ବଢୁଛି ବ୍ରହ୍ମାଣ୍ଡ

ବଢୁଛି ବ୍ରହ୍ମାଣ୍ଡ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କାହିଁକି ଶୁଖିଛି ମଙ୍ଗଳ

ଯେତେବେଳେ ବି ମଣିଷ ଆକାଶକୁ ଦେଖିଥାଏ ସେତେବେଳେ ଗୋଟିଏ ଭାବନା ତା ମୁଣ୍ଡକୁ ଆସିଥାଏ,ଏ ବ୍ରହ୍ମାଣ୍ଡ କେତେବଡ । ବ୍ରହ୍ମାଣ୍ଡର ଆକାରକୁ ନେଇ ଅନେକ ତଥ୍ୟ ବିଭିନ୍ନ ସମୟରେ ସାମନାକୁ ଆସିଥାଏ । ସେହିଭଳି ଏକ ତଥ୍ୟ ଦେଇଛି ନାସାର ହବଲ୍ସ୍ପେସ୍ଟେଲିସ୍କୋପ । ଏହି ଟେଲିସ୍କୋପ ପଠାଇଥିବା ଫଟୋରୁ ଅନୁସନ୍ଧାନ କରି ବୈଜ୍ଞାନିକମାନେ ଏକ ତଥ୍ୟ ବାହାର କରିଛନ୍ତି । ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଆସନ୍ତା ୧୦ ବିଲିଅନ ବର୍ଷ ମଧ୍ୟରେ ଆମର ବ୍ରହ୍ମାଣ୍ଡର ଆକାର ଦ୍ୱିଗୁଣ ବଢିବ । ୧୯୨୦ ମସିହାରେ ଏଡ୍ଓ୍ୱିନ୍ହବଲ୍ଙ୍କ ତଥ୍ୟ ଅନୁସାରେ ବ୍ରହ୍ମାଣ୍ଡ ସ୍ଥିର ନୁହେଁ, ଏହା ବଢୁଛି । ତାଙ୍କର ଏହି ଆକଳନର ପାଖାପାଖି ୧୦୦ ବର୍ଷ ପରେ ପୁଣି ଥରେ ଏନେଇ ଆକଳନ କରାଯାଇଛି । ହବଲଙ୍କ ତଥ୍ୟ ଅନୁସାରେ ଆମ ଗ୍ରହାଣୁ ପୁଞ୍ଜ ବାହାରେ ଅନେକ ଗ୍ରହାଣୁ ପୁଞ୍ଜ ଏବଂ ଛାୟାପଥ ରହିଛି ଯାହା ଧୀରେଧୀରେ ଗତି କରୁଛି । ତେଣୁ ଯଦି ବୈଜ୍ଞାନିକଙ୍କର ଏହି ଆକଳନ ସତ ହୁଏ ତେବେ ଆଗକୁ ବ୍ରହ୍ମାଣ୍ଡର ଆକାରରେ ଏକ ବୃହତ୍ତ ପରିବର୍ତ୍ତନ ଆସିବ ।

ସମ୍ବନ୍ଧିତ ଖବର ଜାତୀୟ ବିଜ୍ଞାନ ଦିବସ

Tags:

Related Posts

ଶିକ୍ଷାଗତ ଚାପ

ଶିକ୍ଷାଗତ ଚାପ

ବିରଳ ରୋଗ ଦିବସ

ବିରଳ ରୋଗ ଦିବସ

ନିଆରା ଟ୍ରେଣ୍ଡ

ନିଆରା ଟ୍ରେଣ୍ଡ

ସୁନାନାକି ଭଉଣୀ

ସୁନାନାକି ଭଉଣୀ