ସବୁଠାରୁ ଚଉଡା ଜିଭ
ଆମେରିକାର ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅ ବିଶ୍ୱର ସବୁଠାରୁ ଓସାରିଆ ଜିଭ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ନିଜ ନାମ ସାମିଲ କରିଛନ୍ତି । ନ୍ୟୁୟର୍କର ସିରାକ୍ୟୁଜ୍ରେ ରହୁଥିବା ବାୟରନ୍ ଶ୍ଲେଙ୍କରଙ୍କ ଜିଭର ଓସାର ପ୍ରାୟ ୮.୫୭ ସେଣ୍ଟିମିଟର ରହିଛି । ତାଙ୍କୁ ଏହି ଅଦ୍ଭୁତ ବିଶେଷତ୍ୱ ବିଷୟରେ ହଠାତ୍ ପଡ଼ିଥିଲା। ସେ ନିଜ ଝିଅ ଏମିଲିଙ୍କର ଏକ ସ୍କୁଲ ପ୍ରୋଜେକ୍ଟ ପାଇଁ ଲାଇବ୍ରେରୀ ଯାଇଥିବା ସମୟରେ ଗିନିଜ୍ ରେକର୍ଡ ବହି ଦେଖିବାକୁ ପାଇଥିଲେ । ସେଠାରେ ଉଲ୍ଲେଖ ଥିବା ପୂର୍ବର ବିଶ୍ୱ ରେକର୍ଡ ତାଙ୍କ ନିଜ ଜିଭ ତୁଳନାରେ ଛୋଟ ବୋଲି ଜାଣିବାକୁ ପାଇବା ପରେ ସେ ଆଧିକାରିକ ଭାବେ ମାପ କରାଇ ଏହି ନୂଆ ୱାର୍ଲ୍ଡ ରେକର୍ଡ ନିଜ ନାମରେ କରିଥିଲେ। ପରବର୍ତ୍ତୀ ସମୟରେ ବାୟରନ୍ଙ୍କ ଝିଅ ଏମିଲି ଶ୍ଲେଙ୍କର ମଧ୍ୟ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ଓସାରିଆ ଜିଭର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଯାହାଙ୍କ ଜିଭର ଓସାର ୭.୩୩ ସେଣ୍ଟିମିଟର ରହିଛି । ବର୍ତ୍ତମାନ ଏହି ବାପ-ଝିଅଙ୍କ ଯୋଡ଼ି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।



