯୁଗରେ ଆମେ ପଦାର୍ପଣ କରିଥିଲେ ମଧ୍ୟ ବହୁ ଜନଜାତି ରହିଛନ୍ତି, ଯେଉଁମାନେ ଶହ ଶହ ବର୍ଷର ପୁରୁଣା ପରମ୍ପରାକୁ ଏବେ ବି ଆପଣାଇ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମ ଆଫ୍ରିକାର େୱଡାବେ ଜନଜାତି ଭିନ୍ନ । ବହୁ ବର୍ଷର ପରମ୍ପରାକୁ ଆଜି ସେମାନେ ପାଳନ କରୁଛନ୍ତି । ବିବାହ କରିବା ପାଇଁ ଏହି ଜନଜାତି ଅନ୍ୟଙ୍କ ପତ୍ନୀଙ୍କୁ ଚୋରାଇଥାନ୍ତି । ବାସ୍ତବରେ, ଏହି ପ୍ରକାର ବିବାହ ହେଉଛି ଏହି ଜନଜାତିର ଲୋକଙ୍କ ପରିଚୟ ବୋଲି […]
ଆଧୁନିକ ଯୁଗରେ ଆମେ ପଦାର୍ପଣ କରିଥିଲେ ମଧ୍ୟ ବହୁ ଜନଜାତି ରହିଛନ୍ତି, ଯେଉଁମାନେ ଶହ ଶହ ବର୍ଷର ପୁରୁଣା ପରମ୍ପରାକୁ ଏବେ ବି ଆପଣାଇ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମ ଆଫ୍ରିକାର େୱଡାବେ ଜନଜାତି ଭିନ୍ନ । ବହୁ ବର୍ଷର ପରମ୍ପରାକୁ ଆଜି ସେମାନେ ପାଳନ କରୁଛନ୍ତି ।

ବିବାହ କରିବା ପାଇଁ ଏହି ଜନଜାତି ଅନ୍ୟଙ୍କ ପତ୍ନୀଙ୍କୁ ଚୋରାଇଥାନ୍ତି । ବାସ୍ତବରେ, ଏହି ପ୍ରକାର ବିବାହ ହେଉଛି ଏହି ଜନଜାତିର ଲୋକଙ୍କ ପରିଚୟ ବୋଲି ବିଶ୍ୱାସ କରାଯାଏ । ଏହି ଜନଜାତିର ପ୍ରଥମ ବିବାହ ପରିବାର ସଦସ୍ୟଙ୍କ ସହମତିରେ ହୋଇଥାଏ, କି;ୁ ଏହି ସମାଜର ଲୋକମାନେ ନିଜ ଇଚ୍ଛା ଅନୁସାରେ ଦ୍ୱିତୀୟ ବିବାହ ମଧ୍ୟ କରିଥାନ୍ତି ।

ଦ୍ୱିତୀୟ ବିବାହ ପାଇଁ େୱଡାବେବାସୀ ଅନ୍ୟଙ୍କର ପତ୍ନୀଙ୍କୁ ଚୋରାଇଥାନ୍ତି । ଏହି ନିଆରା ପରମ୍ପରାକୁ ବଜାୟ ରଖିବା ପାଇଁ, ଏହି ଜନଜାତିର ଲୋକମାନେ ପ୍ରତିବର୍ଷ ‘ଗାରେେୱାଲ୍ ଫେଷ୍ଟିଭାଲ୍’ ନାମକ ଏକ ଉତ୍ସବ ଆୟୋଜନ କରନ୍ତି । ସେହି ଉତ୍ସବରେ ପୁଅମାନେ ନିଜ ଜାତିର ପାରମ୍ପରିକ ପୋଷାକ ପରିଧାନ କରିବା ସହିତ ମୁହଁକୁ ରଙ୍ଗାଇଥାନ୍ତି ।

ପରେ ସମସ୍ତେ ଏକାଠି ହୋଇ ନୃତ୍ୟ କରନ୍ତି ଏବଂ ନାନା ପ୍ରକାରର ମୁଖଭଙ୍ଗୀ କରି ଅନ୍ୟମାନଙ୍କ ପତ୍ନୀଙ୍କୁ ମୋହିତ କରିବାକୁ ଚେଷ୍ଟା କରନ୍ତି । ଯେତେବେଳେ ଜଣେ ମହିଳା ପୁରୁଷଙ୍କ ସହିତ ପଳାୟନ କରନ୍ତି, େୱଡାବେ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ଖୋଜନ୍ତି । ଉଭୟ ମିଳିଗଲା ପରେ ସେମାନଙ୍କର ବିବାହ କରାଇଥାନ୍ତି ।




