ଶାକାହାରୀ କୁମ୍ଭୀର

ସାଧାରଣତଃ କୁମ୍ଭୀର ମାଂସାହାରୀ ପ୍ରକୃତିର, କିନ୍ତୁ କେରଳର ଏକ ମନ୍ଦିରରେ ଥିବା କୁମ୍ଭୀରଟି କେବଳ ଶାକାହାରୀ ନୁହେଁ ବରଂ ମୁଖ୍ୟ ଖାଦ୍ୟ ଭାବେ ଭଗବାନଙ୍କ ପ୍ରସାଦ ହିଁ ସେବନ ଗ୍ରହଣ କରିଥାଏ । ଉତ୍ତର କେରଳର କାସରଗୋଡ ଜିଲ୍ଲାରେ ରହିଛି ଏକ ଛୋଟ ଏବଂ ସୁନ୍ଦର ଗାଁ ଅନନ୍ତପୁର । ଏଠାରେ ଶ୍ରୀହରି ବିଷ୍ଣୁ ଶ୍ରୀଅନନ୍ତପଦ୍ମାନାଭସ୍ୱାମୀଙ୍କ ସ୍ୱରୂପରେ ବିରାଜିତ । ଏଠାର ପୀଠକୁ ତିରୁଅନନ୍ତପୁରମ ସ୍ଥିତ ଶ୍ରୀପଦ୍ମନାଭସ୍ୱାମୀର ମୂଳସ୍ଥାନ ବୋଲି ବିବେଚନା କରାଯାଏ । ଏକ ଛୋଟ […]

Samaya Live Picture
Published On

ସାଧାରଣତଃ କୁମ୍ଭୀର ମାଂସାହାରୀ ପ୍ରକୃତିର, କିନ୍ତୁ କେରଳର ଏକ ମନ୍ଦିରରେ ଥିବା କୁମ୍ଭୀରଟି କେବଳ ଶାକାହାରୀ ନୁହେଁ ବରଂ ମୁଖ୍ୟ ଖାଦ୍ୟ ଭାବେ ଭଗବାନଙ୍କ ପ୍ରସାଦ ହିଁ ସେବନ ଗ୍ରହଣ କରିଥାଏ । ଉତ୍ତର କେରଳର କାସରଗୋଡ ଜିଲ୍ଲାରେ ରହିଛି ଏକ ଛୋଟ ଏବଂ ସୁନ୍ଦର ଗାଁ ଅନନ୍ତପୁର । ଏଠାରେ ଶ୍ରୀହରି ବିଷ୍ଣୁ ଶ୍ରୀଅନନ୍ତପଦ୍ମାନାଭସ୍ୱାମୀଙ୍କ ସ୍ୱରୂପରେ ବିରାଜିତ । ଏଠାର ପୀଠକୁ ତିରୁଅନନ୍ତପୁରମ ସ୍ଥିତ ଶ୍ରୀପଦ୍ମନାଭସ୍ୱାମୀର ମୂଳସ୍ଥାନ ବୋଲି ବିବେଚନା କରାଯାଏ ।

ଶାକାହାରୀ କୁମ୍ଭୀର

ଏକ ଛୋଟ ପୋଖରୀ ଅନନ୍ତପୁର ଗ୍ରାମରେ ଥିବା ଶ୍ରୀ ଅନନ୍ତପଦ୍ମନାଭସ୍ୱାମୀ ମନ୍ଦିରକୁ ଘେରି ରହିଛି ଏବଂ ଗୋଟିଏ ପାଶ୍ୱର୍ରୁ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶ ଦ୍ୱାର ରହିଛି । ଏହି ପୋଖରୀରେ ବାସ କରୁଛି ଏକ କୁମ୍ଭୀର । ଲୋକଙ୍କ ବିଶ୍ୱାସ ଏହା କୌଣସି ସାଧାରଣ କୁମ୍ଭୀର ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କୁ ସମର୍ପିତ ଜୀବ । ଶ୍ରଦ୍ଧାଳୁମାନେ ଏହାକୁ ବାବିଆ ନାମରେ ଡାକନ୍ତି । ବନ୍ଧୁତ୍ୱପୂର୍ଣ୍ଣ ପ୍ରକୃତି ଯୋଗୁଁ ବାବିଆ ଲୋକମାନଙ୍କ ମଧ୍ୟରେ ପ୍ରିୟ ପାଲଟିଛି । ମନ୍ଦିରର ପୂଜକଙ୍କ କହିବା ଅନୁସାରେ ବାବିଆ ନିଜ ଇଷ୍ଟ ଦେବତାଙ୍କ ପ୍ରତି ସମ୍ପୂର୍ଣ୍ଣ ବାବେ ସମର୍ପିତ । ତେଣୁ ପ୍ରତିଦିନ ଭଗବାନଙ୍କୁ ଲଗାଯାଇଥିବା ଭୋଗକୁ ଭୋଜନ ଭାବେ ଗ୍ରହଣ କରିଥାଏ ।

ଶାକାହାରୀ କୁମ୍ଭୀର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ ମାଂସାହାରୀ ପ୍ରକୃତିର ବିପରୀତ ବାବିଆ ପୁର୍ଣ୍ଣତଃ ଶାକାହାରୀ । ମନ୍ଦିରର ପୂଜାରୀ କୁହନ୍ତି, କାହାକୁ ଜଣାନାହିଁ ଯେ ଏହି କୁମ୍ଭୀର ଏଠାକୁ କେମିତି ଆସିଲା, କିନ୍ତୁ ଏହା ପ୍ରାୟ ୭୦ ବର୍ଷ ଧରି ମନ୍ଦିରରେ ରହିଛି । ଏହାସହ ଆଜି ପର୍ଯ୍ୟନ୍ତ ବାବିଆ କାହାକୁ କ୍ଷତି ପହଞ୍ଚାଇନାହିଁ । ପ୍ରତି ଦିନ ରାତିର ଶେଷ ଦର୍ଶନ ପରେ ବାବିଆ ମନ୍ଦିର ପରିସରରେ ବୁଲେ ଏବଂ ମନ୍ଦିରର ଗର୍ଭଗୃହ ବାହାରେ ଶୋଇଥାଏ । ସକାଳର ଦର୍ଶନ ପାଇଁ ପ୍ରସ୍ତୁତି ହେବା ମାତ୍ରେ ସେ ପୁଣି ପୋଖରୀ ଆଡ଼କୁ ଚାଲିଯାଏ ।